ମୋଦି ୩.୦ ସରକାର: ସହଯୋଗୀମାନେ ମାଗିଲେଣି ବଡ଼ ବଡ଼ ମନ୍ତ୍ରୀ ପଦ!

ବିଜେପି ଏକାକୀ ୨୪୦ ଆସନ ଜିତିଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ତେଣୁ ମୋଦି ୩.୦ରେ ସହଯୋଗୀ ଦଳଗୁଡ଼କର ଆବଶ୍ୟକତା ବଢ଼ି ଯାଇଛି।

PM Modi

ପ୍ରଧାନମନ୍ତ୍ରୀ ମୋଦି (ଫାଇଲ ଫଟୋ)

Hemant Lenka
  • Published: Wednesday, 05 June 2024
  • Updated: 05 June 2024, 10:13 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏନଡିଏର ବୈଠକ ଶେଷ ହୋଇଛି। କୌଣସି ଦଳରୁ ଦେଶରେ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନଥିବାରୁ ଦେଶରେ ମେଣ୍ଟ ରାଜନୀତି ଆରମ୍ଭ ହୋଇଛି।

ଆଜିର ଗୁରୁତ୍ୱପୂର୍ଣ୍ଣ ଏନଡିଏ ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁର ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର,ଳ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଏଲଜେପି(ରାମ ବିଲାଶ) ନେତା ଚିରାଗ ପାଶ୍ୱାନ ପ୍ରମୁଖ ଯୋଗ ଦେଇଥିଲେ।

Also Read

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଏନଡିଏକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ନଥିଲେ ମଧ୍ୟ ବିଜେପିର ସହଯୋଗୀ ଦଳଗୁଡ଼ିକ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି।

ବିଜେପି ଏକାକୀ ୨୪୦ ଆସନ ଜିତିଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ତେଣୁ ମୋଦି ୩.୦ରେ ସହଯୋଗୀ ଦଳଗୁଡ଼କର ଆବଶ୍ୟକତା ବଢ଼ି ଯାଇଛି। ଏହାର ଫାଇଦା ମଧ୍ୟ ସହଯୋଗୀ ଦଳଗୁଡ଼ିକ ଉଠାଇ ବିଜେପି ଠାରୁ ବଡ଼ବଡ଼ ମନ୍ତ୍ରୀ ପଦ ଆଣିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।

ତେଲୁଗୁ ଦେଶମ ପାର୍ଟି

ଆନ୍ଧ୍ର ପ୍ରଦେଶରେ ବିଜେପି ସହ ମିଶି ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବେ ମୋଦି ୩.୦ ସରକାରରେ ବାଚସ୍ପତି ପଦ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ସେ ୭ରୁ ୮ଟି କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ଚାହୁଁଛନ୍ତି। ଟିଡିପି ସଡ଼କ ପରିବହନ, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ, ଗୃହ ଓ ନଗର ଉନ୍ନୟନ, କୃଷି, ଜଳ ଶକ୍ତି, ଆଇଟି ଓ କମ୍ୟୁନିକେସନ, ଶିକ୍ଷା ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଦ ନେବା ସପକ୍ଷରେ ରହିଛି।

ଟିଡିପି ଓ ବିଜେପି ସହ ପବନ କଲ୍ୟାଣଙ୍କ ଜନସେନା ମଧ୍ୟ ଆନ୍ଧ୍ରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ଲଢ଼ିଥିଲା। ଟିଡିପି ୧୬ଟି ଓ ଜନସେନା ୨ଟି ଲୋକସଭା ଆସନ ଜିତିଛି। ତେଣୁ ଜନସେନା ମଧ୍ୟ ଗୋଟିଏ କ୍ୟାବିନେଟ ପଦ ଦାବି କରିଥିବା ଜଣାପଡ଼ିଛି।

ଜେଡିୟୁ

ନୀତୀଶ କୁମାରଙ୍କ ଜେଡିୟୁ କେନ୍ଦ୍ରରେ ସରକାର ଗଠନ କରିବାରେ କିଙ୍ଗ ମେକର ସାଜିଛି। ତେଣୁ ତାଙ୍କ ଦଳ ଅଧିକରୁ ଅଧିକ ମନ୍ତ୍ରୀ ପଦ ହାତେଇବାକୁ ଲକ୍ଷ୍ୟ ରଖିଛି। ସୂତ୍ର ଅନୁସାରେ, ଜେଡିୟୁ ୩ଟି କ୍ୟାବିନେଟ ପଦ ଉପରେ ନଜର ରଖିଛି। ଦଳ ବିହାରରେ ୧୨ଟି ଲୋକସଭା ଆସନ ଜିତିଛି।

ଏଲଜେପି ଜନଶକ୍ତି ପାର୍ଟି(ରାମ ବିଲାଶ)

ଚିରାଗ ପାଶ୍ୱାନଙ୍କ ଏଲଜେପି(ରାମ ବିଲାଶ) ବିହାରରେ ୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସମସ୍ତ ସିଟରେ ଜିତିଛି। ତେଣୁ ଦଳ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମୋଦି ୩.୦ ସରକାରରେ ଚାହୁଁଛି। ଚିରାଗଙ୍କ ଦଳ ହାଜିପୁର, ବୈଶାଲୀ, ସମସ୍ତିପୁର, ଖାଗାରିଆ ଓ ଜାମୁଇ ଆସନରେ ବିଜୟୀ ହୋଇଛି।

ଅତିରିକ୍ତ ଭାବେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚ(ସେକ୍ୟୁଲାର) ମୁଖ୍ୟ ଜିତେନ ରାମ ମାଞ୍ଝୀ ମଧ୍ୟ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ ଦାବି କରିଛନ୍ତି। ନିଜେ ଜିତେନ ରାମ ମାଞ୍ଝୀ ପ୍ରଥମଥର ଗୟା ଲୋକସଭା ଆସନରୁ ଜିତିଛନ୍ତି। ତେଣୁ ସେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। 

ଜନତା ଦଳ ସେକ୍ୟୁଲାର(ଜେଡିଏସ୍‌)

କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚଡି କୁମାରସ୍ୱାମୀ ବିଜେପି ସହ ମିଶି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ଦଳ ୨ଟି ଆସନ ଜିତିଛି। ତେଣୁ ସେ ମୋଦି ୩.୦ ସରକାରରେ କୃଷି ମନ୍ତ୍ରୀ ପଦ ନେବାକୁ ଚାହୁଁଛନ୍ତି। କର୍ଣ୍ଣାଟକାରେ ବିଜେପି ୧୭ଟି ଆସନ ଜିତଥିବା ବେଳେ ଜେଡିଏସ୍‌ ଖାତାକୁ ୨ଟି ସିଟ ଯାଇଛି।

ଶିବସେନା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଖୋଲାଖୋଲି ଭାବେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଛି। କିନ୍ତୁ ମୋଦି ୩.୦ ସରକାରରେ ସିନ୍ଦେଙ୍କ ଶିବସେନା ଗୋଟିଏ କ୍ୟାବିନେଟ ଓ ୨ଟି ରାଷ୍ଟ୍ରମନ୍ତ୍ରୀ ପଦ ନେବାକୁ ଦାବି କରିଛି। ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଏନସିପି ମିଳିତ ଭାବେ ୪୮ଟି ଆସନରୁ ୧୭ଟିରେ ଜିତିଛନ୍ତି। ମହାବିକାଶ ଅଘାଡ଼ି ୩୦ଟି ଆସନ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story