Advertisment

ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚିଲା, କଂଗ୍ରେସ ୩କୁ ଖସିଲା

ହିନ୍ଦୀ ହାର୍ଟଲ୍ୟାଣ୍ଡ ଦଖଲ କରିବା ପରେ ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚଛି। ସେହିପରି ଦଳ ୪ଟି ରାଜ୍ୟରେ ମେଣ୍ଟ ସରକାରରେ ମଧ୍ୟ ରହିଛି।

PM Modi

PM Modi

Advertisment

ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ରବିବାର ବଡ଼ ବିଜୟ ହାସଲ କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିକୁ ବିଧାନସଭାରେ ଏପରି ସଫଳତା ସମର୍ଥକଙ୍କୁ ବେଶ ଉତ୍ସାହିତ କରିଛି। ସାଧାରଣ ନିର୍ବାଚରେ ମଧ୍ୟ ବିଜେପି ଏଥର ହ୍ୟାଟ୍ରିକ ମାରିବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।

Advertisment

ତେବେ ହିନ୍ଦୀ ହାର୍ଟଲ୍ୟାଣ୍ଡ ଦଖଲ କରିବା ପରେ ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚଛି। ସେହିପରି ଦଳ ୪ଟି ରାଜ୍ୟରେ ମେଣ୍ଟ ସରକାରରେ ମଧ୍ୟ ରହିଛି। ଏହାର ଅର୍ଥ ୨୮ଟି ରାଜ୍ୟରୁ ବିଜେପି ୧୬ଟି ସ୍ଥାନରେ ସରକାର ଗଢ଼ିଛି କିମ୍ବା ସରକାରରେ ଅଛି।

ରବିବାର ୪ ରାଜ୍ୟର ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇଥିଲା। ୩ଟିରେ ବିଜେପି ଜିତିଥିବା ବେଳେ କଂଗ୍ରେସ କେବଳ କେସିଆରଙ୍କ ଗଡ଼ ତେଲଙ୍ଗାନାରେ ବିଜୟୀ ହୋଇଛି। ଦଳ ତେଲଙ୍ଗାନା ଦଖଲ କରିଥିଲେ ହେଁ କଂଗ୍ରେସ ଶାସିତ ରାଜ୍ୟସଂଖ୍ୟା ୩କୁ ଖସି ଯାଇଛି। ଦଳ ଏବେ କେବଳ କର୍ଣ୍ଣାଟକା, ହିମାଚଳ ପ୍ରଦେଶ ଓ ତେଲଙ୍ଗାନାରେ କ୍ଷମତାରେ ରହିଛି। ଝାରଖଣ୍ଡ, ବିହାର ଓ ତାମିଲନାଡୁ କ୍ଷମତାସୀନ ସରକାରରେ ଭାଗୁଆଳି ରହିଛି।

Advertisment

୨୦୨୩ ଡିସେମ୍ବର ସୁଦ୍ଧା ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାରତର ୫୮% ପରିସୀମା ମଧ୍ୟରେ ରହିଛନ୍ତି। ସେହିପରି ଦେଶର ୫୭% ଲୋକ ବିଜେପି ଶାସିତ ଅଞ୍ଚଳରେ ଅଛନ୍ତି। ବିରୋଧୀ ଦଳଗୁଡ଼ିକ ପାଖରେ ଦେଶର ୪୧% ଅଞ୍ଚଳ ରହିଛି। ଏହି ଅଞ୍ଚଳରେ ଦେଶର ୪୩% ଲୋକ ରହିଛନ୍ତି।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପ୍ରଥମଥର କ୍ଷମତାକୁ ଆସିଥିଲା। ଏହି ସମୟରେ ବିଜେପି ଅଧୀନରେ ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଗୋଆ ଓ ଛତିଶଗଡ଼ ରହିଥିଲେ। ସେବେଠାରୁ ଇତି ମଧ୍ୟରେ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରି ସାରିଛି।

୨୦୧୭ ଡିସେମ୍ବର ସୁଦ୍ଧା ବିଜେପି କିମ୍ବା ଏହାର ମେଣ୍ଟ ଦଳଗୁଡ଼ିକ ପାଖରେ ଦେଶର ୭୮% ଅଞ୍ଚଳ ଓ ୬୯% ଲୋକ ରହିଥିଲେ। ବିରୋଧୀ ଦଳଗୁଡ଼ିକ ୨୨% ଅଞ୍ଚଳ ଓ ୩୧% ଲୋକ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଥିଲେ। ତେବେ ସମୟ ବଦଳିବା ସହ ବିଜେପି ହାତରୁ ଏକାଧିକ ରାଜ୍ୟ ଓ ସେଠାରେ ଥିବା ଜନତା ବିରୋଧୀ ଦଳଗୁଡ଼ିକ ପାଖକୁ ଆସିଛନ୍ତି।

୯ ବର୍ଷର ଯାତ୍ରା ମଧ୍ୟରେ ବିଜେପିର ସବୁଠାରୁ ବଡ଼ ସଫଳତା ହେଲା ଉତ୍ତର ପୂର୍ବରେ ନିଜର ଦବଦବା। ୨୦୧୪ ସୁଦ୍ଧା ଉତ୍ତର ପୂର୍ବରେ ବିଜେପିର କୌଣସି ଅସ୍ଥିତ୍ୱ ନଥିଲା। କିନ୍ତୁ ୨୦୨୩ ବେଳକୁ ସ୍ଥିତି ବଦଳି ଯାଇଛି। ଉତ୍ତର ପୂର୍ବର ୩ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି। ମେଘାଳୟ, ନାଗାଲ୍ୟାଣ୍ଡ ଓ ସିକ୍କିମରେ ଦଳ ମେଣ୍ଟ କରି ସରକାରରେ ଅଛି। ମିଜୋରାମରେ ଅଣ ବିଜେପି ଓ ଅଣ କଂଗ୍ରେସ ସରକାର ଗଠନ ହୋଇଛି।

ବିଜେପି ଶାସିତ ରାଜ୍ୟ: ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ଗୋଆ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରା।

ବିଜେପି ମେଣ୍ଟ ସରକାର:ମହାରାଷ୍ଟ୍ର, ସିକ୍କିମ, ନାଗାଲ୍ୟାଣ୍ଡ, ମେଘାଳୟ

କଂଗ୍ରେସ ଶାସିତ ରାଜ୍ୟ:କର୍ଣ୍ଣାଟକା, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶ

କଂଗ୍ରେସ ମେଣ୍ଟ ସରକାର:ବିହାର, ଝାରଖଣ୍ଡ ଓ ତାମିଲନାଡୁ

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe