Advertisment

ବିଜେଡିରେ ଅଛନ୍ତି ଅନେକ ଏକନାଥ ସିନ୍ଦେ: ବିଜେପି

ସମୀର ମହାନ୍ତିଙ୍କ ବିଜେଡିରେ ଅନେକ ଏକନାଥ ସିନ୍ଦେ ଅଛନ୍ତିର ମନ୍ତବ୍ୟ ରାଜନୀତିକୁ ସରଗରମ୍ କରିଛି

ଅଦ୍ୟତନ ହୋଇଛି
Samir Kumar Mohanty

Samir Kumar Mohanty

Advertisment

ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି। ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ ସମସ୍ତେ ବିଜେପି ସହ ସଂପର୍କରେ ଅଛନ୍ତି। ବିଜେଡି ନେତା ପାଣ୍ଡିଆନଙ୍କ ମନ୍ତବ୍ୟକୁ ନେଇ ଆଜି ଏଭଳି ବଡ଼ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି।

Advertisment

ନୂଆ ନୂଆ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଗିରି କରୁଥିବା ପାଣ୍ଡିଆନ୍ କେବେଠୁ ସେଫୋଲଜିଷ୍ଟ ହେଲେଣି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି ପାଣ୍ଡିଆନ୍ ଯଦି ସ୍ୱୀକାର କରୁଛନ୍ତି ବିଜେପିର ୫୦ଟି ସିଟ୍ ହେବ ବୋଲି ଜୁନ୍ ୪ ତାରିଖ ଦିନ ଜାଣିବେ କ’ଣ ହେବ।

ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି। ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି। ପୂର୍ବରୁ ସଭାପତି କହିଛନ୍ତି ଯେ ଓଡ଼ିଶା ମାଟିର ଓଡ଼ିଆ ପିଲା ସ୍ୱାଭିମାନୀ ପିଲା ଯାହା ଦେହରେ ଓଡ଼ିଆ ରକ୍ତ ଅଛି ସେ କ୍ରୀତଦାସ ପାଖରେ ରହିପାରିବନାହିଁ। ତେଣୁ ଗୋଡ଼ ତଳୁ ମାଟି ଖସୁଥିବା ବିଜେଡି ଜାଣିଗଲାଣି ବୋଲି କହିଛନ୍ତି ସମୀର।

Advertisment

ପାଣ୍ଡିଆନ୍‌ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶାରେ ବିଜେପି ୪୦ରୁ ୫୦ ସିଟ୍ ପାଇ ଆସିଲେ ବିଜେଡି ସରକାର ଭାଙ୍ଗିଦେବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ହଟ ଚମକ ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପୂର୍ବରୁ ପାଣ୍ଡିଆନ୍‌ଙ୍କ ଏଭଳି ମନ୍ତବ୍ୟ ଓ ଏହାର ଜବାବରେ ବିଜେପି ନେତା ସମୀର ମହାନ୍ତିଙ୍କ ବିଜେଡିରେ ଅନେକ ଏକନାଥ ସିନ୍ଦେ ଅଛନ୍ତିର ମନ୍ତବ୍ୟ ରାଜନୀତିକୁ ସରଗରମ୍ କରିଛି।

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe