Advertisment

ଓଖଲା ସମେତ ଏସବୁ ମୁସଲିମ ବହୁଳ ଆସନରେ ବିଜେପି ଆଗୁଆ

ଅମନତୁଲ୍ଲା ଖାନ ୨୦୧୫ରୁ ଏଠାରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୫ରେ ସେ ଲୋକ ଜନ ଶକ୍ତି ପାର୍ଟିରୁ ପ୍ରାର୍ଥୀ ହୋଇ ବିଜେପିର ବରହାମ ସିଂହଙ୍କୁ ପ୍ରାୟ ୬୦ ହଜାର ଭୋଟରେ ହରାଇଥିଲେ। ୨୦୨୦ରେ ଆପ୍‌ରୁ ପ୍ରାର୍ଥୀ ହୋଇଥିବା ଅମନତୁଲ୍ଲା ଖାନ ସବୁଠାରୁ ବଡ଼ ବିଜୟ ପାଇଥିଲେ।

Khan

Khan

Advertisment

ଦିଲ୍ଲୀର ଓଖଲା ସମେତ ଏକାଧିକ ମୁସଲିମ ବହୁଳ ଆସନରେ ବିଜେପିର ପ୍ରାର୍ଥୀମାନେ ପ୍ରାରମ୍ଭିକ ଲିଡ୍‌ ହାସଲ କରି ନେଇଛନ୍ତି। ଓଖଲାରେ ଆପ୍‌ର ବରିଷ୍ଠ ନେତା ତଥା ଦୁଇ ଥରର ବିଧାୟକ ଅମନତୁଲ୍ଲା ଖାନ ବର୍ତ୍ତମାନ ପଛରେ ପଡ଼ିଛନ୍ତି। ଏଠାରେ ବିଜେପିର ମନୀଷ ଚୌଧୁରୀ ଆଗରେ ରହିଛନ୍ତି। ଅବଶ୍ୟ ଆହୁରି ଏକାଧିକ ରାଉଣ୍ଡ ଭୋଟ ଗଣତି ବାକି ରହିଛି।

Advertisment

କିନ୍ତୁ ପ୍ରାଥମିକ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ମୁସଲିମ ବହୁଳ ଓଖଲାରେ ଆପ୍‌ର ଭୋଟ ଭାଗକୁ ପ୍ରଭାବିତ କରିଛି। ଏଠାରେ ଆପ୍‌ ଜିତିବାର ସୁଯୋଗ ଥିଲେ ହେଁ କଂଗ୍ରେସ ପ୍ରାର୍ଥୀ ମୁସଲିମ ଭୋଟକୁ ଭାଗ କରିବାକୁ ସମର୍ଥ ହୋଇଛନ୍ତି। ଏହାର ଫାଇଦା ବିଜେପିକୁ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି।

ଯଦି ଏଠାରେ ବିଜେପିର ମନୀଷ ଚୌଧୁରୀ ବିଜୟୀ ହୁଅନ୍ତି, ତା’ହେଲେ ୧୯୯୩ ପରେ ପ୍ରଥମଥର ପାଇଁ ଓଖଲାରେ ପଦ୍ମ ଫୁଟିବ। ୧୯୯୩ ପରେ ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ଓଖଲାରେ କୌଣସି ଅଣ ମୁସଲିମ ନେତା ବିଧାୟକ ହେବେ। ଓଖଲାରେ ମୁସଲିମ ଜନସଂଖ୍ୟା ହେଉଛି ୬୦%।

Advertisment

ଏଠାରେ ଆପ୍‌ ଓ ବିଜେପି ବ୍ୟତୀତ କଂଗ୍ରେସ ଅରିବା ଖାନ ଓ ଏଆଇଏମଆଇଏମ ଶୈଫା ଉର ରେହମାନଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏକମାତ୍ର ଦଳ ଯିଏ ଓଖଲାରେ ଜଣେ ହିନ୍ଦୁଙ୍କୁ ଟିକେଟ ଦେଇଛି। ସେ ମଧ୍ୟ ବିଜୟ ହେବା ଦିଗରେ ଆଗେଇ ଚାଲିଛନ୍ତି।

ଅମନତୁଲ୍ଲା ଖାନ ୨୦୧୫ରୁ ଏଠାରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୫ରେ ସେ ଲୋକ ଜନ ଶକ୍ତି ପାର୍ଟିରୁ ପ୍ରାର୍ଥୀ ହୋଇ ବିଜେପିର ବରହାମ ସିଂହଙ୍କୁ ପ୍ରାୟ ୬୦ ହଜାର ଭୋଟରେ ହରାଇଥିଲେ। ୨୦୨୦ରେ ଆପ୍‌ରୁ ପ୍ରାର୍ଥୀ ହୋଇଥିବା ଅମନତୁଲ୍ଲା ଖାନ ସବୁଠାରୁ ବଡ଼ ବିଜୟ ପାଇଥିଲେ। ଓଖଲାରେ ୧.୯ ଲକ୍ଷ ଭୋଟ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୧.୩ ଲକ୍ଷ ଭୋଟ ଯାଇଥିଲା। କିନ୍ତୁ ୨୦୨୫ ଭୋଟିଂ ଚିନ୍ତା ବଢ଼ାଇବା ଭଳି ଖବର ଦେଇଛି।

କେବଳ ଓଖଲା ନୁହେଁ, ବିଜେପି ମୁସଲିମ ବହୁଳ ଆହୁରି ୪ଟି ଆସନରେ ଲିଡ କରୁଛି। ୱାଜିପୁରରେ ବିଜେପିର ପୁନମ ଶର୍ମା, ତୁଗଲକାବାଦରେ ରୋହତସ କୁମାର, ସୀଲାମପୁରରେ ଅନୀଲ କୁମାର ଶର୍ମା ଓ ମୁସ୍ତାଫାବାଦରେ ମୋହନ ସିଂହ ବିଷ୍ଟ ଆଗରେ ରହିଛନ୍ତି।

Bjp AAP Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe