/odisha-reporter/media/post_attachments/uploadimage/library/16_9/16_9_0/Jay_Panda__1695213156.jpg)
Jay Panda
ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା କୂଟନୀତିକ ବିବାଦ ମଧ୍ୟରେ ଆଜି ନିଜର ମତ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କାନାଡାକୁ ତୀବ୍ର ସମାଲୋଚନା କରିଛନ୍ତି। କାନାଡା ଯେଉଁଭଳି ଖଲିସ୍ତାନୀମାନଙ୍କୁ ସମର୍ଥନ କରି ନିଜ ମାଟିରେ ସେମାନଙ୍କୁ ବିଭିନ୍ନ ଭାରତ ବିରୋଧୀ କାମ କରିବାକୁ ଅନୁମତି ଦେଉଛି, ଠିକ ସେହିପରି ଭାରତର ମାଟିକୁ ମଧ୍ୟ କ୍ୟୁବେକ ସ୍ୱାଧୀନତା ପାଇଁ ଅନୁମତି ମିଳିବା ଉଚିତ ବୋଲି ସେ କହିଛନ୍ତି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର୍ର ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାରି ଭିତରେ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ “ଭାରତ ମଧ୍ୟ କାନାଡ଼ା ସହ ଥିବା ‘ବନ୍ଧୁତାର ମୂଲ୍ୟ’କୁ ବୁଝି କ୍ୟୁବେକ ସ୍ୱାଧୀନତା ଅଭିଯାନ ପାଇଁ ଗୋଟିଏ ଅନଲାଇନ ଜନମତ ପ୍ରକ୍ରିୟା ଆରମ୍ଭ କରିବା ଉପରେ ବିଚାର କରିବା ଦରକାର।
ସମ୍ଭବତଃ ଏହା ସହ ଆମେ ଭାରତର ମାଟିକୁ ମଧ୍ୟ କ୍ୟୁବେକ ସ୍ୱାଧୀନତା ସଂଗ୍ରାମ ପାଇଁ ଅନୁମତି ଦେବା ଉଚିତ। କାନାଡା ଯେଉଁଭଳି ଖଲିସ୍ତାନୀମାନଙ୍କୁ ବୋମା ମାଡ଼ ଓ ହତ୍ୟା ଉଦ୍ୟମ ଆଦିକୁ ସମର୍ଥନ ଦେଉଛି ଭାରତ ମଧ୍ୟ କ୍ୟୁବେକ୍ ସ୍ୱାଧୀନତା ଆନ୍ଦୋଳନକୁ ସେହିପରି ଭାବେ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।
ଭାରତୀୟ ନେତାମାନେ କ୍ୟୁବେକ ସ୍ୱାଧୀନତାକୁ ସମର୍ଥନ କରୁଥିବା କାନାଡ଼ାର ନିର୍ବାଚିତ ପ୍ରତିନିଧିମାନଙ୍କୁ ଭେଟନ୍ତୁ ବୋଲି ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଆମେକୁ ସେମାନଙ୍କୁ ମଧ୍ୟ ଭେଟିବାକୁ ପଡ଼ିବ ଓ ସେମାନଙ୍କ ମତାମତକୁ ବୁଝିବାକୁ ହେବ। ଭାରତ-କାନାଡ଼ା ମଧ୍ୟରେ ଥିବା ବନ୍ଧୁତା ଓ ସହଭାଗିତାକୁ ଦୃଷ୍ଟିରେ ରଖି ମୁଁ ସେମାନଙ୍କ ପାଇଁ ଦିଲ୍ଲୀରେ ଆଲୋଚନା ପାଇଁ ବ୍ୟବସ୍ଥା କରିପାରିଲେ ନିଜକୁ ସୌଭାଗ୍ୟ ମଣିବି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।
କାନାଡ଼ାଠାରୁ ସ୍ୱାଧୀନତା ପାଇଁ କ୍ୟୁବେକ ସ୍ୱାଧୀନତା ସଂଗ୍ରାମ ଦୀର୍ଘ ବର୍ଷ ହେଲା ଚାଲିଛି। ଏହାକୁ ଏବେ ଭାରତ ସମର୍ଥନ କରିବାକୁ ଶ୍ରୀ ପଣ୍ଡା କହିଛନ୍ତି।
In the spirit of friendship with Canada, we in India must consider facilitating an online referendum on the Quebec independence issue (in gratitude for their allowing Khalistani separatists to try the same on Canadian soil).
Perhaps we should also offer Indian soil for the Quebec…— Baijayant Jay Panda (@PandaJay) September 20, 2023
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପକୁ ଜୁନ ୧୮ରେ ଦୁଇ ଜଣ ବନ୍ଧୁକଧାରୀ ହତ୍ୟା କରିଥିଲେ। ଏହି ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ସମ୍ଭାବ୍ୟ ହାତ ରହିଥିବା ବଳିଷ୍ଠ ଅଭିଯୋଗ ମିଳିଛି ବୋଲି କାନାଡ଼ା କହିବା ପରେ ବିବାଦ ଦେଖାଯାଇଛି। ତେବେ ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
