Advertisment

ରାଜସ୍ଥାନ ନିର୍ବାଚନ ପାଇଁ ବିଜେପିର ଡବଲ କମିଟି: ନାହାନ୍ତି ବସୁନ୍ଧରା ଓ ଦଳର ରାଜ୍ୟ ମୁଖ୍ୟ

ବିଜେପି ପକ୍ଷରୁ ସଂକଳ୍ପ କମିଟି ଓ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Vasundhara Raje

Vasundhara Raje

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଦୁଇଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ତେବେ ଏହି କମିଟିରେ ସାମିଲ ହୋଇଥିବା ନେତାଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉନି, ସେଥିରୁ ବାଦ ପଡ଼ିଥିବା ଭେଟରାନମାନଙ୍କୁ ନେଇ ତା’ ଠାରୁ ଅଧିକ ଆଲୋଚନା ଆରମ୍ଭ ହୋଇଛି।

Advertisment

ବିଜେପି ପକ୍ଷରୁ ସଂକଳ୍ପ କମିଟି ଓ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଛି। ଏହି ଦୁଇ କମିଟିରୁ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବାଦ ଦିଆଯାଇ ନାହିଁ, ବରଂ ବିଜେପିର ରାଜସ୍ଥାନ ମୁଖ୍ୟ ସିପି ଯୋଶୀ ଓ ବିଧାନସଭାର ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋରଙ୍କୁ ମଧ୍ୟ କୌଣସି ବି ଗୋଟିଏ କମିଟିରେ ସାମିଲ କରାଯାଇ ନାହିଁ।

ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ ମଧ୍ୟ କମିଟିରେ ନାହାନ୍ତି। ଚଳିତ ମାସରେ ବିଜେପି ସୂତ୍ରରେ କୁହାଯାଇଥିଲା ଯେ ଏହି ୫ ହେଭିୱେଟ ନେତା ପୂରା ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ। ହେଲେ ସେମାନଙ୍କୁ କ’ଣ ଦାୟିତ୍ୱ ଦିଆଯାଉଛି, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି। 

Advertisment

ବିଜେପି ପକ୍ଷରୁ ଘୋଷଣା କରାଯାଇଛି ଯେ ରାଜ୍ୟ ନିର୍ବାଚନ ପରିଚାଳନା କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି। ଏହାର ନେତୃତ୍ୱ ପୂର୍ବତନ ସାଂସଦ ନାରାୟଣ ଲାଲ ପଞ୍ଚାରିୟା ନେବେ।

ସେହିପରି ଦଳର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବାକୁ ଥିବା କମଟିର ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନେବେ। ଏହି କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି। ଦୁଇ କମିଟିରେ ଥିବା ଅନ୍ୟ ଦୁଇ ବଡ଼ ଚେହେରା ହେଲେ ସାଂସଦ କିରୋଡି ଲାଲ ମୀନା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର।

ରାଜ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କ୍ଷମତାସୀନ କଂଗ୍ରେସ ବିରୋଧରେ ବିଜେପି ଜୋରଦାର ପ୍ରଚାର ଚଳାଇଛି। ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ପ୍ରସଙ୍ଗ କରି ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କୁ ଘେରିବାକୁ ଉଦ୍ୟମ ଜାରି ରଖିଛି।

ବିଜେପି ମହିଳା ମୋର୍ଚ୍ଚା ‘ମହିଳା ବିରୋଧୀ ହିଂସା’କୁ ପ୍ରସଙ୍ଗ କରି ପ୍ରତିଦିନ ଆନ୍ଦୋଳନ କରୁଛି। ‘ସହିବନି ରାଜସ୍ଥାନ’ ନାରା ଦେଇ ବିଜେପି ଦୁର୍ନୀତି, ପେପର ଲିକ ଓ ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରିଛି।

Bjp Rajasthan