Advertisment

ଡିସେମ୍ବର ୫ରେ ମହାରାଷ୍ଟ୍ରରେ ଶପଥ ଉତ୍ସବ

ଡିସେମ୍ବର ୨ରେ ବସିବ ବିଧାୟକ ଦଳ ବୈଠକ।

Eknath Shinde & Devendra Fadnavis

Eknath Shinde & Devendra Fadnavis

Advertisment

ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ୨ ତାରିଖରେ ବିଧାୟକ ଦଳ ବୈଠକ ପରେ ୫ରେ ଶପଥ ସମାରୋହ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା ଉପରୁ ଏଯାଏଁ ପରଦା ହଟିନି।

Advertisment

ବିଜେପି ପକ୍ଷରୁ ପ୍ରକାଶ ସୂତ୍ର ରିପୋର୍ଟ ଅନୁସାରେ, ଡିସେମ୍ବର ୨ରେ ମହାୟୁତିର ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ଗୁରୁବାର (ଡିସେମ୍ବର ୫)ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଉତ୍ସବ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଗୁରୁବାର ମହାୟୁତି ମେଣ୍ଟର ସଦସ୍ୟ ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଏହାପରେ ମୁମ୍ବାଇରେ ଶୁକ୍ରବାର ବିଧାୟକ ଦଳ ବୈଠକ ବସିବାର ଥିଲା। ମାତ୍ର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗାଁକୁ ଚାଲିଯିବାରୁ ବୈଠକ ବାତିଲ ହୋଇ ଯାଇଥିଲା।

Advertisment

ନୂଆ ସରକାରରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସିନ୍ଦେ ଅପସେଟ୍ ଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଗାଁକୁ ଚାଲି ଯାଇଥିବା କୁହାଯାଉଥିଲା। ମାତ୍ର ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସୋମବାର ବିଧାୟକ ଦଳ ବୈଠକରେ ସେ ଯୋଗଦେବେ। ଯଦି ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ନ ପାରିଲେ, ତେବେ ଭିଡିଓ କନଫେରେନ୍ସିଂ ଜରିଆରେ ଯୋଗଦେବେ। 

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୩୦ଟି ଆସନ ସହ ବିଜୟୀ ହୋଇଛି। ଏଥିରେ ବିଜେପି ଏକାକୀ ୧୩୨ଟି ଆସନ ଜିତି ଥିବାବେଳେ ଶିବସେନା ୫୭ ଏବଂ ଏନସିପି ୪୧ଟିରେ ବିଜୟୀ ହୋଇଛି।

Maharashtra Assembly Election Maharashtra Oath Mahayuti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe