Advertisment

ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ବୁର୍ଖା ଟେକି ପରିଚୟପତ୍ର ଯାଞ୍ଚ କଲେ ବିଜେପି ପ୍ରାର୍ଥୀ

ସେ ମୁସଲିମ ମହିଳାଙ୍କ ଭୋଟ ପରିଚୟପତ୍ର ଯାଞ୍ଚ କରିବା ସହ ବୁର୍ଖା ଟେକି ମୁହଁ ଦେଖାଇବାକୁ ମଧ୍ୟ ବାଧ୍ୟ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି।

Madhavi Lata

Madhavi Lata

Advertisment

ଅଡ଼ୁଆରେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ହାଇଦ୍ରାବାଦର ସାଂସଦ ପ୍ରାର୍ଥୀ ମାଧବୀ ଲତା।ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି।

Advertisment

ସେ ମୁସଲିମ ମହିଳାଙ୍କ ଭୋଟ ପରିଚୟପତ୍ର ଯାଞ୍ଚ କରିବା ସହ ବୁର୍ଖା ଟେକି ମୁହଁ ଦେଖାଇବାକୁ ମଧ୍ୟ ବାଧ୍ୟ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି।

ଭିଡିଓ ଆଧାରରେ ଆଇପିସି ଓ ଜନପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ହୋଇଛି। ହାଇଦ୍ରାବାଦ ଜିଲ୍ଲାପାଳ ଅଫିସ ପକ୍ଷରୁ ଏନେଇ ନିଶ୍ଚିତ କରାଯାଇଛି। ମାଲାକପେଟ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିବା ଜିଲ୍ଲାପାଳଙ୍କ ଅଫିସ ସୂଚନା ଦେଇଛି।

Advertisment

ଦେଶ ଆଜି ୪ର୍ଥ ପର୍ଯ୍ୟାୟରେ ୯୬ଟି ଲୋକସଭା ଆସନ ପାଇଁ ଭୋଟ ଦେଉଛି। ଏହା ମଧ୍ୟରେ ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଲୋକସଭା ଆସନ ମଧ୍ୟ ରହିଛି। ଏଠାରେ ମାଧବୀ ଲତା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଲଢ଼େଇ ୪ଥରର ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ସହ ହେଉଛି।

ଆଜି ମାଧବୀ ଲତା ଭୋଟ ଦେବା ପରେ କିଛି ପୋଲିଂ ବୁଥ ବୁଲି ଦେଖିଥିଲେ। ଏତିକି ବେଳେ ସେ ଗୋଟିଏ ପୋଲିଂ ବୁଥରେ ମୁସଲିମ ମହିଳାମାନଙ୍କୁ ବୁର୍ଖା ଟେକି ନିଜର ପରିଚୟପତ୍ର ଦେଖାବାକୁ ବାଧ୍ୟ କରିଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଜିଲ୍ଲା ନିର୍ବାଚନ ଅଧିକାରୀ ରୋନାଲ୍ଡ ରସ୍‌ ଭିଡିଓ ଭାଇରାଲ ହେବା ପରେ କହିଥିଲେ ଯେ କାହାର ପରିଚୟପତ୍ର ଯାଞ୍ଚ କରିବାର ଅଧିକାର କୌଣସି ପ୍ରାର୍ଥୀଙ୍କର ନାହିଁ। ଯଦି କାହା ଉପରେ ସନ୍ଦେହ ହୁଏ, ତା’ହେଲେ ପ୍ରାର୍ଥୀ ଜଣଙ୍କ ପୋଲିଂ ଅଧିକାରୀଙ୍କୁ ପରିଚୟ ଯାଞ୍ଚ କରିବାକୁ କହି ପାରିବେ।

ହେଲେ ମାଧବୀ ଲତା ନିଜ ତରଫରୁ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାମାନଙ୍କ ପରିଚୟପତ୍ରକୁ ସେମାନଙ୍କ ମୁହଁ ସହ ମେଳାଇବାକୁ ଚେଷ୍ଟା କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ କୁହାଯାଇଥିଲେ। ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରିଛି।

ବିବାଦ ବଢ଼ୁଥିବାରୁ ମାଧବୀ ଲତା ପୂରା ଘଟଣା ଉପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, “ଭୋଟର ଆଇଡି ଯାଞ୍ଚ କରିବାର ଅଧିକାର ଜଣେ ପ୍ରାର୍ଥୀଙ୍କର ରହିଛି। ମୁଁ ଜଣେ ପ୍ରାର୍ଥୀ। ଆଇନ ଅନୁସାରେ ଫେସ ମାସ୍କ ହଟାଇ ପରିଚୟପତ୍ର ଯାଞ୍ଚ କରିବାର ଅଧିକାର ମୋର ରହିଛି। ମୁଁ ଜଣେ ମହିଳା। ମୁଁ ପୁରୁଷ ନୁହେଁ।

ଅନେକ ବିନମ୍ର ଓ ମାନବିକତାର ସହ ମୁଁ ସେମାନଙ୍କୁ ପରିଚୟପତ୍ର ଦେଖାଇବାକୁ ଅନୁରୋଧ କରିଥିଲି। ଯଦି କେହି ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଭୟଭୀତ।”

ତେବେ ଓୱେସୀ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ସେ ଘଟଣା ବେଳର ଭିଡିଓକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

Bjp Hyderabad Asaduddin Owaisi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe