/odisha-reporter/media/post_attachments/uploadimage/library/16_9/16_9_0/BJP_1756808852.jpg)
BJP
ଦିନକ ତଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଭୋଟି ଚୋରି ପ୍ରସଙ୍ଗରେ ବିଜେପିକୁ ହାଇଡ୍ରୋଜେନ ବୋମାର ଧମକ ଦେଇଥିଲେ। ଆଗକୁ ହାଇଡ୍ରୋଜେନ ବୋମା ଆସୁଥିବା ସେ ସମସ୍ତଙ୍କୁ ଜଣାଇଥିଲେ। ଏପରି ଧମକର ଦିନକ ପରେ ବିଜେପି ପକ୍ଷରୁ କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କୁ ଟାର୍ଗେଟ କରାଯାଇଛି। ପବନ ଖେଡାଙ୍କ ପାଖରେ ଦୁଇଟି ସକ୍ରିୟ ଭୋଟର ନମ୍ବର ରହିଥିବା ବିଜେପି ଅଭିଯୋଗ କରି କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି। ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସର୍ବଉତ୍କୃଷ୍ଟ ଭୋଟ ଚୋର ବୋଲି ବିଜେପି କହିଛି।
ଏହାର ଜବାବ ମଧ୍ୟ ପବନ ଖେଡା ତୁରନ୍ତ ଦେଇଛନ୍ତି। ଏଥିସହ ପୂର୍ବରୁ ସେ ଯେଉଁ ନିର୍ବାଚନ ମଣ୍ଡଳୀରେ ରହୁଥିଲେ ସେଠାରୁ ନାଁ ହଟାଇବା ପାଇଁ ସବୁ ପ୍ରକାରର ନିୟମକୁ ଅନୁସରଣ କରିଥିବା ପ୍ରମାଣ ସହ ଦେଖାଇଛନ୍ତି ଓ ନିର୍ବାଚନ କମିଶନ କାହିଁକି ପୂର୍ବ ନିର୍ବାଚନ ମଣ୍ଡଳୀରୁ ତାଙ୍କ ନାଁ କଟି ନାହାନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।
ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ନୂଆଦିଲ୍ଲୀ ଓ ଜଙ୍ଗପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାର ଫଟୋ ଶେୟାର କରିଥିଲେ। ଏହାକୁ ଶେୟାର କରି ମାଲବ୍ୟ ଦାବି କରିଥିଲେ ଯେ ଶ୍ରୀ ଖେଡା ୨ଟି ସକ୍ରିୟ ଇପିଆଇସି ନମ୍ବର ରଖିଛନ୍ତି।
ସେ କହିଥିଲେ, “ରାହୁଲ ଗାନ୍ଧି ଛାତ ଉପରୁ ଭୋଟ ଚୋରିର ଚିତ୍କାର କରୁଛନ୍ତି। କିନ୍ତୁ ଭାରତର ନାଗରିକ ହେବା ପୂର୍ବରୁ ତାଙ୍କ ମା’ ସୋନିଆ ଗାନ୍ଧି ଦେଶର ଭୋଟର ତାଲିକାରେ ନିଜକୁ ସାମିଲ କରିଥିଲେ ବୋଲି ରାହୁଲ ଗାନ୍ଧି ଭୁଲି ଯାଇଛନ୍ତି। ଏବେ ଜଣାପଡ଼ିଛି ଯେ କଂଗ୍ରେସ ମୁଖପାତ୍ର ପବନ ଖେଡା ୨ଟି ଇପିଆଇସି ନମ୍ବର(ଜଙ୍ଗପୁରା ଓ ନୂଆଦିଲ୍ଲୀ) ନିଜ ପାଖରେ ରଖିଛନ୍ତି।
ପବନ ଖେଡା କେମିତି ଦୁଇଟି ସକ୍ରିୟ ଇପିଆଇସି ନମ୍ବର ହାତେଇଲେ ତା’ର ତଦନ୍ତ ଏବେ ନିର୍ବାଚନ କମିଶନ କରନ୍ତୁ। ଏଥିସହ ସେ ଏକାଧିକ ଥର ଭୋଟିଂ କରିଛନ୍ତି କି ନାହିଁ, ତା’ର ମଧ୍ୟ ତଦନ୍ତ ହେବା ଉଚିତ। ଯଦି ଦୁଇଟି ଭୋଟର କାର୍ଡ ରଖିଥିବା ଯଥେଷ୍ଟ ଅପରାଧ ନୁହେଁ, ପବନ ଖେଡା ବିହାରରେ ଉଦ୍ଦେଶ୍ୟମୂଳକ ସାମ୍ବାଦିକ ସମ୍ମିଳନୀ କରି ଭୋଟରଙ୍କୁ ବିଭ୍ରାନ୍ତ କରିବା ଭଳି ଅପରାଧ ଘଟାଇ ଚାଲିଛନ୍ତି। ଭାରତର ନିର୍ବାଚନ ପ୍ରକ୍ରିୟାକୁ ସେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି।” କଂଗ୍ରେସକୁ ସେ ସର୍ବଉତ୍କୃଷ୍ଟ ଭୋଟ ଚୋର ବୋଲି କହିଛନ୍ତି।
Rahul Gandhi screamed “Vote Chori” from the rooftops. But just like he forgot to mention that his mother, Sonia Gandhi, enlisted herself in India’s voter list even before becoming an Indian citizen, it has now emerged that Pawan Khera, Congress spokesperson—who never misses a… pic.twitter.com/IkGFlUhuWk
— Amit Malviya (@amitmalviya) September 2, 2025
ଏହାର ଜବାବରେ ଖେଡା କହିଛନ୍ତି ଯେ ବିଜେପି ଭୋଟର ତାଲିକା ପାଇପାରୁଛି। କିନ୍ତୁ କଂଗ୍ରେସକୁ ଏହା ମିଳୁ ନାହିଁ। ଏହି କଥା ହିଁ ପ୍ରକୃତରେ କଂଗ୍ରେସ କହିବାକୁ ଚାହୁଁଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପକୁ ନେଇ ଆମେ ଏଥିପାଇଁ ପ୍ରଶ୍ନ ଉଠାଉଛୁ। ଭୋଟର ତାଲିକା ବିଜେପି ନେତା ଓ ଇସିଙ୍କ ପାଖରେ ରହୁଛି। କଂଗ୍ରେସ ଏହାକୁ ବାରମ୍ବର ମାଗୁଥିଲେ ହେଁ ମିଳୁ ନାହିଁ।
ମୁଁ ନିର୍ବାଚନ କମିଶନଙ୍କୁ ପଚାରିବାକୁ ଚାହୁଁଛି ଯେ ମୋ ନାଁରେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ କିଏ ଭୋଟ ଦେଇଛି? ମୁଁ ସିସିଟିଭି ଫୁଟେଜ ଚାହୁଁଛି। ମୁଁ ସେଠାରୁ ୨୦୧୬ରୁ ଶିଫ୍ଟ କରିଥିଲି। ଭୋଟର ତାଲିକାରୁ ନାଁ ହଟାଇବାକୁ ମୁଁ ସବୁ ପ୍ରକାରର ନିୟମ ଅନୁସରଣ କରିଥିଲି। କିନ୍ତୁ ମୋ ନାଁ ତଥାପି କେମିତି ରହିଛି? ୭ ଅଗଷ୍ଟରୁ ଆଜି ଯାଏ ରାହୁଲ ଗାନ୍ଧି ଏହାକୁ ହିଁ ଚ୍ୟାଲେଞ୍ଜ କରୁଛନ୍ତି। ଏଭଳି ହଜାର ହଜାର ନାଁ ଭାରତର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ରହିଛି। ଏହାର ଅପବ୍ୟବହାର କରାଯାଉଥିବା ଶ୍ରୀ ଖେଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
