Advertisment

ପୁଲିସ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଡ୍ରାଇଭର

ଗଣମାଧ୍ୟମ ଆଗରେ ଡ୍ରାଇଭର୍ ବନମାଳି ବେହେରାଙ୍କ କହିବା ଅନୁସାରେ, ରବିବାର ରାତି ୧୦ଟା ବେଳେ ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୁଲିସ୍ ତାଙ୍କୁ ଡାକି ନେଇଥିଲା। ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ କହିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା ନୂଆ ମୋଡ ନେଇଛି। ପୁଲିସ୍‌ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର୍‌ ବନମାଳି ବେହେରା। ପ୍ରଶାନ୍ତ ଜଗଦ୍ଦେବ EVM ଭାଙ୍ଗିଥିବା ନେଇ ତାଙ୍କୁ କହିବାକୁ ବାଧ୍ୟ କରାଯିବା ସହ ମାଡ଼ ମରାଯାଇଥିବା ସେ କହିଛନ୍ତି।

Advertisment

ଗଣମାଧ୍ୟମ ଆଗରେ ଡ୍ରାଇଭର୍ ବନମାଳି ବେହେରାଙ୍କ କହିବା ଅନୁସାରେ, ରବିବାର ରାତି ୧୦ଟା ବେଳେ ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୁଲିସ୍ ତାଙ୍କୁ ଡାକି ନେଇଥିଲା। ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ କହିଥିଲେ। ମାତ୍ର ସେ ରାଜି ନହେବାରୁ ମାଡ଼ ହୋଇଥିଲା। ମିଥ୍ୟା କେସରେ ଫସାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଜୀବନ ଭୟରେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଥିଲି। ଯାହାକୁ ପୁଲିସ୍ ମୋବାଇଲରେ ରେକର୍ଡ କରିଥିଲା। ତେବେ କାଉଁରିପାଟଣା ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ବେଳେ ସେ ଆଦୌ ନଥିଲେ। ସେ ଗାଡ଼ି ଭିତରେ ଅପେକ୍ଷା କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ବନମାଳି। ବନମାଳିଙ୍କ ଅଭିଯୋଗ ନେଇ ଭରତପୁର ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ସେପଟେ ଜଗଦ୍ଦେବଙ୍କ ଗିରଫଦାରୀକୁ ଜୋରଦାର ବିରୋଧ। ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ହୋହଲ୍ଲା, ନାରାବାଜି କରିଛି ବିଜେପି। ଅଫିସ୍ ଘେରିବା ସହ ପ୍ରତିବାଦ ଜଣାଇଛନ୍ତି ଶତାଧିକ ବିଜେପି କର୍ମୀ। ବିନା ସର୍ତ୍ତରେ ଜଗଦ୍ଦେବଙ୍କୁ ମୁକୁଳାଇବାକୁ ଦାବି କରିଛନ୍ତି ସମର୍ଥକ। ପ୍ରଥମେ ସିସିଟିଭି ଫୁଟେଜ୍ ଯାଞ୍ଚ, ପରେ କାର୍ଯ୍ୟାନୁଷ୍ଠାନ ବୋଲି ତେଜିଛି ସ୍ୱର।

Advertisment

ମାମଲାକୁ ନେଇ ଆଜି ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଗତକାଲି ଖୋର୍ଦ୍ଧା ଏସ୍‌ପି କହିଥିଲେ- ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ ହସ୍ତଗତ ହେବା ପରେ ଯାଂଚ ହେବ। ତେବେ ପ୍ରଶ୍ନ ଉଠୁଛି, ବିନା ସିସିଟିଭି ଯାଞ୍ଚରେ ଜଣେ ଷ୍ଟାଣ୍ଡିଂ ଏମଏଲଏଙ୍କୁ କେମିତି ଗିରଫ କରାଗଲା? କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ବିଧାୟକଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଜେଲ୍ ପଠାଇବା କେତେ ଯୁକ୍ତିଯୁକ୍ତ? ବିଧାୟକଙ୍କୁ ଗିରଫ କରିବାକୁ ପୁଲିସ ଉପରେ ପଡିଥିଲା କି ଚାପ?

Bjp General Election 2024 General Election