Advertisment

ରାହୁଲ ଗାନ୍ଧିଙ୍କ ଠାରୁ ହାରିଲେ ବିଜେପି ପ୍ରାର୍ଥୀ!

ଉତ୍ତର ପ୍ରଦେଶରର ରାଏବେଲୀରେ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହ।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଉତ୍ତର ପ୍ରଦେଶର ରାଏବରେଲୀରେ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହ। ଏହାର ଅର୍ଥ ରାଏବରେଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜୟ ହେବା ଏକପ୍ରକାରର ନିଶ୍ଚିତ ହୋଇ ଯାଇଛି।

Advertisment

ରାହୁଲ ଗାନ୍ଧି ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟରେ ଲିଡ୍‌ କରୁଥିବାରୁ ଦୀନେଶ ଟ୍ୱିଟ କରି ପରାଜୟ ସ୍ୱୀକାର କରିଛନ୍ତି। ସେ ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ରାଏବରେଲୀ ଜନତାଙ୍କ ଠାରୁ କ୍ଷମା ମାଗିଛନ୍ତି ଓ ନିଷ୍ପତ୍ତି ଆମ ହାତରେ ନଥିବା କହିଛନ୍ତି। ଏଥିସହ ଦଳର ନେତାମାନେ କଠିନ ପରିଶ୍ରମ କରିଥିଲେ ମଧ୍ୟ କଂଗ୍ରେସ ଗଡ଼ରେ ସେ ବିଜୟୀ ହୋଇ ପାରି ନଥିବା କହିଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ରାହୁଲ ଗାନ୍ଧି ୩,୬୦,୯୧୪ ଭୋଟ ପାଇଥିବା ବେଳେ ବିଜେପି ଠାରୁ ୧,୫୯,୮୭୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Advertisment

ଦୀନେଶ କହିଛନ୍ତି, “ମୁଁ ମାନବିକତା ଓ କଠିନ ପରିଶ୍ରମ କରି ରାଏବରେଲୀ ଜନତାଙ୍କ ସେବା କରିଥିଲି। ତଥାପି ମୁଁ ଯଦି ମୋ କଥା, କାମ ଓ ସେବାରେ କିଛି ଭୁଲ କରିଥିବି କିମ୍ବା କାହାକୁ ଆଘାତ ଦେଇଥିବି, ତା’ହେଲେ ମୋତେ କ୍ଷମା କରିଦେବେ।

ମୁଁ ମୋର ସମସ୍ତ ଶୁଭେଚ୍ଛୁ ଓ ମୋ ପାଇ କାମ କରିଥିବା ଲୋକଙ୍କୁ କୃତଜ୍ଞତା ଜଣାଉଛି। କିନ୍ତୁ ନିଷ୍ପତ୍ତି ଆମ ହାତରେ ନଥିଲା। ଭଗବାନଙ୍କ ରୂପରେ ଜନତା ଯାହା ବି ନିଷ୍ପତ୍ତି ନେଇଛନ୍ତି, ତା’କୁ ସମ୍ମାନ କରୁଛି।” ପରାଜୟ ସ୍ୱୀକାର କରିଥିଲେ ହେଁ ସେ ରାଏବରେଲୀର ସେବା ଆଗକୁ କରିବେ ବୋଲି କଥା ଦେଇଛନ୍ତି।

Election Results Rahul Gandhi LokSabha Election Results 2024 Loksabha Election 2024