Advertisment

ବିଜେପି ରାଜ୍ୟସ୍ତରୀୟ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଦଳର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନ କରି ରାଜ୍ୟକୁ ବିକଶିତ କରିବାକୁ ଆଜି ଆମକୁ ସଂକଳ୍ପ ନେବାକୁ ହେବ ।

BJP

BJP

Advertisment

ବିଜେପିର ରାଜ୍ୟସ୍ତରୀୟ ସଦସ୍ୟ ସଂଗ୍ରହ ଅଭିଯାନର  ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଦସ୍ୟତା ହେଉଛି କର୍ମକର୍ତ୍ତା ଚୟନର ମୂଳ ଆଧାର ଓ ଦଳର ଶକ୍ତିର ମୂଳ ଆଧାର ହେଉଛି ସଂଗଠନ ବୋଲି କହିଛନ୍ତି ।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଦଳର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନ କରି ରାଜ୍ୟକୁ ବିକଶିତ କରିବାକୁ ଆଜି ଆମକୁ ସଂକଳ୍ପ ନେବାକୁ ହେବ । ଏବେ ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଚାଲିଛି । ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ହଟାଇବା ପାଇଁ ଆମ କାଯ୍ୟକର୍ତାମାନେ ବହୁ ସଂଘର୍ଷ  କରିଥିଲେ । ସେମାନଙ୍କ କଠିନ ପରିଶ୍ରମ ଓ ଦୃଢ ନିଷ୍ଠା କାରଣରୁ ଓଡ଼ିଶାବାସୀ ଆମ ଉପରେ ଆସ୍ଥାପ୍ରକଟ କରି ଆମକୁ ଭୋଟ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିପାରିଛି ।

ଆଜି ସାଢ଼େ ଚାରି କୋଟି ଓଡ଼ିଆ ଆମ ଉପରେ ଖୁସି ଅଛନ୍ତି । ଏବେ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ ସହ ଯୋଡ଼ିବାର ସମୟ ଆସିଛି । ଆମେ ଯେଉଁମାନେ ଆଜି ବଡ଼ ଦାୟିତ୍ୱରେ ବସିଛେ, ତାର ପ୍ରଥମ ସୋପାନ ସଙ୍ଗଠନର ତୃଣମୂଳସ୍ତରରୁ ହିଁ ଆରମ୍ଭ ହୋଇଛି । ଆମ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ । ରାଜଧାନୀରୁ ଓଡିଶାର କେଉଁ ଉପାନ୍ତ ଅଂଚଳ ରହିବ ନାହିଁ ଯେଉଁଠି ଆମ ସଦସ୍ୟ ନଥିବେ । ସଦସ୍ୟତା ଅଭିଯାନର ଗୁରୁ ଦାୟିତ୍ୱ ଆମର କାର୍ଯ୍ୟକର୍ତାମାନଙ୍କ ଉପରେ ନ୍ୟସ୍ତ ବୋଲି ସେ କହିଛନ୍ତି।

Advertisment

ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ବିଜେପି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ା ହୋଇଥିବା ଏହି ଦଳ ବହୁ ସଂଘର୍ଷ ଓ ତପସ୍ୟା ପରେ ୧୮ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସହିତ ଆଜି ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ଏହି ଦଳର ଆତ୍ମା ହେଉଛନ୍ତି ତାର ସଦସ୍ୟ । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ସହ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ହେଉଛି ବିଜେପିର ଉଦ୍ଦେଶ୍ୟ । ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡ଼ି ବିଜେପିକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ  କେ.ଭି.ସିଂହଦେଓ, ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହସଂଯୋଜକ ଅଶୋକ ମିଶ୍ର୍ରଙ୍କ ସମେତ ଦଳର ମନ୍ତ୍ରୀ,ବିଧାୟକ, ସାଂସଦ ଓ ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Bhubaneswar Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe