ଡିଏନ୍ ଗ୍ରୁପର ବେନାମୀ ସମ୍ପତ୍ତି : ‘ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ’ର ନୂଆ ନାଁ ଦେଲା ବିଜେପି, ବିଜେଡି ରଖିଲା ଜବାବ

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତର ଖବରକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି ।

DN Group

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକ

Ordigital Desk
  • Published: Thursday, 06 July 2023
  • Updated: 06 July 2023, 10:38 PM IST

Sports

Latest News

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ ଗ୍ରୁପ୍ ଉପରେ ଆଜି ବି ଦ୍ୱିତୀୟ ଦିନ ଆୟକର ବିଭାଗର ଚଢ଼ଉ ଜାରି ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି ସରକାର ଉପରେ ଉଭୟ କଂଗ୍ରେସ ଓ ବିଜେପି ବର୍ଷିଛନ୍ତି । ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ନୂଆ ନାଁ ବିଜେପି ଦେଇଛି । ସିଏମଓ କହିଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନୁହେଁ ବରଂ ଲୋକେ ଏବେ କରପସନ ମୋବିଲାଇଜେସନ ଅଫିସ’ ବୋଲି ଭାବୁଥିବା ବିଜେପି କହିଛି । ଦୁର୍ନୀତିଗ୍ରସ୍ତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ନିବିଡ଼ ଓ ସୁଦୃଢ଼ ହେଉଥିବା ଦେଖିବାକୁ ମିଳିଛି ବୋଲି ବିଜେପି କହିଥିବାବେଳେ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଡିଏନ ଗ୍ରୁପର ବ୍ୟବସାୟିକ ସାମ୍ରାଜ୍ୟ ବଢ଼ିଥିବା ଅଭିଯୋଗ କରିଛି । ଏପଟେ ବିଜେଡି ମଧ୍ୟ ଏହାର ଜବାବ ରଖି ଏହାକୁ ସ୍ପର୍ଶକାତର ପ୍ରସଙ୍ଗ କହିବା ସହ ଆଇଟି କିମ୍ବା ଇଡି ଚଢ଼ଉ ହେଲେ ରାଜ୍ୟ ବିଜେପି ବାଉଳାଚାଉଳା ହୁଏ ବୋଲି କହିଛି ।

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତର ଖବରକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଯେତେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମନାକୁ ଆସୁଛି । ନଗଦ ୩କୋଟି ଟଙ୍କା ଜବତ ହୋଇଥିବା ନବରଙ୍ଗପୁରରେ ଅତିରିକ୍ତ ଉପ ଜିଲ୍ଲାପାଳ  ପ୍ରଶାନ୍ତ ରାଉତ ହୁଅନ୍ତୁ ଅବା ଅନ୍ୟ କେହି ଏହି ସରକାରୀ ଅର୍ଥ ଲୁଟର ର‌୍ୟାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନସ ତଦନ୍ତ କରିଲା ନାହିଁ । କାହା ସୁପାରିଶ ଆଧାରରେ ୨୦୧୮ରେ ଗିରଫ ହୋଇଥିବା ସେହି ପ୍ରଶାନ୍ତଙ୍କୁ ୨୦୨୦ରେ ପଦନ୍ନୋତି ମିଳିଥିଲା ସେଦିଗରେ ମଧ୍ୟ ଭିଜିଲାନସ ତଦନ୍ତ କଲା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବଡ଼ ଥିବାର ଫଟୋଚିତ୍ର ଘୁରିବୁଲିଲା । ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦୀଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସର୍ମ୍ପକ ବ୍ୟକ୍ତଗତସ୍ତରରେ । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟବସାୟିକ ଉସ୍ତ୍ରବରେ ଯୋଗ ଦେଉଥିଲେ, ସାଙ୍ଗରେ ନେଇ ଜାପାନ ଓ ଦୁବାଇ ଯାଉଥିଲେ । ଆଗରୁ ଆୟ ବର୍ହିଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ ।

Also Read

ଦୁର୍ନୀତିଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏହି ସର୍ମ୍ପକ ଦିନକୁ ଦିନ ସୁଦୃଢ ହେଉଛି । ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ । ଓଡ଼ିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଚୋର ବେଶି ଧରାପଡୁଛନ୍ତିି ମାନେ ଚୋରି ମଧ୍ୟ ବେଶି ହେଉଛି । ୨୦୨୧ରେ ଓଡ଼ିଶାରେ ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ୧୦୭ କୋଟି । ୨୦୨୨ରେ ଏହା ହେଲା ୧୭୪ କୋଟି । ୨୦୨୩ରେ ଏହା ୨୫୦ କୋଟିକୁ ପାରିହେବା ଭଳି ଲାଗୁଛି । ଏହାର ଅର୍ଥ ହେଲା ଓଡ଼ିଶାରେ ସରକାରୀ ଅର୍ଥ ଲୁଟ ବର୍ଷକୁ ବର୍ଷ ବଢୁଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ କହିଥିଲେ ‘ପିସି ମଷ୍ଟ ଷ୍ଟପ’ ଏବେ ‘ପିସି କମିଛି ନା ବଢିଛି’ ତା’ର ଉତ୍ତର ରଖନ୍ତୁ ।

ସେହିପରି ଓଡ଼ିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ଫାଇନାଲ ଚାର୍ଜସିଟ ଦାଖଲ ପରିମାଣ ନଗଣ୍ୟ । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛ ଦୁର୍ନିତିଗ୍ରସ୍ତ ସରକାରୀ ଦଣ୍ଡ ପାଆନ୍ତୁ ବୋଲି ସରକାର ଚାହୁୂଁନାହାନ୍ତି । ଆମ ସରକାର ଦୁର୍ନୀତି ବିରୋଧୀ ନୀତି ଅବଲମ୍ବନ କରିଛି ବୋଲି ଚିତ୍କାର କରୁଥିବା ବିଜେଡି କାହିଁକି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଜବାବ ରଖିବା ପାଇଁ ବିଜେପି ଦାବି କରିଛି ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ଯେ, ଡିଏନ ଗ୍ରୁପରେ ଶାସକ ବିଜେଡିର ବହୁ ନେତା ପୁଞ୍ଜିନିବେଶ କରିଛନ୍ତି । ସେଥିପାଇଁ କମ୍ପାନୀର ପୃଷ୍ଠପୋଷକତା ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଡିଏନ ଗ୍ରୁପ ମୁଖ୍ୟ ଜଗଦୀଶ ନାଏକ ଜାପାନ ଯାଇଥିଲେ । ଏଥିରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ବ୍ୟକ୍ତିଗତସ୍ତରରେ ଥିବା ପ୍ରମାଣ ମିଳୁଛି । ତେଣୁ ଡିଏନ ଗ୍ରୁପରେ ଏତେ ଟଙ୍କା କାହାର ନିବେଶ ହୋଇଛି ତାହା ରାଜ୍ୟବାସୀ ଜାଣିବାର ଅଧିକାର ଅଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ଏସବୁ ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଓ ଇପସିତା ସାହୁ କହିଛନ୍ତି ଯେ, ସବୁବେଳେ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଓଡ଼ିଶା ବିଜେପିର ନେତାମାନେ ତତ୍ପର ହୋଇପଡ଼ନ୍ତି । ଡିଏନ ଗ୍ରୁପ୍ ଉପରେ ଚଢ଼ଉ ଭିତରକୁ ବିଜେଡିକୁ ଟାଣିବାକୁ ଓଡ଼ିଶା ବିଜେପି ଅପଚେଷ୍ଟା କରୁଛି । ଏଥିରେ ବିଜେଡିର କିଛି କହିବାର ନାହିଁ । ଆଇନ ତା’ବାଟରେ ଯିବ । ଆଇଟି ଓ ଇଡି ଚଢ଼ଉ ହେଲେ ରାଜ୍ୟ ବିଜେପି ଏଭଳି ବାଉଳାଚାଉଳା ହୋଇଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story