ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ରହିଛି। ବିଜେଡି କେବଳ ଯାଜପୁର ଲୋକସଭା ଓ କଂଗ୍ରେସ କୋରାପୁଟ ଲୋକସଭା ଆସନରେ ଆଗୁଆ ରହିଛି । ବିଜେପି ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ ପୁରୀ ସଂସଦୀୟ କ୍ଷେତ୍ରରେ ବୃହତ୍ ବିଜୟ ଆଡ଼କୁ ମୁହାଁଇଛି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ କଂଗ୍ରେସର ସପ୍ତଗିରି ଉଲାକା ଏବେ ଯଥାକ୍ରମେ ଯାଜପୁର ଓ କୋରାପୁଟ ଲୋକସଭା ଆସନରେ ଆଗରେ ରହିଛନ୍ତି ।
ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ (ଦିନ ୧ଟାେ ୧୦ମିନିଟ) ସୁଦ୍ଧା ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସର୍ବାଧିକ ୧ଲକ୍ଷ ୧୮ହଜାର ୬୮୫ଖଣ୍ଡ ଭୋଟରେ ଆଗୁଆ ଥବାବେଳେ ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ୭୦୪୪୭ଖଣ୍ଡ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୧୫୩୯ଖଣ୍ଡ, କେନ୍ଦୁଝରରେ ବିଜେପିର ଅନନ୍ତ ନାଏକ ୫୯୧୪୭ଖଣ୍ଡ, ମୟୂରଭଞ୍ଜରେ ବିଜେପିର ନବଚରଣ ମାଝୀ ୫୨୩୦୫ଖଣ୍ଡ, ଭଦ୍ରକରେ ବିଜେପିର ଅଭିମନ୍ୟୁ ସେଠୀ ୩୬୮୯୪ଖଣ୍ଡ, ବଲାଙ୍ଗିରରେ ବିଜେପିର ସଙ୍ଗୀତା ସିଂହଦେଓ ୫୭୨୬୯ଖଣ୍ଡ, କଳାହାଣ୍ଡିରେ ବିଜେପିର ମାଳବିକା ଦେବୀ ୬୩୨୨୫ଖଣ୍ଡ, ନବରଙ୍ଗପୁରରେ ବିଜେପିର ବଳଭଦ୍ର ମାଝୀ ୪୯୧୦୮ଖଣ୍ଡ, ପୁରୀରେ ବିଜେପିର ସମ୍ବିତ ପାତ୍ର ୪୭୯୩୨ଖଣ୍ଡ, ବ୍ରହ୍ମପୁରରେ ବିଜେପିର ପ୍ରଦୀପ ପାଣିଗ୍ରାହୀ ୫୦୨୫୧ଖଣ୍ଡ. କଟକରେ ବିଜେପିର ଭର୍ତ୍ତୃହରି ମହତାବ ୧୯୪୪୦ଖଣ୍ଡ, ଜଗତସିଂହପୁରରେ ବିଜେପିର ବିଭୂପ୍ରସାଦ ତରାଇ ୧୭୮୨୧ଖଣ୍ଡ, ଆସିକାରେ ବିଜେପିର ଅନୀତା ଶୁଭଦର୍ଶିନୀ ୧୭୨୪୭ଖଣ୍ଡ, କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡା ୧୦୮୨୩ଖଣ୍ଡ ଓ ଭୁବନେଶ୍ୱରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ୧୦୭୦୪ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।
ସେହିପରି ଢେଙ୍କାନାଳରେ ବିଜେପିର ରୁଦ୍ର ନାରାୟଣ ପାଣି ୧୮୨୧୧ଖଣ୍ଡ, ବାଲେଶ୍ୱରରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୭୭୦୨ଖଣ୍ଡ ଓ କନ୍ଧମାଳରେ ବିଜେପିର ସୁକାନ୍ତ ପାଣିଗ୍ରାହୀ ୪୦୭୭ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।