Advertisment

ହରିୟାଣାରେ ବଦଳିଲା ଟ୍ରେଣ୍ଡ୍; ୫୦ ଆସନରେ ବିଜେପି ଆଗୁଆ

କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।

ଅଦ୍ୟତନ ହୋଇଛି
BJP & Congress Flag

BJP & Congress Flag

Advertisment

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। କଂଗ୍ରେସର ଏକ ତରଫା ବିଜୟ ନେଇ ଆକଳନ କରାଯାଉ ଥିବାବେଳେ ବଦଳି ଯାଇଛି ଟ୍ରେଣ୍ଡ୍। କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।

Advertisment

ସକାଳ ୧୧ଟା ୧୫ ରିପୋର୍ଟ ଅନୁସାରେ, ରାଜ୍ୟର ୯୦ ବିଧାନସଭା ଆସନରୁ ବିଜେପି ୫୦ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୩୪ରେ ଆଗରେ ରହିଛି। ଏହି ଟ୍ରେଣ୍ଡ୍ ପରେ ଏକଜିଟ୍ ପୋଲର ଗଣିତ ବଦଳିଯାଇଛି। କାରଣ ସାତଟି ଏକଜିଟ୍ ପୋଲର ପୂର୍ବ ଆକଳନ କରିଥିଲେ ଯେ କଂଗ୍ରେସ ହରିୟାଣାରେ ସରକାର ଗଢ଼ିବା।

ଏକଜିଟ ପୋଲ୍ ଆକଳନ ଅନୁସାରେ, ହରିୟାଣର ୯୦ ଆସନରୁ କଂଗ୍ରେସ ମ୍ୟାଜିକ୍ ନଂ ୪୫ରୁ ୧୦ଟି ଆସନ ଅଧିକା ପାଇ ଅର୍ଥାତ୍ ୫୫ ଆସନ ସହ ସରକାର ଗଢିବ ଏବଂ ବିଜେପିକୁ ୨୬ଟି ଆସନ ମିଳିବ। 

Advertisment

ଅନ୍ୟପଟେ, ଗଣନା ଆରମ୍ଭ ପୂର୍ବରୁ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟ ବାହାରେ ସେଲିବ୍ରେସନ ଆରମ୍ଭ କରିଦେଇଥିଲା କଂଗ୍ରେସ। ଦଳୀୟ ସମର୍ଥକମାନେ ଢ଼ୋଲ ବଜାଇ ନାଚୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିଜେପିର ଲିଡ୍ ପରେ ସେଲିବ୍ରେସନକୁ ସ୍ଥଗିତ ରଖିଛି କଂଗ୍ରେସ। 

ସେପଟେ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନି ବିଜେପି ସରକାର ଗଢ଼ିବ ବୋଲି ଦାବି କରିଛନ୍ତି। ଦଳ ରାଜ୍ୟରେେ ତୃତୀୟ ଥର ପାଇଁ ସରକାର ଗଢ଼ିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। 

Assembly Election Assembly Election Result Haryana Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe