Advertisment

ବିଜେପିର ରାବଣ ପୋଷ୍ଟର ପରେ କଂଗ୍ରେସ ଜାରି କଲା ଆଦାନି କଣ୍ଢେଇ

ବିଜେପି ଓ କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେପି ଓ କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ଗୁରୁବାର ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ଏକାଧିକ ମୁଣ୍ଡ ଥିବା ଗୋଟିଏ ପୋଷ୍ଟର ଜାରି କରାଯାଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ ଭାବେ ଚିତ୍ରଣ କରାଯାଇଥିଲା। ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିବା ବେଳେ ଆଜି ଦଳ ଏହାକୁ କାଉଣ୍ଟର କରିଛି।

Advertisment

କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟ କରାଯାଇଛି। ଏଥିରେ ମୋଦିଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ କଣ୍ଢେଇ ଭାବେ ଚିତ୍ରଣ କରାଯାଇଛି। କଂଗ୍ରେସ ବାରମ୍ବାର ଆଦାନି ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାର ନଜିର ରହିଛି।

ଏବେ ଦଳ ପୋଷ୍ଟର ଜାରି କରି ନିଜର ଆକ୍ରମଣକୁ ଶାଣିତ କରିଛି। କଂଗ୍ରେସ ଜାରି କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗମୁଦ୍ରାରେ ଥିବା ବେଳେ ଏହାର ଶୀର୍ଷକ ଆଦାନି ରଖାଯାଇଛି। କଣ୍ଢେଇକୁ ନଚାଇଲା ଭଳି ମୋଦିଙ୍କ ହାତରୁ ଏକାଧିକ ତାର ବାହାରିଥିବା ଫଟୋରେ ଦେଖିବାକୁ ମିଳୁଛି। 

Advertisment

ବୁଧବାର କଂଗ୍ରେସ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ପ୍ରଥମେ ଦଳ ପକ୍ଷରୁ ମୋଦିଙ୍କ ଗୋଟିଏ ଫଟୋ ଜାରି କରାଯାଇ କୁହାଯାଇଥିଲା ଯେ ସବୁଠାରୁ ବଡ଼ ମିଛୁଆ। ଏହାପରେ ଫିଲ୍ମ ଷ୍ଟାଇଲରେ ମୋଦିଙ୍କ ସହ ଅମିତ ଶାହଙ୍କ ଗୋଟିଏ ଫଟୋ ପୋଷ୍ଟ କରାଯାଇଥିଲା। ଏହାର ଟାଇଟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଜୁମଲା ବାଳକ ବା ପିଏ ମୋଦି ଆଜ ଜୁମଲା ବୟ ରଖାଯାଇଥିଲା।

ଗୁରୁବାର ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଥିଲା ଯେ ଯେ “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।”

ସୋରୋସ ହେଉଛନ୍ତି ହଙ୍ଗେରୀ-ଆମେରିକାନ ବ୍ୟବସାୟୀ। ସେ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଚାନ୍ଦା ଦିଅନ୍ତି ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ବୋଲି ବିଜେପି ସର୍ବାଦା ଅଭିଯୋଗ କରି ଆସୁଛି।

ତେଣୁ ରାହୁଲଙ୍କ ସହ ବିଜେପି ସୋରୋସଙ୍କୁ ମଧ୍ୟ ଟାର୍ଗେଟ କରିଛି। ବିଜେପି ଆହୁରି କହିଛି, “ଏଠାରେ ଅଛନ୍ତି ନୂଆ ଯୁଗର ରାବଣ। ସେ ରାକ୍ଷାସ। ଧର୍ମ ବିରୋଧୀ। ରାମ ବିରୋଧୀ। ଭାରତକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ।”

Bjp Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe