Advertisment

‘ଆଞ୍ଚଳିକ ଦଳକୁ ମାଟିରେ ମିଶାଇବାକୁ ବିଜେପି ରଚୁଛି ଷଡଯନ୍ତ୍ର’

ନାସିକଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏନସିପି ମୁଖିଆ କହିଛନ୍ତି, ବିଜେପି ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା ଚଳାଇଛି। ଏପରିକି ଉକ୍ତ ଦଳଗୁଡ଼ିକୁ ଦୁର୍ବଳ କରିବାକୁ ତଥା ଫାଟ ସୃଷ୍ଟି କରିବାକୁ ରଚୁଛି ଗେମ ପ୍ଲାନ୍‌।

ଅଦ୍ୟତନ ହୋଇଛି
Sarad Pawar

Sarad Pawar

Advertisment

ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ରଚୁଛି ଚକ୍ରାନ୍ତ । ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ କ୍ଷମତା ଅକ୍ତିଆର କରିବାରେ ଅସୁବିଧା ହେବନି ବୋଲି ବୁଝି ନେଇଥିବା ବିଜେପି ସେହି ଅନୁଯାୟୀ ଚଳାଇଛି ଯୋଜନା। ଏନସିପିରେ ଫାଟ ସୃଷ୍ଟି ହେବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ତୟକ୍ଷ ଶରଦ ପାୱାର ।

Advertisment

ନାସିକଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏନସିପି ମୁଖିଆ କହିଛନ୍ତି, ବିଜେପି ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା ଚଳାଇଛି। ଏପରିକି ଉକ୍ତ ଦଳଗୁଡ଼ିକୁ ଦୁର୍ବଳ କରିବାକୁ ତଥା ଫାଟ ସୃଷ୍ଟି କରିବାକୁ ରଚୁଛି ଗେମ ପ୍ଲାନ୍‌।

ନିଜ ପୁତୁରା ଅଜିତ ପାୱାର ଓ ଏନସିପିର କିଛି ବିଧାୟକ ବିଜେପି- ଶିବସେନାର ମେଣ୍ଟ ସରକାରେ ସାମିଲ ହେବା ପରେ ଏପରି କହିଛନ୍ତି ଶରଦ ପାୱାର। ଏଥିସହ ପୁଣି ଥରେ ପାର୍ଟିକୁ ଶକ୍ତ କରିବାକୁ ତଥା ଅଣ୍ଟା ସଳଖି ଛିଡ଼ା କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଏହି ୮୨ ବର୍ଷ ବୟସ୍କ ନେତା।

Advertisment

ନାସିକରେ ଖବରଦାତାଙ୍କ ସହ ଆଲୋଚନା ଅବସରରେ ସେ କହିଛନ୍ତି, ମୁଁ ପୂର୍ବ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଅଟଳ ବିହାରୀ ବାଜପେୟୀ, ପିଭି ନରସିଂହା ରାଓଙ୍କ ରାଜନୀତି ଦେଖିଛି। ଉକ୍ତ ପ୍ରଧାନମନ୍ତ୍ରୀମାନେ ବିରୋଧୀଙ୍କ ଆଲୋଚନା କରୁଥିଲେ, ବିରୋଧ କରୁଥିଲେ। କିନ୍ତୁ କେବେ ଚୁପ୍‌ କରାଇବାକୁ ପ୍ରୟାସ କରି ନାହାନ୍ତି।

କିନ୍ତୁ ଏବେକାର ବିବେପର ଯୋଜନା ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟସ୍ତରୀୟ ପାର୍ଟିଗୁଡ଼ିକୁ ତଳିତଳାନ୍ତ କରିଦେବାକୁ ଯୋଜନା କରୁଛି ବିଜେପି । ଆସନ୍ତା ନିର୍ବାଚନରେ ଜିତିବାକୁ ନିଶ୍ଚିତ କରିବାକୁ ଏବେ ବିଜେପି ଏପରି ଚାଲ୍‌ ଖେଳିବାରେ ଲାଗିଛି।

ଏହା ଲୋକତନ୍ତ୍ର ପାଇଁ ବିପଦ । ଏଥିସହ ଯାହା ସହ ମତଭେଦ ଅଛି ସେମାନଙ୍କୁ ନିଜ ଶତ୍ରୁ ବୋଲି ବି ବିବେଚନା କରେ ନାହିଁ ବୋଲି କହିଛନ୍ତି ଶରଦ ପାୱାର ।

ବୟସ ହୋଇଗଲାଣି ତେଣୁ ଅବସର ନେଇଯିବାକୁ ଅଜିତ ପାୱାର ନିଜ ଦାଦା ଶରଦ ପାୱାରଙ୍କୁ ପରାମର୍ଶ ଦେଇଥିବା ବେଳେ ଶରଦ ପାୱାର ଏହାକୁ ନେଇ ଭଡ଼କିଛନ୍ତି। ଏଥିସହ ୮୨ ବର୍ଷ ବୟସରେ ବି ଖୁବ୍‌ ଆକ୍ଟିଭ ଥିବା କହିଛନ୍ତି।

Maharashtra Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe