Advertisment

ବିଜେପିର ଟାର୍ଗେଟ୍ ରାଜ୍ୟରେ କୋଟିଏ ସଦସ୍ୟ ସଂଗ୍ରହ, ଆସନ୍ତାକାଲିଠୁ ସପ୍ତାହେବ୍ୟାପୀ କର୍ମଶାଳା

ଆଜି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ

author-image
Ordigital Desk
undefined

BJP

ବିଜେଡିକୁ ଚକମା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏଥିପାଇଁ ଦଳ ରାଜ୍ୟସ୍ତରରରୁ ବୁଥସ୍ତର ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ କର୍ମଶାଳା ଆୟୋଜନ କରି ନିଜର କର୍ମକର୍ତ୍ତାମାନଙ୍କୁ ସଭ୍ୟ ସଂଗ୍ରହର ଗୁରୁମନ୍ତ୍ର ଦେବ । ବିଜେପିକୁ ସମର୍ଥନ କରୁଥିବା ଓ ବିଜେପି ବିଚାରଧାରାକୁ ଭଲପାଉଥିବା ସାଧାରଣ ଲୋକଙ୍କୁ ସାମିଲ କରି ଓଡ଼ିଶାରେ ଦଳର ସଦସ୍ୟ ସଂଖ୍ୟାକୁ କୋଟିଏରେ ପହଂଚାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।

Advertisment

ଆଜି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ । ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏହାପୂର୍ବରୁ  ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତାଙ୍କୁ ନେଇ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହେବା 

ଆସନ୍ତାକାଲି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ସେଥିରେ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ । ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଏବଂ ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ହେବ ।

Advertisment

ସର୍ବଭାରତୀୟ ସଦସ୍ୟତା ଅଭିଯାନ ପାଇଁ  ଚଳିତମାସ ୧୭ ଓ ୧୮ ତାରିଖରେ ଦିଲ୍ଲୀଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ରାଷ୍ଟ୍ରୀୟସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବ ।  ଓଡ଼ିଶାରେ ମୋଟ ୧ କୋଟି ସଦସ୍ୟ ଏବଂ ୧ ଲକ୍ଷ ‘ସକ୍ରିୟ ସଦସ୍ୟ\' ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।  ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ସଦସ୍ୟ କରାଯିବ । ସାଧାରଣ ଲୋକଙ୍କ ପାଖକୁ ଯାଇ ଦଳର କର୍ମକର୍ତ୍ତାମାନେ  ସମ୍ପର୍କ ସ୍ଥାପନ କରିବେ । ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

Bjp