/odisha-reporter/media/post_attachments/uploadimage/library/16_9/16_9_0/Congress__1728126041.jpg)
Congress
ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଜଣେ ଦଳୀୟ କର୍ମୀ ଷ୍ଟେଜ ଉପରେ ହୋଇଛନ୍ତି ଅସଦାଚରଣର ଶିକାର। ଷ୍ଟେଜ ଉପରେ ହୋଇଥିବା ଭିଡ଼ର ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି।
ଅବଶ୍ୟ ମହିଳା କର୍ମୀଙ୍କ ପାଖରେ ଛିଡ଼ା ହୋଇଥିବା ଆଉ ଜଣେ ନେତା ଅଭିଯୁକ୍ତଙ୍କ ହାତକୁ ଠେଲି ଦେଇଥିଲେ। ହରିୟାଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଏପରି ଘଟଣା ସର୍ବସମ୍ମୁଖରେ ଘଟିଛି। ବିଜେପି ଘଟଣା ବେଳର ଭିଡିଓକୁ ଜାରି କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା କଂଗ୍ରେସ କର୍ମୀ ଜଣଙ୍କ ଜଣେ ଚାଷୀ ନେତା। ତାଙ୍କୁ ଅସଦାଚରଣ କରାଯାଇଥିଲେ ହେଁ ସେ ହଠାତ୍ ଏ ସମ୍ପର୍କରେ ଭିଡ଼ ଯୋଗୁ ଜାଣି ପାରିନଥିଲେ। ଘଟଣା ବେଳେ ଷ୍ଟେଜ ଉପରେ ଲୋକସଭା ସାଂସଦ ଦୀପେନ୍ଦର ହୁଦା ଓ ଆଉ କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ।
ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଭିଡିଓକୁ ଶେୟାର କରି ଦେଶର ସର୍ବପୁରାତନ ରାଜନୀତିକ ଦଳକୁ ଟାର୍ଗେଟ କରିଛନ୍ତି ଓ କଂଗ୍ରେସକୁ ଦେଶର ସବୁଠାରୁ ବଡ଼ ମହିଳା ବିରୋଧୀ ପାର୍ଟି ବୋଲି କହିଛନ୍ତି। ସେ କହିଛନ୍ତି, “ଅତ୍ୟନ୍ତ ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିଛି। ଏହା ବିଭିନ୍ନ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଚାଲିଛି।
କଂଗ୍ରେସର ହରିୟାଣା ମୁଖ୍ୟ କୁମାରୀ ସେଲଜା ମଧ୍ୟ ଘଟଣାକୁ ନିଶ୍ଚିତ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ତା’ ପୁଣି କଂଗ୍ରେସ ମଞ୍ଚରେ ଦୀପେନ୍ଦର ହୁଦାଙ୍କ ଉପସ୍ଥିତିରେ ଜଣେ ନେତ୍ରୀଙ୍କୁ ଖୋଲାଖୋଲି ଭାବେ ଅସଦାଚରଣ କରାଯାଉଛି। ଯଦି କଂଗ୍ରେସରେ ମହିଳମାନେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ମହିଳାମାନେ କେମିତି ନିଜକୁ ସୁରକ୍ଷିତ ମଣିବେ?
କଂଗ୍ରେସ ହେଉଛି ମହିଳା ବିରୋଧୀ ପାର୍ଟି। ଦଳର ଟିକେଟ ଟଙ୍କା ଓ ପ୍ରଭାବ ଆଧାରରେ ବଣ୍ଟା ଯାଇଛି।” ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବେ ହୁଦାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
Sonia Doohan was molested at a Congress rally in Haryana, confirmed by Kumari Selja.
Will @Phogat_Vinesh raise this issue? Or any protest against Congress? pic.twitter.com/12T0m3tkcp
— Political Kida (@PoliticalKida) October 5, 2024
ଏସବୁ ଭିତରେ ଅସଦାଚରଣ ଘଟଣାକୁ କଂଗ୍ରେସ ନେତ୍ରୀ କୁମାରର ସେଲଜା ନିନ୍ଦା କରିଛନ୍ତି ଓ ଅଭିଯୁକ୍ତ ପାର୍ଟି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, “ମୁଁ ମହିଳା କର୍ମୀଙ୍କ ସହ କଥା ହୋଇଛି। ତାଙ୍କୁ ଷ୍ଟେଜ ଉପରେ ଅସଦାଚରଣ କରାଯାଇଥିବା ସେ ମୋତେ କହିଛନ୍ତି।
ଭିଡ଼ରେ କିଛି ଲୋକ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିବା ସହ ତାଙ୍କୁ କହୁଣୀ ମାରିଛନ୍ତି। ତାଙ୍କୁ ଷ୍ଟେଜରୁ କାଢ଼ି ଦେବାକୁ ମଧ୍ୟ ଚେଷ୍ଟା ହୋଇଛି। ଭିଡିଓରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଏହି ଘଟଣାକୁ ମୁଁ ତାଙ୍କ ସହ କଥା ହୋଇ ନିଶ୍ଚିତ କରିଛି। ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
