Advertisment

ବିବାଦର ନାଁ ‘ନାଲି ବହି’: ବିଜେପି-କଂଗ୍ରେସ ମୁହାଁମୁହିଁ

ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ।

Red Book

Red Book

Advertisment

‘ନାଲି ବହି’କୁ ନେଇ ରାଜନୀତିକ ବିବାଦ ତୀବ୍ର ରୂପ ନେଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ‘ନାଲି ବହି’ ଯୋଗୁ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗୋଟିଏ ନାଲି ବହି ଧରି ‘ଅର୍ବାନ ନକ୍ସଲ ଓ ଅରାଜାକତାବାଦୀ’ଙ୍କ ଠାରୁ ଭୋଟ ମାଗୁଥିବା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି। ଏହାର ଜବାବ ଦେଇ କଂଗ୍ରେସ ନେତା ଜୟରାମ ରମେଶ ବିଜେପି ନେତା ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ।

ତାଙ୍କୁ ଜବାବ ଦେଇ ଜୟରାମ ରମେଶ କହିଛନ୍ତି, “ଯେଉଁ ବହିକୁ ନେଇ ଫଡନାଭିସ ଆପତ୍ତି ଉଠାଇଛନ୍ତି, ସେଇଟା ହେଉଛି ଭାରତର ସମ୍ବିଧାନ। ଡ ବିଆର ଆମ୍ବେଦକର ଥିଲେ ଏହାର ମୁଖ୍ୟ ସ୍ରଷ୍ଟା। ଏହା ସେହି ସମାନ ଭାରତୀୟ ସମ୍ବିଧାନ ଯାହାକୁ ଆରଏସଏସ ୧୯୪୯ରେ ଟାର୍ଗେଟ କରିଥିଲା। ଏହା ମନୁସ୍ମୃତିରୁ ଅନୁପ୍ରାଣିତ ହୋଇ ନଥିବାରୁ ଆରଏସଏସ ଏମିତି କରିଥିଲା।”

Advertisment

ଏହି ଲେଖା ସହ ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନାଲି ରଙ୍ଗର ସମ୍ବିଧାନକୁ ଗ୍ରହଣ କରୁଥିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ନିଜର ଲମ୍ବା ପୋଷ୍ଟରେ ଭାରତ ସରକାର କେବେ ହେଲେ ଅର୍ବାନ ନକ୍ସଲ ଶବ୍ଦର ବ୍ୟବହାର କରି ନାହାନ୍ତି ବୋଲି ରମେଶ କହିଛନ୍ତି। ତେଣୁ ଫଡନାଭିସ ପ୍ରଥମେ ଭାବନ୍ତୁ ଓ ତା’ପରେ କୁହନ୍ତୁ ବୋଲି ରମେଶ ପରାମର୍ଶ ଦେଇଛନ୍ତି।

ଫଡନାଭିସ କହିଥିଲେ ଯେ “ରାହୁଲ ଗାନ୍ଧିଙ୍କ ପ୍ରତି ମୋର ଅଭିଯୋଗ ସତ ପ୍ରମାଣିତ ହୋଇଛି। ଅର୍ବାନ ନକ୍ସଲଙ୍କ ପ୍ରତି ତାଙ୍କର ଅହେତୁକ ଅନୁକମ୍ପା ରହିଛି। ସେ ନାଲି ବହି ଦେଖାଉଛନ୍ତି ଓ ଅର୍ବାନ ନକ୍ସଲଙ୍କ ଠାରୁ ସହଯୋଗ ମାଗୁଛନ୍ତି। ରାହୁଲ ଗାନ୍ଧି ନାଲି ବହି ଦେଖାଇ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?”

କେବଳ ଫଡନାଭିସ ନୁହନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ମହାରାଷ୍ଟ୍ରର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ମଧ୍ୟ ସମାନ ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି।

‘ଖାଲି’ ନାଲି ନୋଟବୁକକୁ ନେଇ କଂଗ୍ରେସ ବନାମ ବିଜେପି

କରିଣ ରିଜିଜୁ ତାଙ୍କ ବିରୋଧୀଙ୍କୁ ‘ଫେକ ଡ୍ରାମ’ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ ନାଗପୁର ସ୍ଥିତ ସମ୍ବିଧାନ ସମ୍ମାନ ସମ୍ମିଳନୀରେ ରାହୁଲ ଗାନ୍ଧି ଯେଉଁ ନାଲି ବହି ଦେଖାଇଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କୁ ଦେଇଥିଲେ, ବାସ୍ତବରେ ଏହା ଭିତରେ କିଛି ନଥିଲା। ଏହାର ଉପର ଭାଗକୁ ଏମିତି ବାଇଡିଂ କରାଯାଇଥିଲା ଯେ ଦୂରରୁ ଏହା ସମ୍ବିଧାନ ଭଳି ଦେଖାଯାଉଥିଲା।

ବିଜେପିର ମହାରାଷ୍ଟ୍ର ଶାଖା ବିବାଦ ମଧ୍ୟରେ ପଶିବା ସହ ଗୋଟିଏ ଭିଡିଓ ଶେୟାର କରିଛି। ଏଥିରେ ନାଲି ରଙ୍ଗର ନୋଟବୁକ ବା ବ୍ଲାଙ୍କ ଖାତା ଲୋକଙ୍କୁ ରାହୁଲ ଗାନ୍ଧି କାର୍ଯ୍ୟକ୍ରମରେ ଦିଆଯାଉଥିବା କୁହାଯାଇଛି। ଏହି ଭିଡିଓରେ ନାଲି ବାଇଡିଂ ବହିକୁ ଖୋଲା ଯାଇ, ଏହା ଭିତରେ ବ୍ଲାଙ୍କ ପୃଷ୍ଠା ଥିବା ପ୍ରଦର୍ଶିତ କରାଯାଉଛି।

ବିବାଦ ବଢ଼ୁଥିବା ବେଳେ କଂଗ୍ରେସର ବିଜୟ ୱାଡେଟ୍ଟିୱାର କହିଛନ୍ତି ଯେ କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ଅତିଥିଙ୍କୁ ନୋଟବୁକ ଓ କଲମ ଦିଆଯାଇଥିଲା।

କଂଗ୍ରେସ ସମ୍ବିଧାନ ଦେଖାଇ ପ୍ରତିଟି ନିର୍ବାଚନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କୁ କହୁଛି। ହେଲେ ବିଜେପି ଏହାକୁ ନାଲି ବହି ବୋଲି କହି ନକ୍ସଲ ବିଚାରଧାରା କଥା ଉଠାଇ ଚାଲିଛି। କଂଗ୍ରେସକୁ ସମର୍ଥନ କରିବାର ଅର୍ଥ ସମ୍ବିଧାନକୁ ହତ୍ୟା କରିବା ସହ ସମାନ ବୋଲି ବିଜେପି କହିଛି।

Bjp Congress Rahul Gandhi Maharashtra Politics Red Book
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe