Advertisment

‘ବିଜେଡିରେ ନେତା ନାହାନ୍ତି, ଗୁମାସ୍ତା ରାଜନୀତି କରୁଛନ୍ତି’

‘ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଗୁମସ୍ତା କହୁଛନ୍ତି, ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି ।

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

‘ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଗୁମସ୍ତା କହୁଛନ୍ତି, ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି । ହାରିବା ଜିତିବା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା । ଯେଉଁମାନେ ଭୋଗ ବିଳାସ ରାଜନୀତି କରୁଛନ୍ତି, ସୁନା ଚାମଚ ଧରି ଜନ୍ମ ହୋଇଛନ୍ତି, ସେମାନେ ହାରିବାକୁ ସ୍ୱୀକାର କରି ପାରୁ ନାହାନ୍ତି। ଲୋକେ ସେମାନଙ୍କ ଗର୍ବ ଅହଙ୍କାରକୁ ସହିବେନି।’ ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

Advertisment

ସେ କହିଛନ୍ତି, ବିଜେଡିରେ ନେତା ନାହାନ୍ତି। ଗୁମାସ୍ତା ରାଜନୀତି କରୁଛନ୍ତି। ନିଜ ବିଧାୟକ ଓ ମନ୍ତ୍ରୀ ସାଂସଦଙ୍କୁ ବିଜେଡି କେତେବେଳେ ଟ୍ରାଫିକ ଜଗିବା କାମରେ ତ କେତେବେଳେ ଟେଣ୍ଟ ବାନ୍ଧିବା କାମରେ ଲଗାଉଛି। ମାତ୍ର ସେମାନେ ପଚାରୁଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ନିଜ ଦଳରେ ଓ ସରକାରରେ ଗଣତନ୍ତ୍ର ନାହିଁ । ଏହା ପରେ ବି ସେମାନେ ଅନ୍ୟ ଉପରକୁ ଅଙ୍ଗୁଳି ଉଠାଉବାକୁ ସାହସ କରି ପାରୁଛନ୍ତି। କ୍ଷମତା ଚାଲିଯିବ ଜାଣି ସେମାନେ ବିଳିବିଳାଉଛନ୍ତି। ଓଡ଼ିଶା ଲୋକଙ୍କ ସାମ୍ନା କରିବାର ନୈତିକ ସାହସ ସେମାନଙ୍କ ପାଖରେ ନାହିଁ। ଫଳରେ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି।

ନିଜ ଉପରେ ତାଙ୍କର ଆତ୍ମବିଶ୍ୱାସ କମିଛି, ନୈତିକ ସାହସ କମିଛି। କିନ୍ତୁ ସେମାନେ ପରାଜୟକୁ ସ୍ୱୀକାର କରି ପାରୁ ନାହାନ୍ତି। ନିଜ ଦଳକୁ ବଞ୍ଚାଇବାକୁ  ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ।

Advertisment

ଏଥିସହ ସେ କହିଛନ୍ତି, ବିଜେପି କ’ଣ ତାହା ବୁଝିବାକୁ ତାଙ୍କୁ ଆଉ ଦୁଇ ତିନି ଜନ୍ମ ନେବାକୁ ପଡ଼ିବ। ଆମ ଦଳରେ ସବୁ ନିଷ୍ପତ୍ତି ବ୍ୟବସ୍ଥିତ ଢଙ୍ଗରେ ନିଆଯାଏ। ମାତ୍ର ବିଜେଡିରେ ସେପରି ବ୍ୟବସ୍ଥା ନ ଥିବାରୁ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ସେମାନେ ଜାଣି ପାରୁ ନାହାନ୍ତି। କିଏ ନେତା ହେବେ, ତାହା ଆମ ପାର୍ଟି ସ୍ଥିର କରିବ । ପାର୍ଲାମେଣ୍ଡାରୀ କମିଟି ମୁଖ୍ୟମନ୍ତ୍ରୀ ବାଛିବ। କିନ୍ତୁ ବିଜେଡିରେ ସେପରି କିଛି ବ୍ୟବସ୍ଥା ନାହିଁ।

ଓଡ଼ିଶାର ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ିବ। ମାତ୍ର ବିଜେଡି ଏଥର ହାରିବ ବୋଲି ତାହାର ନେତାମାନେ ଜାଣି ସାରିଲେଣି। ତେଣୁ ସେମାନେ ବିଦେଶରେ କେତେ ଟଙ୍କା ରଖିଛନ୍ତି ଓ କେଉଁ ଜାଗାରେ ରହିବେ, ତାହାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।

ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲେ, ତାହାର ହିସାବ ସେମାନେ ଦେଇ ପାରୁ ନାହାନ୍ତି । ଆଜି ବିଜେଡି ସରକାର ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତ୍ତି ଦେବା ଆରମ୍ଭ କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି।

BjD Bjp Manmohan Samal 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe