Advertisment

'କୁଶାସନ କରିଛନ୍ତି ମାନେ ଜେଲ୍-ଆସନକୁ ନିଶ୍ଚୟ ଯିବେ'

ଇଡି ସମନକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ।

author-image
Debibandita Barick
ଅଦ୍ୟତନ ହୋଇଛି
Sambit Patra & Arvind Kejriwal

Sambit Patra & Arvind Kejriwal

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦ୍ୱିତୀୟ ସମନକୁ ବି ଖାତିର କଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଇଡି ସମନକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଇଡିରେ ସମନ ହେବା ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି। 

Advertisment

କେଜ୍ରିୱାଲଙ୍କ ଏପରି ପଦକ୍ଷେପ ପରେ କଟାକ୍ଷ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି, "ଅରବିନ୍ଦ କେଜ୍ରିୱାଲ ଏବଂ କର୍ତ୍ତବ୍ୟ କେବେ ଏକାଠି ରହିପାରିବେନି। କେଜ୍ରିୱାଲ ନିଜକୁ ବିପାସନା ପଛରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କୁଶାସନ ଏବଂ ବିପାସନା କେବେ ଏକାଠି ଯାତ୍ରା କରିପାରିବେ ନାହିଁ।"

ସମ୍ବିତ ପାତ୍ର ଆହୁରି କହିଛନ୍ତି, "ଯଦି ଆପଣ କୁଶାସନ କରିଛନ୍ତି, ତେବେ ନିଶ୍ଚୟ ଜେଲ-ଆସାନର ସାମ୍ନା କରିବାକୁ ପଡିବ। ଜେଲରେ ମଧ୍ୟ ବିପାସନା କରିପାରିବେ। ସେଠାରେ ଏପରି ବ୍ୟବସ୍ଥା ରହିଛି।"

Advertisment

ପ୍ରକାଶ ଥାଉ କି, ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାର ଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ସମନ ପଠାଇଥିଲା ଇଡି। କିନ୍ତୁ ସେ ଗତକାଲିଠାରୁ ଏକ ଧ୍ୟାନକେନ୍ଦ୍ର ବା ବିପାସନା ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି। ସେଠାରେ 10 ଦିନ ପର୍ଯ୍ୟନ୍ତ ରହିବେ। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ସମନକୁ ବେଖାତିର କରି ହାଜର ହୋଇନଥିଲେ କେଜ୍ରିୱାଲ। 

ଇଡିରେ ହାଜର ହେବେ ନାହିଁ ଦର୍ଶାଇ କେଜ୍ରିୱାଲ କହିଛନ୍ତି, "ଇଡି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ ପ୍ରତ୍ୟେକ ଆଇନଗତ ସମନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ଇଡିର ସମନ ପୂର୍ବ ପରି ବେଆଇନ। ଏ ସମନ ପ୍ରତ୍ୟାହାର କରାଯିବା ଉଚିତ।"

ଏହି ମାମଲାରେ କେଜ୍ରିୱାଲଙ୍କ ମୁଖ୍ୟ ସହଯୋଗୀ ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଜେଲରେ ଅଛନ୍ତି। ସେହିପରି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। 

Bjp Arvind Kejriwal Delhi Liquor Policy Scam ED Summon