ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି 1737 କୋଟି!

ନିର୍ବାଚନ ସରିବାର 3 ମାସ ମଧ୍ୟରେ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ଓ ବିଜେଡି ତାଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ।

BJP Headquarters

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟ

Ordigital Desk
  • Published: Thursday, 06 February 2025
  • Updated: 06 February 2025, 07:54 PM IST

News Highlights

  • 2024 ସାଧାରଣ ନିର୍ବାଚନ ବେଳେ ବିଜେପିକୁ ମିଳିଛି 5, 552 କୋଟିର ଚାନ୍ଦା
  • ବିଜେପି ଖର୍ଚ୍ଚ କରିଛି ମାତ୍ର 1737 କୋଟି, ନିର୍ବାଚନ ପରେ ବଳିଛି 7,361 କୋଟି
  • କଂଗ୍ରେସର ନିର୍ବାଚନ ବେଳେ ଖର୍ଚ୍ଚ 686 କୋଟି, ବଳିଥିଲା 133 କୋଟି
  • ବିଜେଡିର ନିର୍ବାଚନ ବେଳେ ଖର୍ଚ୍ଚ 415 କୋଟି, ବଳିଥିଲା 625 କୋଟି

Sports

Latest News

ବିଳମ୍ବରେ ହେଲେ ବି ଭାରତୀୟ ଜନତା ପାର୍ଟି- ବିଜେପି ନିର୍ବାଚନ କମିଶନଙ୍କ ନିକଟରେ 2024 ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ 4ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସଂପର୍କିତ ଖର୍ଚ୍ଚର ହିସାବ ଦେଇଛି। ଏଥିରୁ ଜଣାପଡ଼ିଛି, 2024 ଏପ୍ରିଲ 19 ତାରିଖରେ ନିର୍ବାଚନ ଘୋଷଣା ହେବା ପରଠାରୁ ଜୁନ 1 ତାରିଖରେ ନିର୍ବାଚନ ସରିବା ଭିତରେ ଅର୍ଥାତ୍ ପ୍ରାୟ ଦେଢ଼ ମାସ ଭିତରେ ବିଜେପିକୁ 5552.42 କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ମିଳିଛି। ଏଥିରୁ ଓଡ଼ିଶା- ବିଜେପିକୁ ମାତ୍ର 62.48 କୋଟି ଟଙ୍କା ଦିଆଯାଇଛି। ତେବେ ଏଥିରୁ ବିଜେପି ତାର ସାଂସଦ ପ୍ରାର୍ଥୀଙ୍କୁ ପ୍ରାୟ 60 ଲକ୍ଷ ଟଙ୍କା ଲେଖାଏଁ ଦେଇଛି। କେବଳ ସମ୍ବଲପୁରର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 70 ଲକ୍ଷ ଟଙ୍କା ମିଳିଛି। ସେହିଭଳି ବିଜେପି ତାର ବିଧାୟକ ପ୍ରାର୍ଥୀମାନଙ୍କୁ ପ୍ରାୟ 20 ଲକ୍ଷ ଟଙ୍କା ଦେଇଛି। କେବଳ ସୋରୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ୍ଡାଙ୍କୁ ଦଳ 40 ଲକ୍ଷ ଟଙ୍କା ଦିଆଯାଇଛି।  ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଦଳ ମୋଟ 34.33 କୋଟି ଟଙ୍କା, ସାଂସଦ ପ୍ରାର୍ଥୀଙ୍କ ପାଇଁ ୧୬.୧୧ କୋଟି ଓ ଦଳୀୟ ପ୍ରଚାରରେ ୮.୭୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ୍ ମୋଟ ୫୯.୧୯ କୋଟି ଟଙ୍କା ଖର୍ଚ୍ଚ କରିଛି।  

Also Read

ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହଙ୍କ ଭଳି ଷ୍ଟାର କାମ୍ପେନରଙ୍କ ପାଇଁ ଦଳ ଦେଶବ୍ୟାପୀ 168.92 କୋଟି ଟଙ୍କା ଖର୍ଚ୍ଚ କରିଛି। ଜାତୀୟ ବିଜେପି ପାଖରେ ସାଧାରଣ ନିର୍ବାଚନ ପରେ 7,361 କୋଟି ଟଙ୍କା ବଳିଥିବାବେଳେ ଓଡ଼ିଶା ବିଜେପି ପାଖରେ ମାତ୍ର 12 କୋଟି 70 ଲକ୍ଷ ଟଙ୍କା ବଳିଥିବା ଦେଖାଯାଇଛି। ବର୍ତ୍ତମାନ ସାଂସଦ ପ୍ରାର୍ଥୀଙ୍କ ପାଇଁ ବ୍ୟକ୍ତିଗତ ନିର୍ବାଚନ ଖର୍ଚ୍ଚ ସୀମା 95 ଲକ୍ଷ ଟଙ୍କା ରହିଥିବାବେଳେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା 40 ଲକ୍ଷ ଟଙ୍କା ରହିଛି। ଦଳୀୟ ପ୍ରଚାର ଖର୍ଚ୍ଚକୁ ଛାଡ଼ି ସ୍ଥାନୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ଦଳର ଷ୍ଟାର କାମ୍ପେନର ସାମିଲ ହେଲେ, ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚରୁ ଅଧା ସ୍ଥାନୀୟ ପ୍ରାର୍ଥୀଙ୍କଠାରୁ ନିଆଯାଇଥାଏ। ତେବେ ଏପର୍ଯ୍ୟନ୍ତ ଦଳୀୟ ଖର୍ଚ୍ଚର କୌଣସି ସୀମା ନ ଥିବାରୁ ସବୁ ଦଳ ନିର୍ବାଚନରେ ବ୍ୟାପକ ଖର୍ଚ୍ଚ କରୁଥିବା ଦେଖାଯାଉଛି।

ନିର୍ବାଚନ ସରିବାର 3 ମାସ ମଧ୍ୟରେ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ଓ ବିଜେଡି ତାଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ସେଥିରେ ଦେଖାଯାଇଥିଲା- କଂଗ୍ରେସ ସାଧାରଣ ନିର୍ବାଚନ ବେଳେ 686.19 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ, ନିର୍ବାଚନ ପରେ ଦଳ ପାଖରେ 133.97 କୋଟି ଟଙ୍କା ବଳିଥିଲା। ସେହିଭଳି ବିଜେଡି ନିର୍ବାଚନବେଳେ 415.83 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ନିର୍ବାଚନ ପରେ ବିଜେଡି ପାଖରେ 625.07 କୋଟି ଟଙ୍କା ବଳିଥିଲା।

ଭୁବନେଶ୍ୱରରୁ ସ୍ୱାତୀ ଜେନା ଓ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story