Advertisment

କେନ୍ଦ୍ରାପଡ଼ା କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୨ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ରାଜ୍ୟ ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୭ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

author-image
Ordigital Desk
BJP

BJP

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟର ଦୁଇ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ସରଜମିନ୍ ତଦନ୍ତ କରି ଫେରିବା ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହି ଗଣଦୁଷ୍କର୍ମ ମାମଲାରେ ରାଜ୍ୟର ଦୁଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି । ଏହି ଦୁଇ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନଙ୍କ ଦ୍ୱାରା ସମ୍ପୃକ୍ତ କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ରାଜ୍ୟ ବିଜେପି ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୭ ତାରିଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏନେଇ କଲେଜ୍ କର୍ତ୍ତୃପକ୍ଷ କିଛି ପଦକ୍ଷେପ କାହିଁକି ନେଇନାହାଁନ୍ତି । ଏହି ନାବାଳିକା ଦୁଷ୍କର୍ମ ଛାତ୍ରୀ ଭଳି ଅନ୍ୟ ଛାତ୍ରୀଙ୍କୁ ଖରାପ କାର୍ଯ୍ୟରେ ଲିପ୍ତ ରଖାଯାଉନି ତ? କଲେଜରେ ଆଂଟି ହାରସ୍‌ମେଂଟ୍ ସେଲ୍ ନାହିଁ କି ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନାହିଁ । ୟୁଜିସି ଅନୁଦାନରେ ୨୦୦ ବେଡ୍ ବିଶିଷ୍ଟ ହଷ୍ଟେଲ ୨ବର୍ଷ ହେଲା ନିର୍ମାଣ ହୋଇସାରିଛି । କିନ୍ତୁ ଛାତ୍ରୀମାନଙ୍କୁ ସେଠାରେ ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା ହୋଇନି ।

ଏହି ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । କିନ୍ତୁ ଏହି ଗଣଦୁଷ୍କର୍ମ ପଛରେ ଆହୁରି ଅନେକଙ୍କ ସଂପୃକ୍ତି ଅଛି । ବିଜୁ ଜନତା ଦଳର ନେତାଙ୍କ ସହ ସୂର୍ଯ୍ୟକାନ୍ତଙ୍କ କ'ଣ ସମ୍ପର୍କ ତାହା ବିଜେଡି ସ୍ପଷ୍ଟ କରିବା ଉଚିତ୍ ନହେଲେ ଓଡ଼ିଶାରେ ନିରୀହ ଝିଅମାନେ ଏମିତି ବଳି ପଡ଼ିଯିବେ । "ବିଜୁ ଜନତା ଦଳ ମହିଳାଙ୍କ ବଳ’ ବୋଲି ବିଜେଡି କହୁଛି, ବାସ୍ତବିକ ଏହା ମହିଳାଙ୍କ ବଳ ନହୋଇ ମହିଳାଙ୍କ ପାଇଁ କାଳ ହୋଇଛି । ଏହି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଘନିଷ୍ଠ ସହଯୋଗୀମାନେ ସଂପୃକ୍ତ । ଯେତେବେଳେ ବି ରାଜ୍ୟରେ କୌଣସି ମହିଳା ଅପରାଧ ଜନିତ ଖବର ସାମ୍ନାକୁ ଆସେ ସେତେବେଳେ କାହିଁକି ବିଜେଡି ନେତା ମନ୍ତ୍ରୀମାନଙ୍କର ନାମ ସେଥିରେ ଯୋଡ଼ି ହୋଇଥାଏ । ଯଥାଶୀଘ୍ର ରାଜ୍ୟ ସରକାର ଛାତ୍ରୀଙ୍କ ଗଣଦୁଷ୍କର୍ମର ତୁରନ୍ତ ସ୍ପଷ୍ଟୀକରଣ ଦେବା ସହ ଏହି ମାମଲାରେ ଯଦି କୌଣସି ସଠିକ୍ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ସହିତ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

Advertisment

ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତ୍ରୀ ରୀତା ସେଠୀ,ରଶ୍ମୀ ପଟ୍ଟନାୟକ, ବବିତା ପାତ୍ର, କାନନବାଳା ଦାସ, ରାଜଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp