Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ‘ତାଙ୍କର ଜି-୨୦’ ବୟାନକୁ ନେଇ ବିବାଦ, ଟାର୍ଗେଟ କଲା ବିଜେପି

ନିକଟରେ ଶେଷ ହୋଇଥିବା ଜି-୨୦ ବୈଠକ ସମ୍ପର୍କରେ ପ୍ରିୟଙ୍କା ବୟାନ ଦେବା ବେଳେ ତାଙ୍କର (ବିଜେପି) ଜି-୨୦ ବୈଠକ କଥା କହିଥିଲେ।

author-image
Hemant Lenka
Priyanka Gandhi

Priyanka Gandhi

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ‘ତାଙ୍କର ଜି-୨୦’ ବୈଠକ ବୟାନକୁ ନେଇ ବିବାଦ ଦେଖାଯାଇଛି। ନିକଟରେ ଶେଷ ହୋଇଥିବା ଜି-୨୦ ବୈଠକ ସମ୍ପର୍କରେ ପ୍ରିୟଙ୍କା ବୟାନ ଦେବା ବେଳେ ତାଙ୍କର (ବିଜେପି) ଜି-୨୦ ବୈଠକ କଥା କହିଥିଲେ। ବାସ୍ ଏହାକୁ ନେଇ ଆଜି ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା।

Advertisment

ରାଜସ୍ଥାନର ଗୋଟିଏ ରାଲିରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା କହିଥିଲେ ଯେ “ଆଜି ସକାଳେ ମୁଁ ଦେଖିବାକୁ ପାଇଛି ଯେ ତାଙ୍କର ଜି-୨୦ ଭେନ୍ୟୁ ପାଣିରେ ଭାସୁଥିଲା।” ସେ ପରୋକ୍ଷରେ ଜି-୨୦ ବୈଠକକୁ ବିଜେପିର ବୋଲି ତାଚ୍ଛଲ୍ୟ କରିଥିଲେ।

ପ୍ରିୟଙ୍କା କହିଥିଲେ, “ମୁଁ ଭାବୁଛି ଦେଶର ଲୋକମାନେ ଭୟରେ ଯାହା କହି ପାରୁ ନଥିଲେ, ସେକଥା ଭଗବାନ ନିଜେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି। ଏହା ଆଦୌ ଗର୍ବର ବିଷୟ ନୁହେଁ। ଏହି ଦେଶ ଆପଣମାନଙ୍କୁ ନେତା କରିଛି। ତେଣୁ ଦେଶ ଓ ଏହାର ଲୋକଙ୍କୁ ଆପଣ ସବୁଠାରୁ ଉପରେ ରଖନ୍ତୁ।”

Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏପରି ବୟାନକୁ କାଉଣ୍ଟର କରିଛନ୍ତି ପୁନାୱାଲା। ସେ କହିଛନ୍ତି, “ପ୍ରିୟଙ୍କା ଭଦ୍ରା ଓ ତାଙ୍କ ଦଳ ରାଗିବା ଏବଂ ଚିଡ଼ିବା ସ୍ୱାଭାବିକ। କିନ୍ତୁ ଆପଣମାନେ ଦେଖନ୍ତୁ ପ୍ରିୟଙ୍କାଜୀ କହୁଛନ୍ତି ‘ତାଙ୍କର ଜି-୨୦।’ କ’ଣ ଏପରି କାର୍ଯ୍ୟକ୍ରମ ତାଙ୍କର, ଆଙ୍କର ନା ଭାରତର ? ଏହା ହେଉଛି ଗୋଟିଏ ପରିବାରର ମାନସିକତାରେ ଥିବା ସମସ୍ୟା। ଏହି ପରିବାର ସବୁବେଳେ ବିଶ୍ୱାସ କରନ୍ତି ଯେ ଯାହା ଦେଶର, ସେସବୁ ତାଙ୍କ ପରିବାରର। ସେ କେବଳ ଏହାକୁ ଦର୍ଶାଇବାକୁ ଚାହୁଁଛନ୍ତି।”

Bjp Congress Priyanka Gandhi Vadra