Advertisment

ତାମିଲନାଡୁ ଲୋକସଭା ନିର୍ବାଚନ: ବିଜେପି-ପିଏମକେ ଆସନ ବୁଝାମଣା ଚୂଡ଼ାନ୍ତ

ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି।

BJP-PMK Meeting

BJP-PMK Meeting

Advertisment

ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ। ବିଜେପି ଓ ସହଯୋଗୀ ପିଏମକେ (ପଟ୍ଟାଳି ମକ୍କଳ କାଚୀ) ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି। 

Advertisment

ଆଜି ବିଜେପି ଏବଂ ପିଏମକେ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ଅନ୍ନାମଲାଇ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଉପସ୍ଥିତ ଥିବାବେଳେ ପିଏମକେ ପକ୍ଷରୁ ଦଳର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଏସ ରାମାଦୋସ ଯୋଗ ଦେଇଥିଲେ।

ଏହି ଆଲୋଚନା ସମୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଦୁଳ ଦଳ ପକ୍ଷରୁ ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୋଟ୍ ୩୯ ଲୋକସଭା ଆସନରୁ ପିଏମକେକୁ ୧୦ ଆସନ ଦିଆଯାଇଥିବା ଅନ୍ନାମଲାଇ କହିଛନ୍ତି।

Advertisment

ପ୍ରକାଶ ଥାଉ କି, ଆଞ୍ଚଳିକ ଗଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ ମିଳିତ ଭାବେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲା। 

Bjp Nda Lok Sabha Polls BJP PMK Seat Sharing Tamil Nadu Lok Sabha Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe