Advertisment

ଟାର୍ଗେଟ ୪୦୦ ଲୋକସଭା ସିଟି, ଜିତିବା ପାଇଁ ବିରୋଧୀ ସାଂସଦଙ୍କୁ ଆଣିବ ବିଜେପି!

ଦେଶ ଇତିହାସରେ ଗୋଟିଏ ଥର କଂଗ୍ରେସ ୪୦୦ରୁ ଅଧିକ ଲୋକସଭା ଆସନ ଜିତିଥିଲା। ୧୯୮୪ରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ରେକର୍ଡ କରିଥିଲା।

BJP

BJP

Advertisment

ଦେଶର ୫୪୩ ଲୋକସଭା ଆସନରୁ ୨୦୨୪ ସାଧାରଣ ନିର୍ବାଚନରେ ୪୦୦ଟି ଜିତିବା ପାଇଁ ଟାର୍ଗେଟ ସେଟ କରିଛି କ୍ଷମତାସୀନ ବିଜେପି। ଏହି ଟାର୍ଗେଟକୁ ପୂରଣ କରିବା ପାଇଁ ବିଜେପି ସବୁ ପ୍ରକାରର ବିକଳ୍ପକୁ ଆପଣାଇବ। ଏପରି କି ଅନ୍ୟ ଦଳର ବରିଷ୍ଠ ନେତା ଓ ସାଂସଦମାନଙ୍କୁ ବିଜେପି ନିଜ ସହ ମିଶାଇବ ବୋଲି ଜଣାପଡ଼ିଛି।

Advertisment

ମଙ୍ଗଳବାର ବିଜେପି ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସାଧାରଣ ସମ୍ପାଦକମାନଙ୍କୁ ଭିନ୍ନଭିନ୍ନ ଟ୍ୟାକ୍ସ ଦେଇଛନ୍ତି। ବିଜେପିର ସାଧାରଣ ସମ୍ପାଦକ ବିନୋଦ ତାୱେଡଙ୍କୁ ମିଶ୍ରଣ କମିଟି ବା ନିଯୁକ୍ତି କମିଟିର ଦାୟିତ୍ୱ ଦିଆଯାଇଛି।

Advertisment

ଏହି କମିଟି ଅନ୍ୟ ଦଳର ବରିଷ୍ଠ ନେତା ଓ ସାଂସଦମାନଙ୍କୁ ବିଜେପିରେ ସାମିଲ କରିବ। ନିର୍ବାଚନ ମଣ୍ଡଳୀରେ ଜଣେ ନେତାଙ୍କ ପ୍ରଭାବକୁ ଦେଖି କମିଟି ସେ ବିଜେପିରେ ସାମିଲ ହେବେ କି ନାହିଁ, ତା’ର ନିଷ୍ପତ୍ତି ନେବ। ବିଶେଷ କରି ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେପିର ଜିତିବା ସମ୍ଭାବନା କମ, ସେଠାରେ ଅନ୍ୟ ଦଳର ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଲକ୍ଷ୍ୟ ରଖିଛି। ସେହିପରି ୨୦୧୯ରେ ବିଜେପି ଯେଉଁ ୧୬୦ ଆସନରେ ହାରିଥିଲା, ତା’ ଉପରେ ଫୋକସ କରିବାକୁ କମିଟିକୁ କୁହାଯାଇଛି।

ସୂଚନାଯୋଗ୍ୟ, ଦେଶ ଇତିହାସରେ ଗୋଟିଏ ଥର କଂଗ୍ରେସ ୪୦୦ରୁ ଅଧିକ ଲୋକସଭା ଆସନ ଜିତିଥିଲା। ୧୯୮୪ରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ରେକର୍ଡ କରିଥିଲା।

ସେବେଠାରୁ ଆଉ କୌଣସି ଗୋଟିଏ ଦଳ ଏକାକୀ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ କେନ୍ଦ୍ରରେ ସରକାର ଗଠନ କରିପାରି ନଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ରେକର୍ଡ ୩୦୩ ଆସନ ଜିତି ସରକାର ଗଢ଼ିଥିଲା। ଏବେ ଦଳ ୪୦୦ ଆସନ ଜିତିଥିଲା।

Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe