Advertisment

ଭିଜିଲାନ୍ସ ଚଢ଼ଉ ବେଳେ BJD ସରକାରରେ ଚାଲିଥିବା ଦୁର୍ନୀତିର ପ୍ରମାଣ ମିଳୁଛି; ଅନୀଲ ବିଶ୍ୱାଳ

ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

BJP Spokes Person Anil Biswal

BJP Spokes Person Anil Biswal

Advertisment

ବିଜେଡି ସରକାର ସମୟରେ ଚାଲିଥିଲା ଖୁଲମଖୁଲା ଦୁର୍ନୀତି। ଭିଜିଲାନ୍ସ ଚଢ଼ଉ ବେଳେ ବିଜେଡି ସରକାରରେ ଚାଲିଥିବା ଦୁର୍ନୀତିର ପ୍ରମାଣ ମିଳୁଛି। ପୂର୍ବ ସରକାର ସମୟରେ ଚିଫ୍ ଇଞ୍ଜିନିୟର, ଆଡିସିନାଲ ଚିଫ୍‌ ଇଞ୍ଜିନୟର, ଓଏଏସ ଅଫିସର ମାନଙ୍କୁ ଧରୁନଥିଲା ଭିଜିଲାନ୍ସ। କେବଳ କିରାଣୀ ଓ ପିଅନଙ୍କ ଭଳି ଛୋଟ ମାଛକୁ ଧରୁଥିଲା ଭିଜିଲାନ୍ସ। କିନ୍ତୁ ଏବେ ବିଜେପି ସରକାର ସମୟରେ ପୁଲିସ ଆଇଆଇସି, ଚିଫ୍ ଇଞ୍ଜିନିୟର ଭଳି ବଡ ମାଛଙ୍କୁ ଧରୁଛି ଭିଜିଲାନ୍ସ। ଆଜି ଏମିତି କହିଛନ୍ତି ବିଜେପି ନେତା ଅନୀଲ ବିଶ୍ୱାଳ। 

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି, ଲୋୟର ସୁକତେଲ ପ୍ରକଳ୍ପର ଇଞ୍ଜିନିୟର ସୁନୀଲ ରାଉତରାୟଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ପାଖରେ ୫୨ଟି ପ୍ଲଟ ଧରା ପଡ଼ିଛି। ସୁନୀଲ ରାଉତରାୟଙ୍କ ସହ ପାଣ୍ଡିଆନ ଓ ନବୀନଙ୍କ ଘନିଷ୍ଠାତା ପୂର୍ବରୁ ଲୋକଙ୍କ ସାମ୍ନାକୁ ଆସିଛି। ଏମିତି ଅନେକ ଅଫିସର ଯେଉଁମାନେ ଭି.କେ. ପାଣ୍ଡିଆନ ଇକୋ ସିଷ୍ଟମରେ କାମ କରୁଥିଲେ, ସେମାନେ ଏମିତି କୋଟି କୋଟି ଟଙ୍କା ଲୋକଙ୍କ ଅର୍ଥ ଲୁଟ କରୁଥିଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ। 

Bjp Vigilance Raid Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe