ମଣିପୁରରେ ଇ.ଣ୍ଡି.ଆ ସାଂସଦ, ଏମିତି ଚ୍ୟାଲେଞ୍ଜ ଦେଲା ବିଜେପି

ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତକୁ ଭେଟିବେ। ଏହାପରେ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମଣିପୁର ପ୍ରାୟ ୩ ମାସ ହେଲା ଜଳୁ ଥିବା ବେଳେ ସରକାର ଏଠାରେ ଶାନ୍ତି ଫେରାଇବାକୁ ସକ୍ଷମ ହୋଇ ନାହାନ୍ତି।

Manipur

ମଣିପୁରରେ ବିରୋଧୀ ଦଳର ସାଂସଦ

Hemant Lenka
  • Published: Saturday, 29 July 2023
  • , Updated: 29 July 2023, 03:54 PM IST

ହିଂସା ଓ ରକ୍ତପାତରେ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରର ସ୍ଥିତି ପରଖିବାକୁ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ସେଠାକୁ ଯାଇଛନ୍ତି। ସେମାନେ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ମଣିପୁର ଘଟଣାର ଯାଞ୍ଚ କରିବେ।

ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତକୁ ଭେଟିବେ। ଏହାପରେ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମଣିପୁର ପ୍ରାୟ ୩ ମାସ ହେଲା ଜଳୁ ଥିବା ବେଳେ ସରକାର ଏଠାରେ ଶାନ୍ତି ଫେରାଇବାକୁ ସକ୍ଷମ ହୋଇ ନାହାନ୍ତି।

ଏହାକୁ ଦୃଷ୍ଟିରେ ରଖି ତଥା ସଂସଦରେ ଉପଯୁକ୍ତ ତଥ୍ୟ ପ୍ରଦାନର ଉଦ୍ଦେଶ୍ୟ ରଖି ବିରୋଧୀ ଦଳର ସାଂସଦମାନେ ମଣିପୁର ଯାଇଥିବା କହିଛନ୍ତି। ବିଶେଷ କରି ମହିଳାମାନଙ୍କ ପ୍ରତି ମଣିପୁରରେ ହେଉଥିବା ଅତ୍ୟାଚାରର ପ୍ରକୃତ ସତ୍ୟ ଦେଶ ସାମ୍ନାକୁ ଆଣିବା ପାଇଁ ମଧ୍ୟ ବିରୋଧୀ ଲକ୍ଷ୍ୟ ରଖିଛନ୍ତି।

ତେବେ ଇଣ୍ଡିଆ ସାଂସଦମାନଙ୍କ ଏପରି ମଣିପୁର ଗସ୍ତକୁ ସହଜରେ ହଜମ କରିପାରିନି ବିଜେପି। ବିରୋଧୀ ମଣିପୁର ଯାଇଥିବା ବେଳେ ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟକୁ ଯିବାକୁ ସାହାସ ଦେଖିପାରିବେ କି ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଚ୍ୟାଲେଞ୍ଜ ଦେଇଛନ୍ତି।

ସେ କହିଛନ୍ତି, “ସେମାନେ ମଣିପୁର ଯାଇ ଡ୍ରାମା କରୁଛନ୍ତି। ସେମାନେ ମଣିପୁର ଯାଉଥିବା ବେଳେ କାହିଁକ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଦେଖାଯାଇଥିବା ହିଂସା ଘଟଣାରେ ଚୁପ ରହିଛନ୍ତି? ଏଠାରେ ମହିଳା ବିରୋଧୀ ଅତ୍ୟାଚାର ହେଉଥିଲେ ହେଁ ସେମାନେ କାହିଁକି ମୁହଁ ଖୋଲୁ ନାହାନ୍ତି?

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପଶ୍ଚିମବଙ୍ଗ ଆସିବେ କି? କଂଗ୍ରେସର ଲୋକସଭା ସଦସ୍ୟ ତଥା ପଶ୍ଚିମବଙ୍ଗର ସାଂସଦ(ଅଧୀର ରଞ୍ଜର ଚୌଧୁରୀ) ଅନ୍ୟ ବିରୋଧୀ ଦଳଗୁଡ଼ିକୁ ପଶ୍ଚିମବଙ୍ଗର ସ୍ଥିତି ପରଖିବାକୁ ଡାକିବେ କି? କ’ଣ ଅଧୀର ରଞ୍ଜୟ ଚୌଧୁରୀ ତାଙ୍କ ରାଜ୍ୟ ପଶ୍ଚିମବଙ୍ଗରେ ଘଟୁଥିବା ମହିଳା ବିରୋଧୀ ଅପରାଧକୁ ସମର୍ଥନ କରୁଛନ୍ତି?

ଯେତେବେଳେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆର ସାଂସଦମାନେ ମଣିପୁରରୁ ଫେରିବେ ସେମାନେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଯିବେ କି? କ’ଣ ଏହି ୨୦ ଜଣ ସାଂସଦ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପରେ ରିପୋର୍ଟ ଦେବେ? ରାଜସ୍ଥାନରେ ହତ୍ୟା ଓ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ସେଠାକୁ ଯାଉ ନାହାନ୍ତି।

କ’ଣ ଇଣ୍ଡିଆ ମେଣ୍ଟ ମଧ୍ୟ ରାଜସ୍ଥାନ ଯିବ? ବିରୋଧୀ ଓ ସେମାନଙ୍କ ମେଣ୍ଟରେ ଥିବା ଦଳଗୁଡ଼ିକ କେବେ ହେଲେ ସେମାନଙ୍କ ସମୟରେ ମଣିପୁର ଜଳୁଥିବା କଥା କହୁ ନାହାନ୍ତି। ସେମାନେ ମଣିପୁର ଗସ୍ତ କରି କେବଳ ଡ୍ରାମା କରୁଛନ୍ତି।”

Related story