Advertisment

ପଛରୁ ଆସି ବାଜି ମାରିନେଲେ କାଉନସିଲର, ଜଳକା ହେଇଗଲେ ମନ୍ତ୍ରୀ

ଶିଖା ରୟଙ୍କୁ ୪୯୫୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ସୌରଭ ୪୬,୪୦୬ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ଗାରଭିତ ସିଙ୍ଘଭୀ ୬,୭୧୧ ଖଣ୍ଡ ଭୋଟ ମିଳିଛି।

ଅଦ୍ୟତନ ହୋଇଛି
AAP

AAP

Advertisment

ଦିଲ୍ଲୀରେ ହ୍ୟାଟ୍ରିକ ବିଜୟରୁ ବଞ୍ଚିତ ହୋଇଥିବା ଆପ୍‌କୁ ସବୁଠାରୁ ବଡ଼ ଝଟକା ଲାଗିଛି ଗ୍ରେଟର କୈଳାସ ଆସନରେ। ଏଠାରେ ଆପ୍‌ର ବରିଷ୍ଠ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ ୨ ଥରର କାଉନସିଲର ତଥା ବିଜେପି ପ୍ରାର୍ଥୀ ଶିଖା ରୟଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଆରମ୍ଭରୁ ଲିଡ କରୁଥିବା ସୌରଭଙ୍କୁ ବେଶ ନାଟକୀୟ ଢଙ୍ଗରେ ଶିଖା ରୟ ୩୧୮୮ ଖଣ୍ଡ ଭୋଟରେ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି।

Advertisment

ପ୍ରଥମ ରାଉଣ୍ଡରେ ସୌରଭ ୩ ହଜାର ଭୋଟରେ ଆଗରେ ଥିଲେ। କିନ୍ତୁ ୫ମ ରାଉଣ୍ଡ ବେଳକୁ ଶିଖା ଲିଡକୁ ଅତିକ୍ରମ କରି ଯାଇଥିଲେ। ସୌରଭଙ୍କ ତୁଳନାରେ ତାଙ୍କୁ ଅଧିକ ୩ ହଜାର ଭୋଟ ମିଳି ସାରିଥିଲା। ସେ ଏହାକୁ କାଏମ ରଖିବା ସହ ଗଣତି ସରିବାର ୩ ରାଉଣ୍ଡ ପୂର୍ବରୁ ଲିଡକୁ ୪ ହଜାର ନିକଟରେ ପହଞ୍ଚାଇ ଦେଇଥିଲେ।

ସୌରଭ ବରାବର କରିବାକୁ ଚେଷ୍ଟା କରିଥିଲେ ହେଁ ୧୪ ରାଉଣ୍ଡ ଶେଷ ବେଳକୁ ଏହା ସମ୍ଭବ ହୋଇପାରି ନଥିଲା। ଶେଷରେ ଶିଖା ରୟ ସମସ୍ତଙ୍କୁ ଚକିତ କରି ଗ୍ରେଟର କୈଳାସ ଆସନରେ ସୌରଭଙ୍କୁ ୩୧୮୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି।

Advertisment

ଶିଖା ରୟଙ୍କୁ ୪୯୫୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ସୌରଭ ୪୬,୪୦୬ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ଗାରଭିତ ସିଙ୍ଘଭୀ ୬,୭୧୧ ଖଣ୍ଡ ଭୋଟ ମିଳିଛି। ଯଦି କଂଗ୍ରେସ ଓ ଆପ୍‌ ମିଳିତ ଭାବେ ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ ସମ୍ଭବତଃ ବିଜେପିର ବିଜୟକୁ ରୋକିବାକୁ ସକ୍ଷମ ହୋଇଥାଆନ୍ତେ।

ଗ୍ରେଟର କୈଳାସରେ ସୌରଭ ହାରିବା ସହ ଆପ୍‌ର ପରାଜିତ ହେଭିୱେଟଙ୍କ ତାଲିକାରେ ତାଙ୍କ ନାଁ ଯୋଡ଼ି ହୋଇଯାଇଛି। ପରାଜିତ ହୋଇଥିବା ହେଭିୱେଟଙ୍କ ମଧ୍ୟରେ ନୂଆଦିଲ୍ଲୀରୁ ଅରବିନ୍ଦ କେଜ୍ରିୱାଲ ଓ ଜଙ୍ଗପୁରାରୁ ମନୀଷ ସିସୋଦିଆଙ୍କ ନାଁ ବି ରହିଛି।

ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଅନ୍ୟତମ ଚର୍ଚ୍ଚିତ ଆସନ। ଏଠାରେ ଆପ ସୌରଭଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମସ୍ତଙ୍କୁ ଚକିତ କରି ଦୁଇ ଥରର କାଉନସିଲର ଶିଖା ରୟଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ବିଜେପିର ମାନ ରଖି ବିଜୟ ହୋଇଛନ୍ତି।

ବିଜେପି ମଧ୍ୟ ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ସରକାର ଗଠନ କରିବାକୁ ଯାଉଛି।

Bjp AAP Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe