Advertisment

ରାଜକନିକାରେ ବିଜେପିର ମହିଳା ସମାବେଶ, ଯୋଗଦେଲେ ବୈଜୟନ୍ତ

୪୦୦ରୁ ଅଧିକ ସିଟ୍ ସହ କେନ୍ଦ୍ରରେ ପୁଣି ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା

Women's rally

Women's rally

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଆଜି ବିଜେପିର ବିରାଟ ମହିଳା ସମାବେଶ ହୋଇଥିଲା। ରାଜବାଟି ମେଲଣ ପଡ଼ିଆରେ ଏହି ସମାବେଶ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଆଳିର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ମଧ୍ୟପ୍ରଦେଶର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ୱାତୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସମାବେଶରେ ସାମିଲ ଥିଲେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ଓ ଜିଲ୍ଲା ମହିଳା ନେତ୍ରୀ।

Advertisment

ବିଶେଷ କରି ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଯାଇଥିଲା। ୪୦୦ରୁ ଅଧିକ ସିଟ୍ ସହ କେନ୍ଦ୍ରରେ ପୁଣି ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା। କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଭୋଟ ଦେଇ ଜିତାଇବାକୁ ସମସ୍ତେ ମିଳିମିଶି କାମ କରିବେ ବୋଲି ସଂକଳ୍ପ ନେଇଛନ୍ତି।

Baijayant Panda Odisha Assembly Election 2024 2024 Election Loka Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe