Advertisment

ରାହୁଲ ଗାନ୍ଧିଙ୍କ ପ୍ରତି ବିଜେପିର ‘ଭାରତ ବିରୋଧୀ ବନ୍ଧୁ’ କଟାକ୍ଷ

ରାହୁଲ ଗାନ୍ଧି ଆମେରିକାରେ ବିବାଦୀୟ ସାଂସଦ ଇଲହାନ ଓମାରଙ୍କୁ ଭେଟିବାରୁ ବିଜେପି ଏହାକୁ ‘ଭାରତ ବିରୋଧୀ ବନ୍ଧୁ’ ଶବ୍ଦର ବ୍ୟବହାର କରି କଟାକ୍ଷ କରିଛି।

Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆମେରିକା ଗସ୍ତ ଭାରତରେ ରାଜନୀତିକ ହଟଚମଟକୁ ଜାରି ରଖିଛି। କ୍ରମାଗତ ତୃତୀୟ ଦିନ ପାଇଁ ବିଜେପି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧି ଆମେରିକାରେ ବିବାଦୀୟ ସାଂସଦ ଇଲହାନ ଓମାରଙ୍କୁ ଭେଟିବାରୁ ବିଜେପି ଏହାକୁ ‘ଭାରତ ବିରୋଧୀ ବନ୍ଧୁ’ ଶବ୍ଦର ବ୍ୟବହାର କରି କଟାକ୍ଷ କରିଛି।

Advertisment

ନିଜର ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଓମାର ସବୁବେଳେ ଚର୍ଚ୍ଚା ରହିଥାଆନ୍ତି। ବିଚାରଧାରା ଗତ ପ୍ରସଙ୍ଗ ଆସିଲେ, ସେ ଭାରତକୁ ଟାର୍ଗେଟ ମଧ୍ୟ କରନ୍ତି। ମଙ୍ଗବଳାର ରାହୁଲ ଗାନ୍ଧି ଆମେରିକାରେ ଭେଟିଥିବା କିଛି ସାଂସଦଙ୍କ ମଧ୍ୟରେ ଓମାର ଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି।

ବିଜେପିର ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, “ଭାରତ ବିରୋଧୀ ବିଷ ଉଗାରିବା ପାଇଁ ରାହୁଲ ଗାନ୍ଧି ଜଣାଶୁଣା। କିନ୍ତୁ ଏଥର ସେ ଯାହା କରିଛନ୍ତି, ତା’ହା ଅତ୍ୟନ୍ତ ଚିନ୍ତାଜନକ। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ଭାବେ ଇଲହାନ ଓମାରଙ୍କୁ ଭେଟିଛନ୍ତି। ଓମାର ନିଜର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ବେଶ ପ୍ରଖ୍ୟାତ।

Advertisment

ସେ ନିଜର ଭାରତ ବିରୋଧୀ ବନ୍ଧୁମାନଙ୍କ ତାଲିକାରେ ଆଉ ଗୋଟିଏ ଡେଣା ଯୋଡ଼ିଛନ୍ତି। ରାହୁଲ ଗାନ୍ଧି କେବଳ ପିଲାଳିଆମୀ କରୁ ନାହାନ୍ତି, ବରଂ ତାଙ୍କ ଆଚରଣ ବେଶ ବିପଦଜନକ। ଭାରତ ବିରୋଧୀ ତତ୍ତ୍ୱଙ୍କୁ ସୁହାଇଲା ଭଳି କାମ ସେ କରିବାରେ ଲାଗିଛନ୍ତି।’’

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କାହିଁକି ରାହୁଲ ଗାନ୍ଧି ତାଙ୍କୁ(ଓମାର) ଭେଟିଲେ? ସେ ନିଜର ପ୍ରତିଟି ବିଦେଶ ଗସ୍ତରେ ଅତ୍ୟନ୍ତ ମୌଳବାଦୀ ଭାରତ ବିରୋଧୀ ତତ୍ତ୍ୱମାନଙ୍କ ସହ ମିଶୁଛନ୍ତି? ବିଜେପ ବିରୋଧୀ- ଦେଶ ବିରୋଧୀ କ’ଣ ଠିକ?” ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ମଧ୍ୟ କଂଗ୍ରେସ ଖୋଲାଖୋଲି ଭାବେ ଭାରତ ବିରୋଧରେ କାମ କରୁଥିବା କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଜେପିର ସମାଲୋଚନାର ଜବାବ ଦେଇଛି। ଦଳ ପକ୍ଷରୁ ଭେଟଘାଟକୁ ଯର୍ଥାର୍ଥ କହିଛି। ରାହୁଲ ଗାନ୍ଧିଙ୍କୁ ଭେଟିଥିବା ଆମେରିକା ସାଂସଦଙ୍କ ପ୍ରତିନିଧି ଦଳରେ ଓମାର ଥିଲେ। ବିଜେପି ନେତାମାନେ ପ୍ରଥମଥର ଆଜି ଇଲହାନ ଓମାରଙ୍କ ନାଁ ଶୁଣୁଛନ୍ତି। ସେ ଆମେରିକା ସଂସଦର ସଦସ୍ୟ ଓ ସେ ପ୍ରତିନିଧି ଦଳ ସହ ଆସିଥିଲେ। ଏଥିରେ ବିବାଦ କେଉଁଠି ରହିଲା ବୋଲି କଂଗ୍ରେସ ନେତା ପବନ ଖେଡା ପ୍ରଶ୍ନ କରିଛନ୍ତି।

ଓମାର ହେଉଛନ୍ତି ଜଣେ ସୋମାଲି ଆମେରିକୀୟ। ସେ କାନାଡା ନାଗରିକ ତଥା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ ଭାରତକୁ ଟାର୍ଗେଟ କରିଥିଲେ। ଗତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ଆମେରିକା ମହାସଭାକୁ ସମ୍ବୋଧନ କରୁଥିବା ବେଳେ ଏହାକୁ ବୟକଟ କରିଥିବା ସାଂସଦଙ୍କ ମଧ୍ୟ ଓମାର ରହିଥିଲେ।

୨୦୨୨ରେ ସେ ପାକିସ୍ତାନ ଗସ୍ତ କରି ଶେହବାଜ ଶରିଫ ଓ ଇମ୍ରାନ ଖାନଙ୍କୁ ଭେଟିଥିଲେ। ପିଓକରେ ଥିବା ମୁଜାଫରବାଦ ଗସ୍ତ କରି ସେଠାକାର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ। ତାଙ୍କର ପିଓକେ ଗସ୍ତକୁ ଭାରତ ବିରୋଧ କରିଥିଲା।

Rahul Gandhi Bjp Congress USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe