Advertisment

ସ୍ୱାଧୀନ ଭାବେ ଲଢ଼ିବାକୁ କହିବାରୁ ଈଶ୍ୱରପ୍ପାଙ୍କୁ ନିଲମ୍ବିତ କଲା ବିଜେପି

ସେ ଦଳ ବିରୋଧରେ ଯାଇ ଶିବମୋଗାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

KS Eshwarappa

KS Eshwarappa

Advertisment

କର୍ଣ୍ଣାଟକା ବିଜେପି ଆଜି ବିଦ୍ରୋହୀ ନେତା କେଏସ ଈଶ୍ୱରପ୍ପାଙ୍କୁ ଦଳ ନିଲମ୍ବିତ କରିଛି। ସେ ଦଳ ବିରୋଧରେ ଯାଇ ଶିବମୋଗାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ବିଜେପି ପକ୍ଷରୁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

Advertisment

ଈଶ୍ୱରପ୍ପା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଭାବେ ଏକଦା କାମ କରିଥିଲେ। ଦଳ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “କେଏସ୍‌ ଈଶ୍ୱରପ୍ପାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ସେ ବିଜେପିର ପ୍ରୋଟକଲ ବିରୋଧରେ ଯାଇଛନ୍ତି ଓ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ଦଳ ପ୍ରତି ଅସମ୍ମାନ।”

କିଛି ଦିନ ତଳେ ଈଶ୍ୱରପ୍ପା ଖୋଲାଖୋଲି ଭାବେ ବିଜେପି ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେ ଦଳ ସହ ଆଉ ନାହାନ୍ତି ଓ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡରନ୍ତି ନାହିଁ ବୋଲି କହିଥିଲେ।

Advertisment

ପ୍ରକୃତରେ ଈଶ୍ୱରପ୍ପା ତାଙ୍କ ପୁଅ ହାଭେରୀରୁ ବିଜେପି ଟିକେଟ ପାଆନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ ଦଳ ତାଙ୍କ ପୁଅକୁ ଟିକେଟ ଦେଇ ନଥିଲା। କର୍ଣ୍ଣାଟକା ବିଜେପି ମୁଖ୍ୟ ବି ବିଜୟେନ୍ଦ୍ର ଓ ତାଙ୍କ ବାପା ବିଏସ୍‌ ୟେଦ୍ୟୁରପ୍ପାଙ୍କ ଯୋଗୁ ଈଶ୍ୱରପ୍ପାଙ୍କ ପୁଅ କେଇ କାନତେଶଙ୍କୁ ଟିକେଟ ମିଳି ନଥିବା ଅଭିଯୋଗ ହୋଇଛି।

Karnataka KS Eshwarappa Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe