Advertisment

ଭଲ ଓ ଖରାପ ନେତା ବାଛିବା ପାଇଁ ବିଜେପିର ନୂଆ ପ୍ୟାନେଲ!

ନିର୍ବାଚନ ପରେ କିମ୍ବା ସଙ୍କଟ ପରିସ୍ଥିତିରେ ବିଜେପିକୁ ଆସିଥିବା ଅନ୍ୟ ଦଳର ନେତା କାଳେ ବିଶ୍ୱାସଘାତକ କରିବେ, ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏମିତି ଏକ କମିଟି ଗଠନ କରିଛି।

author-image
Hemant Lenka
BJP

BJP

ବିଭିନ୍ନ ଦଳରେ ଥିବା ନେତାଙ୍କ ଗୁଣ ଓ ଗାରିମାକୁ ଯାଞ୍ଚ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି ବିଜେପି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡ଼ି ବିଜେପିରେ ମିଶିବାକୁ ଚାହୁଁଥିବା ନେତାଙ୍କ ସମ୍ପର୍କରେ ପ୍ରଥମେ ତଥ୍ୟ ସଂଗ୍ରହ କରାଯିବ।

Advertisment

କିଏ ଭଲ ନେତା ଓ କିଏ ଖରାପ ନେତା ତା’ର ଯାଞ୍ଚ କରାଯିବ। ଏହାପରେ ଯାଇ ଉକ୍ତ ନେତା ଜଣଙ୍କ ବିଜେପିରେ ମିଶିବେ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ। ଅନ୍ୟ ଦଳର ନେତାଙ୍କ ଗୁଣ ଚିହ୍ନିବି ପାଇଁ ବିଜେପି ସ୍ୱତନ୍ତ୍ର ଭାବେ ପ୍ୟାନେଲ ଗଠନ କରିଥିବା ଜଣାପଡ଼ିଛି।

ଉକ୍ତ କମିଟି ହିଁ ଅନ୍ୟ ଦଳର ନେତା ବିଜେପିରେ ମିଶିବେ ନା ତାଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବ, ତା’ର ନିଷ୍ପତ୍ତି ନେବ। କମିଟି ଗ୍ରୀନ ସିଗ୍ନାଲ ଦେବା ପରେ ଅନ୍ୟ ଦଳର ନେତାମାନଙ୍କୁ ବିଜେପି ନିଜ ସହ ମିଶାଇବ। ଗଠନ ହୋଇଥିବା କମିଟି ପ୍ରଥମଥର ପାଇଁ ଜାନୁଆରୀ ୬ରେ ତା’ର ବୈଠକ କରିବ ବୋଲି କୁହାଯାଉଛି।

Advertisment

ନିର୍ବାଚନ ପରେ କିମ୍ବା ସଙ୍କଟ ପରିସ୍ଥିତିରେ ବିଜେପିକୁ ଆସିଥିବା ଅନ୍ୟ ଦଳର ନେତା କାଳେ ବିଶ୍ୱାସଘାତକ କରିବେ, ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏମିତି ଏକ କମିଟି ଗଠନ କରିଛି।

ଉଦାହରଣ ଭାବେ ଟିମଏସିର ମୁକୁଲ ରୟ ଓ ବାବୁଲ ସୁପ୍ରିଓଙ୍କୁ ନିଆଯାଇ ପାରେ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଉଭୟ ବିଜେପିରେ ସାମିଲ ହୋଇଥିଲେ। ଏମାନେ ବେଶ କିଛି ବର୍ଷ ବିଜେପିରେ ରହିବା ସହ ବିଭିନ୍ନ ପଦପଦବୀ ହାତେଇଥିଲେ। କିନ୍ତୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ଜିତିବା ପରେ ଉଭୟ ପୁଣି ଟିଏମସିକୁ ଫେରି ଯାଇଛନ୍ତି।

୨୦୨୪ ନିର୍ବାଚନ ବେଳେ ଯେମିତି ସେଭଳି ପରିସ୍ଥିତି ନ ଉପୁଜିବ, ସେଥିପାଇଁ ବିଜେପି ଅନ୍ୟ ଦଳର ନେତାଙ୍କୁ ଆଣିବା ପୂର୍ବରୁ ସେମାନଙ୍କ ଗୁଣକୁ ଚିହ୍ନିବାକୁ ବିଜେପି ଲକ୍ଷ୍ୟ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଅନ୍ୟ ଦଳର ନେତାମାନେ ଯଦି ସର୍ତ୍ତ ରଖି ବିଜେପିକୁ ଆସିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ କମିଟି ପଦ୍ମ ଧରିବାକୁ ଗ୍ରୀନ ସିଗ୍ନାଲ ଦେବ ନାହିଁ। ନିଃସର୍ତ୍ତ ଭାବେ ଓ ସବୁ ପରିସ୍ଥିତିରେ ବିଜେପି ଆଦର୍ଶରେ ପରିଚାଳିତ ହେବାକୁ ଚାହୁଁଥିବା ନେତାମାନଙ୍କୁ ହିଁ ବିଜେପିରେ ମିଶିବାକୁ ଅନୁମତି ମିଳିବ।

ଅନ୍ୟପକ୍ଷରେ ୨୦୨୪ ସାଧାରଣ ନିର୍ବାଚନର ରଣନୀତି ପ୍ରସ୍ତୁତି ପାଇଁ ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାମାନେ ବୈଠକ କରିଛନ୍ତି। ଏହାବାଦ ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ ଓ ଅଶ୍ୱିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ସାଧାରଣ ସମ୍ପାଦକ ତରୁଣ ଛୁଘ ଏବଂ ସୁନୀଲ ବଂଶଲ ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି। ନିର୍ବାଚନ ପ୍ରଚାର ବେଳେ କେଉଁଠି କେତେ ରାଲି ହେବ?

କେଉଁ ନେତା କେତେଥର କେଉଁ ରାଜ୍ୟକୁ ଯିବେ? କେଉଁ ନିର୍ବାଚନ ମଣ୍ଡଳୀ ଉପରେ ଅଧିକ ଫୋକସ କରାଯିବ, ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଛି।

Bjp Election Lok Sabha