Advertisment

ଦ୍ୱାଦଶ ଯାଏ ପଢ଼ିଛନ୍ତି କଙ୍ଗନା ରାଣାୱତ, ହେଲେ ସମ୍ପତ୍ତିର ମୂଲ୍ୟ 91,66,31,239 ଟଙ୍କା

ଅଭିନୟ ଜଗତରୁ ରାଜନୀତିକୁ ଆସିଥିବା ୩୭ ବର୍ଷୀୟ କଙ୍ଗନାଙ୍କ ପାଖରେ ନଗଦ ୨ ଲକ୍ଷ ଟଙ୍କା ରହିଛି। ବ୍ୟାଙ୍କରେ ସେ ଆଉ ୧.୩୫ କୋଟି ଟଙ୍କା ଜମା ରଖିଛନ୍ତି।

author-image
Hemant Lenka
Kangana Ranaut

Kangana Ranaut

ବିଜେପିର ମଣ୍ତି ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମାତ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ହେଲେ ସେ ୯୧,୬୬,୩୧,୨୩୯ ଟଙ୍କାର ମାଲିକ। ତାଙ୍କ ପାଖରେ ୩ଟି ଦାମୀ କାର ବି ରହିଛି। ପ୍ରାର୍ଥିପତ୍ର ଦାଖଲ ବେଳେ କଙ୍ଗନା ଦେଇଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବିବରଣୀ ସାର୍ବଜନୀନ କରିଛନ୍ତି।

Advertisment

ଘୋଷଣା ଅନୁସାରେ, କଙ୍ଗନାଙ୍କ ପାଖରେ ୨୮.୭ କୋଟି ଟଙ୍କା ଅସ୍ଥାବର ଓ ୬୨.୯ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଅଭିନୟ ଜଗତରୁ ରାଜନୀତିକୁ ଆସିଥିବା ୩୭ ବର୍ଷୀୟ କଙ୍ଗନାଙ୍କ ପାଖରେ ନଗଦ ୨ ଲକ୍ଷ ଟଙ୍କା ରହିଛି। ବ୍ୟାଙ୍କରେ ସେ ଆଉ ୧.୩୫ କୋଟି ଟଙ୍କା ଜମା ରଖିଛନ୍ତି।

ମୁମ୍ବାଇ, ପଞ୍ଜାବ ଓ ହିମାଚଳ ପ୍ରଦେଶର ମଣ୍ଡିରେ ତାଙ୍କର ଜମି/ଘର ରହିଛି। ତାଙ୍କ ପାଖରେ ଗୋଟିଏ BMW, ଗୋଟିଏ ମର୍ସିଡିଜ ବେଞ୍ଜ ଓ ମର୍ସିଡିଜ ମେବାକ ରହିଛି। ଏହି ୩ ଦାମୀ ଗାଡ଼ିର ମୂଲ୍ୟ ୩.୯୧ କୋଟି ଟଙ୍କା।

Advertisment

କଙ୍ଗନା ୬.୭ କେଜି ସୁନାର ମାଲିକାଣୀ। ଏହାର ମୂଲ୍ୟ ପ୍ରାୟ ୫ କୋଟି ହେବ। ୧୪ କ୍ୟାରେଟ ହୀରା ଗହଣା କଙ୍ଗନାଙ୍କ ପାଖରେ ରହିଛି। ଏହାର ମୂଲ୍ୟ ୩ କୋଟି ଟଙ୍କା।

ତାଙ୍କ ନାଁରେ ୫୦ଟି ଏଲଆଇସି ପଲିସି ରହିଛି। ଏହାର ଦାମ ୭.୩ କୋଟି ଟଙ୍କା। ସତ୍ୟପାଠ ଅନୁସାରେ, କଙ୍ଗନା ଚଣ୍ଡିଗଡ଼ର ଗୋଟିଏ ଘରୋଇ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଛନ୍ତି।

ତାଙ୍କ ନାଁରେ ମୋଟ ୮ଟି ଅପରାଧିକ ମାମଲା ରହିଛି। ଏହା ମଧ୍ୟରୁ ୩ଟି ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ରୁଜୁ ହୋଇଛି।

ଜୁନ ୧ରେ ମଣ୍ଡି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ। ଏଠାରେ କଙ୍ଗନାଙ୍କ ବିରୋଧରେ କଂଗ୍ରେସ ବିକ୍ରମାଦିତ୍ୟ ସିଂହଙ୍କୁ ଟିକେଟ ଦେଇଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୯୬ କୋଟି ଟଙ୍କା।

Bjp Kangana Ranaut General Election 2024 General Election Lok Sabha Election 2024