ଲକ୍ଷ୍ମୀ ବସ୍ ସ୍କାମ: ସରକାର କିଣିଲେ ବସ୍ , ରାଜ୍ୟ ବାହାର  ଘରୋଇ କମ୍ପାନୀକୁ ଦେଇଦେଲେ ମାଲିକାନା

ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି କିନ୍ତୁ  ଆଶ୍ଚର୍ଯ୍ୟଜନକ ଭାବେ ସେହି ବସଗୁଡ଼ିକର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ, ଯାହା ଏକ ବେଆଇନ କାର୍ଯ୍ୟ ।

Bus

ପଡ଼ିଆରେ ଛିଡ଼ା ହୋଇଛି ଲକ୍ଷ୍ମୀ ବସ୍(ଫାଇଲ ଫଟୋ)

Ordigital Desk
  • Published: Wednesday, 28 February 2024
  • Updated: 28 February 2024, 10:32 PM IST

ଲକ୍ଷ୍ମୀ ବସ୍ ଯୋଜନାରେ ବଡ଼ଧରଣର ଦୁର୍ନୀତି ହୋଇଛି । ଅଣଓଡ଼ିଆ ବ୍ୟବସାୟୀଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଟଙ୍କାରେ କିଣା ଯାଇଥିବା ୧୭୪୫ଟି ଦାମୀ ବସ୍ ମାଲିକାନା ବାହାର ରାଜ୍ୟର ଘରୋଇ କମ୍ପାନୀକୁ ଟେକି ଦେଇଛନ୍ତି । ସରକାର କିଣିଥିବା ବସ୍ ମାଲିକ କାହିଁକି ଘରୋଇ କମ୍ପାନୀ ହେବେ ଓ ଏହାପଛରେ କି ରହସ୍ୟ ରହିଛି । କେବଳ ସେତିକି ନୁହେଁ ଲକ୍ଷ୍ମୀ ବସ୍ ଯୋଜନାର ବଜେଟକୁ ମଧ୍ୟ ସରକାର ଅଚାନକ ବଢ଼ାଇ ଦେଲେ । ଏସବୁର ସ୍ପଷ୍ଟୀକରଣ ତୁରନ୍ତ ରାଜ୍ୟ ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଅନୀଲ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ,  ଓଡ଼ିଶାରେ ଖୁଲମଖୁଲା ଦୁର୍ନୀତି ଚାଲିଛି । ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା ।  ଲକ୍ଷ୍ମୀ ବସ ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରଚାର  କରିବା ସହିତ ଘରେ ଘରେ ଲକ୍ଷ୍ମୀ ଆସିବେ ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ଏହି ଯୋଜନାରେ ଓଡ଼ିଶାକୁ ଲକ୍ଷ୍ମୀଛଡା କରି ରାଜ୍ୟ ବାହାରର ଘରୋଇ ବ୍ୟବସାୟୀମାନଙ୍କ ପକେଟରେ ଲକ୍ଷ୍ମୀଙ୍କୁ ଯୋଗାଇ ଦିଆଯାଉଛି ।

ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି କିନ୍ତୁ  ଆଶ୍ଚର୍ଯ୍ୟଜନକ ଭାବେ ସେହି ବସଗୁଡ଼ିକର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ, ଯାହା ଏକ ବେଆଇନ କାର୍ଯ୍ୟ । ନିୟମ ଅନୁସାରେ ଯେତେବେଳେ ସରକାର କୌଣସି ସମ୍ପତ୍ତି କିଣନ୍ତି ଏହାର ମାଲିକାନା ସରକାରଙ୍କ ପାଖରେ ରହିବା ଜରୁରୀ । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସ୍‌ର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନଙ୍କ ହାତକୁ ଗଲା ତାହା ସରକାର ସ୍ପଷ୍ଟ କରନ୍ତୁ । ଯଦି ସରକାରଙ୍କର ନିଜ ନାଁରେ ବସ୍ କିଣିବାର ନଥିଲା ତାହାଲେ ସରକାର ଲକ୍ଷ୍ମୀ ବସକୁ ପରିଚାଳନା କରୁଥିବା ମିଶନ ଶକ୍ତି ନାଁରେ କିଣିପାରିଥାନ୍ତେ । ଏଭଳି କି ଓଡ଼ିଶାର ଶହ ଶହ ଘରୋଇ ବସ୍ ଚଳାଚଳ କରୁଥିବା ସଂସ୍ଥାମାନଙ୍କୁ କାହିଁକି ଲକ୍ଷ୍ମୀବସ୍ ଯୋଜନାର ପରିଚାଳନା ଦାୟିତ୍ୱ ନଦିଆଯାଇ ବାହାର ରାଜ୍ୟର ଟ୍ରାଭେଲ୍ସ ଏଜେନ୍ସୀମାନଙ୍କୁ ଦିଆଗଲା ଯାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ସରକାର ଅଣଓଡ଼ିଆ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି ।

Also Read

ଲକ୍ଷ୍ମୀ ବସ୍ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟର ଠିକା ପାଇଛନ୍ତି । ଅର୍ଥାତ୍ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ନଥିଲା । ସହରାଂଚଳରେ ଚାଲୁଥିବା ମୋ ବସ୍‌କୁ ପରିଚାଳନା କରୁଥିବା \"କ୍ରୁଟ’ର ଜଣେ ନିର୍ଦ୍ଦେଶକ ହେଉଛନ୍ତି ଚାଟାର୍ଡ ସ୍ପିଡ୍ ଲିମିଟେଡର ମାଲିକ । ଆଉ ସେହି ଚାଟାର୍ଡ ସ୍ପିଡ୍ ଲିଃକୁ ୩ଟି କ୍ଲଷ୍ଟରର ଲକ୍ଷ୍ମୀ ବସ୍ ଠିକା ଦିଆଯାଇଛି । ସେହିଭଳି ଲକ୍ଷ୍ମୀ ବସର ଠିକା ପାଇଥିବା ନର୍ବଦା ଟ୍ରାଭେଲ୍ସର ମାଲିକମାନେ ହେଉଛନ୍ତି ଜଗନ୍ନାଥଜୀ ସିଟି ବସ୍ ସର୍ଭିସେସ୍ ଲିମିଟେଡର ମାଲିକ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, କିଭଳି ଭାବେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇ କିିଛି ନିର୍ଦ୍ଦିଷ୍ଟ ବାହାର ରାଜ୍ୟର ଘରୋଇ କମ୍ପାନୀମାନଙ୍କୁ ଲାଭାନ୍ୱିତ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଦିଲ୍ଲୀ ହେଉକି ପଶ୍ଚିମବଙ୍ଗ ହେଉ ସବୁ ରାଜ୍ୟରେ ସରକାର କିଣୁଥିବା ବସ୍‌ର ମାଲିକ ନିଜେ ସରକାର ହୁଅନ୍ତି । ସେହି ବାହାର ରାଜ୍ୟର ଘରୋଇ କମ୍ପାନୀମାନେ କିଛି ଅର୍ଥ ଖର୍ଚ୍ଚ ନକରି ୧୭୪୫ଟି ସରକାରୀ ବସର ମାଲିକ ହେଲେ ଯାହାର ମାଲିକ ସରକାର ହେବା କଥା । ବସ୍ ଚଳାଚଳ ପାଇଁ ମଧ୍ୟ ସେମାନେ କିଲୋମିଟର ପିଛା ସେତିକି ଟଙ୍କା ସରକାରଙ୍କଠାରୁ ନେଉଛନ୍ତି ଯାହା ବଜାର ଦରଠାରୁ ଅଧିକ । ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର ସେହି ବାହାର ରାଜ୍ୟର କମ୍ପାନୀମାନଙ୍କୁ ବସ୍‌ର ମାଲିକାନା ଦେଲେ, ବସ୍‌ର ସମ୍ପୂର୍ଣ୍ଣ ଭଡା ବି ଦେଲେ ତାହାଲେ ଲୋକଙ୍କଠାରୁ ଆଉ କାହିଁକି ଭଡ଼ା ଆଦାୟ କରାଯାଉଛି । ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ପୂର୍ବରୁ ଓଏସଆରଟିସି ଯେଉଁ ୩୮୧ରୁ ଉର୍ଦ୍ଧ୍ୱ ବସ୍ ଚଳାଉଥିଲା ସେ ସବୁ ବସର ମାଲିକାନା ଏବେବି ଓଏସଆରଟିସି ପାଖରେ ଅଛି । କିନ୍ତୁ ଏବେ ଲକ୍ଷ୍ମୀ ବସ୍ ଯୋଜନାରେ କିଣାଯାଇଥିବା ୧୭୪୫ଟି ବସର ମାଲିକାନା କାହିଁକି ରାଜ୍ୟ ବାହାରର ଘରୋଇ କମ୍ପାନୀମାନଙ୍କୁ ଦିଆଯାଇଛି । ଯାହା ଏକ ବଡ଼ଧରଣର ଦୁର୍ନୀତି ବୋଲି ସେ ଅଭିଯୋଗ କରିଛନ୍ତି । ୨୦୨୩ ବଜେଟ୍‌ରେ ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ୧୦୦କୋଟି ଟଙ୍କା ବଜେଟ୍ ପ୍ରାବଧାନ କରିଥିଲେ । କିନ୍ତୁ ହଠାତ୍ ବଜେଟକୁ ୩ହଜାର କୋଟି ଟଙ୍କା କରାଗଲା, ଏହା ପଛରେ କେବଳ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଖୁସି କରିବାର ଏକମାତ୍ର ଲକ୍ଷ୍ୟ କି ବୋଲି ବିଜେପି ପ୍ରଶ୍ନ କରିଛି ।

୨୦୧୪ ମସିହାରେ ସରକାର \"ବିଜୁ ଗାଁ ଗାଡ଼ି ଯୋଜନା’ରେ ବାର୍ଷିକ ଖର୍ଚ୍ଚ ଥିଲା ମାତ୍ର ୮କୋଟି ଟଙ୍କା । ୧୦ବର୍ଷ ପରେ ସେହି ସମାନ ଶୈଳୀର ଯୋଜନାର ଖର୍ଚ୍ଚ ହଠାତ୍ କାହିଁକି ଏତେ ଗୁଣା ବଢ଼ିଯିବ ତାହା ଅତ୍ୟନ୍ତ ସନ୍ଦେହଜନକ । ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାରେ ହୋଇଥିବା ଦୁର୍ନୀତି ଦିଲ୍ଳୀର ଅବକାରୀ ଦୁର୍ନୀତି, ଲାଲୁ ଯାଦବଙ୍କ ଚାରା ଘୋଟାଲାଠାରୁ ବଡ଼ ଦୁର୍ନୀତି ଓ ସରକାରୀ ନିୟମର ଉଲଘଂନ କରି କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏ ସମସ୍ତ ପ୍ରକ୍ରିୟାର ତଦନ୍ତ ଲୋକାୟୁକ୍ତ ଓ ଇଡି ନିଜ ଆଡୁ କରନ୍ତୁ ତଥା ଦୁର୍ନୀତି ଉପରୁ ପରଦା ହଟିବା ଦରକାର ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story