Advertisment

ହରିୟାଣାରେ ବିଜେପିର ହ୍ୟାଟ୍ରିକ, ବିଜେଡିକୁ ଶକ୍ତଧକ୍କା: ଭାଙ୍ଗିଲା ପୁଣି କ୍ଷମତାକୁ ଫେରିବାର ସ୍ୱପ୍ନ

ହରିୟାଣାରେ କଂଗ୍ରେସ କ୍ଷମତାକୁ ଫେରିଲେ ଓ ପରିବର୍ତ୍ତିତ ପରିସ୍ଥିତିରେ ଏନଡିଏର ସହଯୋଗୀ ଦଳ ଯଦି ସମର୍ଥନ ପ୍ରତ୍ୟାହାର କରିନେଲେ କେନ୍ଦ୍ରରେ ଇଣ୍ଡି ମେଂଟ ସରକାର ହେବ ବୋଲି ବିଜେଡି ଅଙ୍କ କଷିଥିଲା।

undefined

BJD

Advertisment

ହରିୟାଣା ଓ ଜାମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଓଡ଼ିଶାର ଆଂଚଳିକ ଦଳ ବିଜେଡିକୁ ଅଧିକ ନିରାଶ କରିଛି। ଯଦିଓ ଏହି ଦୁଇ ରାଜ୍ୟରେ ବିଜେଡି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚନରେ ସାମିଲ ହୋଇନଥିଲା କିନ୍ତୁ ନିର୍ବାଚନୀ ଫଳାଫଳ କଂଗ୍ରେସ ସପକ୍ଷରେ ଯିବାକୁ ନେଇ ବିଜେଡି ଉତ୍ସାହିତ ହୋଇପଡ଼ିଥିଲା। ଆଉ ହରିୟାଣାରେ କଂଗ୍ରେସ କ୍ଷମତାକୁ ଫେରିଲେ ତା’ର ପ୍ରଭାବ ଜାତୀୟ ରାଜନୀତିରେ ପଡ଼ିବ ବୋଲି ଆକଳନ କରି ରାଜ୍ୟରେ ପୁଣିଥରେ କ୍ଷମତାଦଖଲ କରିବାର ସ୍ୱପ୍ନ ଦେଖିଥିଲା ବିଜେଡି। କିନ୍ତୁ ସବୁ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ବିଜେପି ହରିୟାଣାରେ କ୍ରମାଗତ ତୃତୀୟ ଥର ସରକାର ଗଢ଼ିବାକୁ ଯିବାପରେ ବିଜେଡିର କ୍ଷମତାକୁ ଫେରିବା ସ୍ୱପ୍ନ ଚୂରମାର ହୋଇଯାଇଛି।

Advertisment

ଓଡ଼ିଶାରେ ବିଜେଡିର ୨୪ବର୍ଷର ଶାସନର ପତନ ପରେ ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳର ଆଗଧାଡ଼ିର ନେତାମାନଙ୍କ ମଧ୍ୟରେ କ୍ଷମତାର ହ୍ୟାଙ୍ଗଓଭର ବି ଏପର୍ଯ୍ୟନ୍ତ ରହିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଭେଟୁଥିବା ଦଳୀୟ ନେତାମାନଙ୍କୁ ‘ରାଜ୍ୟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନି, ମ୍ୟାଜିକ୍ ସଂଖ୍ୟାଠୁ ମାତ୍ର ୪ଟି ସିଟ୍ ଅଧିକ ପାଇଛି। ତେଣୁ ବିଜେଡି ଖୁବଶୀଘ୍ର କ୍ଷମତାକୁ ଫେରିବ’ ବୋଲି ଆଶ୍ୱାସନା ଦେବାରେ ଲାଗିଛନ୍ତି। ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ ଓ ଏହା ଜାତୀୟ ରାଜନୀତିକ ପରିସ୍ଥିତିକୁ ପ୍ରଭାବିତ କରିବାର ଉଦାହରଣ ଦେଇ ନବୀନ ରାଜ୍ୟରେ ‘କ୍ଷମତାକୁ ଫେରିବାର’ ଯେଉଁ ଆକଳନ କରୁଥିଲେ ଏବଂ ନିଜ ଦଳୀୟ ନେତାମାନଙ୍କୁ ଆଶ୍ୱାସନା ଦେଉଥିଲେ ତାହା ଏବେ ଭୁଲ୍ ପ୍ରମାଣିତ ହୋଇଛି।

ହରିୟାଣାରେ କଂଗ୍ରେସ କ୍ଷମତାକୁ ଫେରିଲେ ଓ ପରିବର୍ତ୍ତିତ ପରିସ୍ଥିତିରେ ଏନଡିଏର ସହଯୋଗୀ ଦଳ ଯଦି ସମର୍ଥନ ପ୍ରତ୍ୟାହାର କରିନେଲେ କେନ୍ଦ୍ରରେ ଇଣ୍ଡି ମେଂଟ ସରକାର ହେବ ବୋଲି ବିଜେଡି ଅଙ୍କ କଷିଥିଲା। ଆଉ ରାଜ୍ୟରେ ଯଦିଓ ବିଜେପିକୁ ସ୍ପଷ୍ଟ ଜନାଦେଶ ମିଳିଛି ତଥାପି ‘ଭଙ୍ଗାଗଢ଼ା ରାଜନୀତି’ କରି ବିଜେଡି ପୁଣିଥରେ କ୍ଷମତାକୁ ଫେରିବ ବୋଲି ଦଳର ନେତାମାନେ ଯେଉଁ ଅଙ୍କ କଷୁଥିଲେ ଓ ବୟାନବାଜି କରୁଥିଲେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି।

Advertisment

ବିଜେଡି ନେତାମାନେ ନିଜ ସୁପ୍ରିମୋଙ୍କ ମତକୁ ଦେଖି ସେଭଳି ଆକଳନ ମଧ୍ୟ କରିବାରେ ଲାଗିଥିଲେ। ଯେଉଁଥିପାଇଁ ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ପ୍ରସନ୍ନ ଆଚାର୍ଯ୍ୟ ଓ ଅରୁଣ ସାହୁ ବୁଲେଇବଙ୍କେଇ ଓଡ଼ିଶାରେ ବିଜେଡି ପୁଣିଥରେ କ୍ଷମତାକୁ ଫେରିବ ବୋଲି ସର୍ବସାଧାରଣରେ ମତ ଦେବାକୁ ପଛାଇ ନାହାନ୍ତି। ଆଉ ଦଳର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଆଉ ପାଦେ ଆଗେଇ ଯାଇ ‘ବିଜେଡି ୫ ବର୍ଷ ପରେ ନୁହେଁ ଖୁବଶୀଘ୍ର ରାଜ୍ୟରେ କ୍ଷମତାକୁ ଫେରିବ’ ବୋଲି ନବୀନ ନିଜେ ତାଙ୍କୁ କହିଥିବା ‘ଓଟିଭି’କୁ ସାକ୍ଷାତକାର ଦେଇ ସେ କହିବାକୁ ପଛାଇନଥିଲେ।

ଦେବାଶିଷ ମଧ୍ୟ କଂଗ୍ରେସ ସହଯୋଗରେ ଓଡ଼ିଶାରେ ବିଜେଡି ସରକାର ଗଢ଼ିବ ବୋଲି ଭବିଷ୍ୟବାଣୀ କରିଥିଲେ। ସେହିପରି ଅରୁଣ ସାହୁ ବିଜେପିକୁ ବିରୋଧ କରି ହରିୟାଣା ଓ ଜମ୍ମୁ-କଶ୍ମୀରରେ କଂଗ୍ରେସ ସପକ୍ଷରେ ଜନାଦେଶ ଯିବ ବୋଲି କହିବା ସହ ଏହି ବାର୍ତ୍ତା ଜାତୀୟ ରାଜନୀତିକୁ ପ୍ରଭାବିତ କରିବ କହିଥିଲେ। ଆଉ ନବୀନ ପଟ୍ଟନାୟକ ହିଁ ଓଡ଼ିଶାର ବିକଳ୍ପ। ଶାସକ ଦଳ(ବିଜେପି)ର ନେତାମାନେ ମଧ୍ୟ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି। ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ଫଳାଫଳ  ବିଜେଡି ସପକ୍ଷରେ ଯିବ ବୋଲି କହିଥିଲେ।

ତେଣୁ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟରେ କଂଗ୍ରେସ ଯେତିକି ହତୋତ୍ସାହିତ ହୋଇନି ତା’ଠୁ ଅଧିକ ନିରାଶ ବିଜେଡି ଶିବିରକୁ ଲାଗିଛି। ହରିୟାଣାରେ ବିଜେପି ବିରୁଦ୍ଧରେ ସରକାରବିରୋଧୀ ହାୱା ସହ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ଥାଇ ମଧ୍ୟ ବିଜେପିକୁ କ୍ରମାଗତ ତୃତୀୟଥର ସଫଳତା ମିଳିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକକୁ ପ୍ରମାଣିତ କରାଇଛି। ବିଗତ ୧୦ବର୍ଷ ମଧ୍ୟରେ କଂଗ୍ରେସ କେଉଁ ରାଜ୍ୟରେ ବି ନିଜର ସରକାରକୁ ରିପିଟ୍ କରିବାରେ ସକ୍ଷମ ହୋଇନଥିବାବେଳେ ବିଜେପି କିଭଳି ହ୍ୟାଟ୍ରିକ୍ ବିଜୟ ହାସଲ କରିପାରୁଛି ତାହା ଜାତୀୟସ୍ତରରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe