Advertisment

୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍‌

ଲିକ୍‌ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍‌ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।

anurag

anurag

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଆପ୍‌ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ବିଜେପି। ଦିଲ୍ଲୀରେ ଆପ୍‌ କରିଥିବା ଅବକାରୀ ଦୁର୍ନୀତି ଯୋଗୁ ରାଜ୍ୟ ବିପୁଳ ପରିମାଣର ରାଜସ୍ୱ ହରାଇଥିବା ଦଳ ଅଭିଯୋଗ କରିଛି।

Advertisment

ଲିକ୍‌ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍‌ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “୨୦୨୫ ଆର୍ଥିକ ବର୍ଷରେ ଅବକାରୀ ନୀତି ଦୁର୍ନୀତି ହୋଇଛି। ଏଥିଯୋଗୁ ୨୦୨୬ କୋଟିର ରାଜସ୍ୱହାନୀ ଘଟିଛି।

ସମସ୍ତେ ମନେ ପକାନ୍ତୁ, ଆମ ଆଦମୀ ପାର୍ଟି ସ୍କୁଲ ତିଆରି କରିବ ବୋଲି କହିଥିଲା। କିନ୍ତୁ ମଦ ଦୋକାନ ସବୁ ଖୋଲା ଯାଇଛି। ସେମାନେ ସଫେଇ କଥା କହୁଥିଲେ, କିନ୍ତୁ ମଦରେ ଶେଷ କଲେ। ସେମାନେ ଉତ୍ତମ ନୀତି କଥା କହୁଥିଲେ, କିନ୍ତୁ ନିଶାର ପରିବେଶ ସୃଷ୍ଟି କଲେ। ଏହି ୧୦ ବର୍ଷର ଯାତ୍ରା କେବଳ ଦୁର୍ନୀତି ଓ ପାପରେ ଭର୍ତ୍ତି ହୋଇଛି। ସ୍ୱାଧୀନ ଭାରତରେ ଗୋଟିଏ ସରକାରର ୮ ଜଣ ମନ୍ତ୍ରୀ, ୧୫ ବିଧାୟକ ଓ ଜଣେ ସାଂସଦଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜେଲ ଯିବା ଅଦ୍ଭୂତ ଘଟଣା। ସେମାନଙ୍କର ବିଦାୟ ବେଶ ଗୁରୁତ୍ୱପୂର୍ଣ୍ଣ।”

Advertisment

ଶ୍ରୀ ଠାକୁର ଆହୁରି କହିଛନ୍ତି, “କରୋନା ସମୟରେ ଦିଲ୍ଲୀରେ ସଙ୍କଟମୟ ସ୍ଥିତି ଦେଖାଯାଇଥିଲା। ଅମ୍ଳଜାନର ଅଭାବ ରହିଥିଲା। ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ମାତି ଥିଲା। ସ୍କୁଲ ନିକଟରୁ ହଟିଥିବା ମଦ ଦୋକାନ ଖୋଲିବାରେ ଜଣେ ମନ୍ତ୍ରୀ ସାମିଲ ଥିଲେ।”

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବର ଦୁର୍ନୀତିର କିଙ୍ଗପିନ ବୋଲି ଅନୁରାଗ ଠାକୁର କହିଛନ୍ତି। ଅବକାରୀ ନୀତିକୁ ଜାଣିଣୁଣି ବିଧାନସଭାରେ ଉପସ୍ଥାପନ କରାଯାଇ ନଥିଲା ବୋଲି ସେ କହିଛନ୍ତି।

Bjp AAP Anurag Thakur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe