Advertisment

ଅତନୁଙ୍କୁ ଜବାବ ଦେଲା BJP; ରେଳ ପ୍ରକଳ୍ପ ନେଇ ଦେଲା ପୂରା ହିସାବ

‘ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ଚାଲିଛି। ୧୫ ବର୍ଷ ଧରି ଅତନୁ ସବ୍ୟସାଚୀ ନାୟକ ଏଠାରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ମହାକାଳପଡ଼ା ଅଞ୍ଚଳ ପାଇଁ କ’ଣ କରିଛନ୍ତି? ମହାକାଳପଡ଼ା ପାଇଁ ତାଙ୍କର କ’ଣ ଅବଦାନ ରହିଛି? କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି।’

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଜବାବ ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି। ଅତନୁ କହିଥିବା ମିଛ କଥାର ପର୍ଦ୍ଦାଫାସ୍‌ କରିଛି। ଆଉ ହରିଦାସପୁର- ପାରାଦୀପ ରେଳ ଲାଇନ୍‌ର ପୂରା ହିସାବ ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ଉପସଭାପତି ସଞ୍ଜୟ ରଥ। ଉଭୟ କହିଛନ୍ତି, ବିଜେଡି ସରକାର କେବଳ ଭୁଆଁ ବୁଲାଉଛି। ଅତନୁ ସବ୍ୟସାଚୀ ନାୟକ ତା’ର ମଙ୍ଗୁଆଳ ସାଜିଛନ୍ତି।

Advertisment

କେନ୍ଦ୍ରାପଡ଼ାରେ କିଶୋର ପଣ୍ଡା କହିଛନ୍ତି, ଅତନୁ ସବ୍ୟସାଚୀ ନାୟକ ୧୫ ବର୍ଷ ଧରି ମହାକାଳପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନେକ ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସମଗ୍ର ଓଡ଼ିଶାରେ ଯଦି ଅଧିକା ଘାଟ ଚାଲୁଥାଏ, ତାହାହେଲେ ସିଏ ହେଉଛି ମହାକାଳପଡ଼ା। ଆଜି ମଧ୍ୟ ଲୋକେ ନଦୀ ପାର ହେଉଛନ୍ତି। ଆଉ ଡଙ୍ଗାବୁଡ଼ି ଘଟଣା ଅନେକ ସ୍ଥାନରେ ଘଟୁଛି। ହଜାର ହଜାର ହେକ୍ଟର ଜମି ପାଣିରେ ଭାସୁଛି। ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ବ୍ରିଜ୍‌ ନିର୍ମାଣ ହୋଇପାରି ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ଚାଲିଛି। ୧୫ ବର୍ଷ ଧରି ଅତନୁ ସବ୍ୟସାଚୀ ନାୟକ ଏଠାରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ମହାକାଳପଡ଼ା ଅଞ୍ଚଳ ପାଇଁ କ’ଣ କରିଛନ୍ତି? ମହାକାଳପଡ଼ା ପାଇଁ ତାଙ୍କର କ’ଣ ଅବଦାନ ରହିଛି? କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି। ରାଜ୍ୟ ସରକାର ଯେମିତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଠିକ୍‌ ସେମିତି ବିଧାୟକ ମହୋଦୟ ଭୁଆଁ ବୁଲାଉଛନ୍ତି। ତାହାର ଅନେକ ଉଦାହରଣ ରହିଛି। ନିର୍ବାଚନ ଆସିଲେ ପାୱାରପ୍ଲାଣ୍ଟ, ନଦୀ ଭିତ୍ତିକ ବନ୍ଦର ଏବଂ ଷ୍ଟିଲ୍‌ ପ୍ଲାଣ୍ଟ କଥା ସେ କୁହନ୍ତି। ଅଉ ବଡ଼ବଡ଼ ହୋଡିଂ ଲଗାନ୍ତି। ପରବର୍ତ୍ତୀ ସମୟରେ ସେହି ହୋଡିଂ ଆପେ ଆପେ ଉଭେଇ ଯାଏ। ଗତ କିଛି ଦିନ ତଳେ ଲାଗିଥିବା ଷ୍ଟିଲ୍‌ପ୍ଲାଣ୍ଟ ହୋଡିଂ ଏବେ ଉଠିଗଲା। ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ହୋଇପାରିଛି। କିନ୍ତୁ ଦୁଃଖର କଥା, ରେଳ ଚଳାଚଳ ହେବା ପରେ ଏଠାରେ ଶିଳ୍ପ ପ୍ରତିଷ୍ଠା ହେବା କଥା। କିନ୍ତୁ ଏଠି କେବଳ ହୋଡିଂରେ ସିମିତ ହୋଇଗଲା। କିଛି ହୋଇପାରିଲା ନାହିଁ। ବିଜେଡି ସରକାର କେବଳ ଭୁଆଁ ବଲାଉଛି। ଆଉ ଅତନୁ ସବ୍ୟସାଚୀ ନାୟକ ତାର ମଙ୍ଗ ଧରିଛନ୍ତିବୋଲି କିଶୋର ପଣ୍ଡା କହିଛନ୍ତି।

Advertisment

ହରିଦାସପୁର- ପାରାଦୀପ ରେଳ ଲାଇନ୍‌ ପ୍ରକଳ୍ପକୁ ନେଇ କିଶୋର ପଣ୍ଡା ଓ ସଞ୍ଜୟ ରଥ କହିଛନ୍ତି, ୧୯୯୫-୯୬ ବର୍ଷରେ ହରିଦାସପୁର- ପାରାଦୀପ ରେଳ ଲାଇନ୍‌ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ହେଲେ ପ୍ରକଳ୍ପ ଆଗକୁ ବଢ଼ି ପାରିଲା ନାହିଁ। ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ କୋମା ଅବସ୍ଥାରେ ରହିଥିଲା। ପ୍ରକଳ୍ପ ମଞ୍ଜୁରୀ ହେବାର ୧୩ ବର୍ଷ ପରେ ମଧ୍ୟ କାହିଁକି ଏହା ଅଟକି ରହିଥିଲା ସେ ନେଇ କେନ୍ଦ୍ରାପଡାର ସାଂସଦ ହେବା ପରେ ବୈଜୟନ୍ତ ପଣ୍ଡା ସମୀକ୍ଷା କରି ଜାଣିପାରିଥିଲେ। ତିନି ହଜାର ଏକର ଜମି ଅଧି ଗ୍ରହଣ ହୋଇପାରିନଥିବାରୁ ପ୍ରକଳ୍ପ ଅଟକି ରହିଥିବା ଜାଣିବାକୁ ପାଇଥିଲେ ଶ୍ରୀ ପଣ୍ଡା। ୨୦୦୯-୧୦ ମସିହାରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ ହୋଇଥିଲା। ୫ ଏକର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଅଟକି ଥିଲା। ୨୦୧୪ ମସିହାରେ ତତ୍‌ କାଳୀନ ପରିବେଶ ମନ୍ତ୍ରାଳୟର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୈଜୟନ୍ତ। ୨୦୧୭ରୁ ୨୦୨୪ ମସିହା ମଧ୍ୟରେ ଶତାଧିକ ବାର ପ୍ରକଳ୍ପ ସ୍ଥାନରେ ସମୀକ୍ଷା ଓ ଆକାଶ ମାର୍ଗରୁ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଥିଲେ ଶ୍ରୀ ପଣ୍ଡା।

ହରିଦାସପୁର- ପାରାଦୀପ ରେଳ ଲାଇନ୍‌ ପ୍ରକଳ୍ପ ରେଳ ବିକାଶ ନିଗମ ଲିମିଟେଡ୍‌ ଓ ଅନ୍ୟାନ୍ୟ କେତୋଟି କମ୍ପାନୀର ଯୌଥ ଉଦ୍ୟୋଗରେ କରାଯାଇଥିଲା। ସେହି ସମୟରେ ପୋସ୍କ ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ଯେଉଁଥିପାଇଁ ଆର୍ଥିକ ସଙ୍କଟ ଦେଖାଯାଇଥିଲା। ପ୍ରକଳ୍ପ ଅଧାରୁ ଅଟକି ଯାଇଥିଲା। ସେହି ସମୟରେ ଶ୍ରୀ ପଣ୍ଡା ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ନୂଆ ଇକ୍ୟୁଟି ବ୍ୟବସ୍ଥା କରିଥିଲେ। ଆଶଙ୍କା ଦୂରୀଭୁତ ହୋଇଥିଲା। ଯେଉଁ ଚାଷୀଙ୍କର ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯାଇଥିଲା, ସେମାନଙ୍କୁ କିଭଳି ଉଚିତ୍‌ ପ୍ରାପ୍ୟ ଦିଆଯିବ, ସେ ନେଇ ସରକାରୀ ସ୍ତରରେ ଆଲୋଚନା କରିଥିଲେ ଶ୍ରୀ ପଣ୍ଡା। ଯାହାଫଳରେ ପ୍ରାୟ ୪୨ କୋଟି ଟଙ୍କାର କ୍ଷତି ପୂରଣ ପ୍ରଦାନ କରଯାଇଥିଲା।

ବୈଜୟନ୍ତ ପଣ୍ଡାଙ୍କ ସଂସଦୀୟ କାର୍ଯ୍ୟକାଳ ଶେଷ ହେଲା ବେଳକୁ ୯୫ ପ୍ରତିଶତ କାମ ଶେଷ ହୋଇଥିଲା। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କ ସହିତ ବାରମ୍ୱାର ଆଲୋଚନା କରି ସେ ଏହି କାମକୁ ଆଗେଇ ନେଇଥିଲେ। ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ପ୍ରତି ଭଲପାଇବା ଯୋଗୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କେନ୍ଦ୍ରାପଡ଼ା ଜନସାଧାରଣଙ୍କ ବହୁ ଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ପାରାଦୀପରୁ କେନ୍ଦୁଝର ଭାୟା ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଦେଇ ପାସେଞ୍ଜର ମେମୁ ଟ୍ରେନ୍‌ ଚାଲୁଛି। ଏହାକୁ ନେଇ କେନ୍ଦ୍ରାପଡ଼ା ବାସୀଙ୍କ ଖୁସି କହିଲେ ନ ସରେ ବୋଲି ଜିଲ୍ଲା ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ଉପସଭାପତି ସଞ୍ଜୟ ରଥ କହିଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ନେଇ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ପାରାଦୀପ-ହରିଦାସପୁର ରେଳ ଲାଇନରେ ବୈଜୟନ୍ତଙ୍କର ବିନ୍ଦୁବିଷର୍ଗ ଅବଦାନ ନାହିଁ। ରାଜନୀତିରେ ନବୀନ ଯାହାଙ୍କୁ ଛାଡ଼ିଛନ୍ତି ସେ ରାଜନୀତିରୁ ଉଭେଇ ଯାଇଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ। ବିଜେପିର ତଥ୍ୟ ପ୍ରକାଶ ପରେ 

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

BjD Bjp Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe