Advertisment

ତଦନ୍ତକୁ ପ୍ରଭାବିତ କରି ନିଜ ନାଁ କାଟିଛନ୍ତି ଆଇନମନ୍ତ୍ରୀ, ବହିଷ୍କାର କର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସହ ପଦବୀର ଅପବ୍ୟବହାର କରି ଆଇନମନ୍ତ୍ରୀ ପ୍ରତାପ ଜେନା ଚାର୍ଜସିଟରୁ ନିଜ ନାଁକୁ ବାଦ୍ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଏ ସମସ୍ତ ଘଟଣା ଘଟିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ , ଆଉ ଏ ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା […]

ଅଦ୍ୟତନ ହୋଇଛି
ଚାଷୀ ପଞ୍ଜିକରଣ ଅବଧି ବଢ଼ାଇବାକୁ ଦାବି କଲା ବିଜେପି

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସହ ପଦବୀର ଅପବ୍ୟବହାର କରି ଆଇନମନ୍ତ୍ରୀ ପ୍ରତାପ ଜେନା ଚାର୍ଜସିଟରୁ ନିଜ ନାଁକୁ ବାଦ୍ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଏ ସମସ୍ତ ଘଟଣା ଘଟିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ , ଆଉ ଏ ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆଜି ରାଜ୍ୟବାସୀଙ୍କୁ ଆହ୍ୱାନ କରିଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ପୁଣିଥରେ ଚାର୍ଜସିଟରେ ଯୋଡ଼ିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲିବା ସହ ତଦନ୍ତକୁ ପ୍ରଭାବିତ କରିଥିବାକୁ ପ୍ରମାଣିତ ମଧ୍ୟ କରୁଛି। ଡବଲ ମର୍ଡର ଘଟଣାକୁ ଚାପି ଦେଇ ଏହାର ଅନ୍ୟତମ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାସମ୍ଭବ ଚେଷ୍ଟା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ଏହି ଘଟଣାର ସଠିକ ତଦନ୍ତ ହେବା ଆବଶ୍ୟକ। କିନ୍ତୁ ମାହାଙ୍ଗା ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇ ବାଟବଣା କରିବାର ପ୍ରୟାସ କରାଯାଇଅଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡ଼ି ଅନ୍ୟ ୧୨ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପଦବୀର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ମନ୍ତ୍ରୀ ପ୍ରତାପ ଜେନା ନିଜ ନାଁ ଚାର୍ଜସିଟରୁ ବାଦ୍ କରାଇଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ।

Advertisment

ପୋଲିସ ବହୁ ଚଂଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟ୍‌ରୁ ବାଦ୍ ଦେଇଥିବାବେଳେ ଆଜି ପୁଣି ଥରେ ତାଙ୍କ ନାଁକୁ ଚାର୍ଜସିଟ୍‌ରେ ଯୋଡ଼ିବା ପାଇଁ ସାଲେପୁର ଜେଏମ୍‌ଏଫ୍‌ସିି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର କୋର୍ଟଙ୍କ ଏହି ନିର୍ଦ୍ଦେଶ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି। ତେଣୁ ନୈତିକତା ଦୃଷ୍ଟିରୁ ଶ୍ରୀ ଜେନା ଆଇନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଉପସ୍ଥିତ ଥିଲେ।

Mahanga Murder Case Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe