Advertisment

ରାଜ୍ୟପାଳଙ୍କୁ ଫେରାଦ : ସମ୍ବିଧାନ ବିରୋଧୀ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା

ଏହି ଯୋଜନା ବିରୁଦ୍ଧରେ ଗତକାଲି ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି ।

ଅଦ୍ୟତନ ହୋଇଛି
Raj Bhaban

Raj Bhaban

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘୋଷଣା କରିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନବିରୋଧୀ ବୋଲି ଦର୍ଶାଇ ରାଜୀବ ଗାନ୍ଧି ପଂଚାୟତିରାଜ ସଂଗଠନର ପଦାଧିକାରୀମାନେ ଗତକାଲି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି । ଏହି ଯୋଜନା ଆଣି ରାଜ୍ୟ ସରକାର ୭୩ତମ ସମ୍ବିଧାନ ସଂଶୋଧନ ଆଇନକୁ ଉପେକ୍ଷା କରିଛନ୍ତି ବୋଲି ଏହି ପ୍ରତିନିଧି ଦଳ କହିବା ସହ ଗ୍ରାମସଭା ଓ ପଂଚାୟତ ପ୍ରତିନିଧିମାନଙ୍କୁ ଯୋଜନା ରୂପାୟନରେ ସାମିଲ କରିବା ନିମନ୍ତେ ଦାବି କରିଛନ୍ତି ।

Advertisment

ଗତକାଲି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସଂଗଠନର ୨୦ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଏହି ସମ୍ବିଧାନ ବିରୋଧୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ଦୀର୍ଘ ସମୟ ଧରି ରାଜ୍ୟପାଳଙ୍କ ସହ ଉକ୍ତ ସମ୍ବିଧାନ ବିରୋଧୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟ ସରକାର ଏହି ଯୋଜନା ଆଣି ୭୩ତମ ସମ୍ବିଧାନ ସଂଶୋଧନ ଆଇନକୁ ଉପେକ୍ଷା କରିଛନ୍ତି । ପଂଚାୟତ ପ୍ରତିନିଧି ଯଥା ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ଇତ୍ୟାଦିଙ୍କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଆଦିବାସୀ ଅଂଚଳ ବା ଅନୁସୂଚିତ ଅଂଚଳରେ କୌଣସି ସାମାଜିକ ବା ଆର୍ଥିକ ପ୍ରକଳ୍ପ ଗ୍ରାମସଭାର ବିନା ଅନୁମୋଦନରେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ସମ୍ବିଧାନର ପଂଚାୟତ ସଂପ୍ରସାରଣ ଆଇନ ୧୯୯୬ରେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ଏହା ସମ୍ବିଧାନ ପ୍ରତି ଅବମାନନା ।

Advertisment

ଏହି ଯୋଜନା ବିରୁଦ୍ଧରେ ଆଜି ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି । ଏହି ଯୋଜନାକୁ ରୂପାୟନ କରିବା କ୍ଷେତ୍ରରେ ପଂଚାୟତ ପ୍ରତିନିଧି, ପଂଚାୟତ ଅନୁଷ୍ଠାନ ଓ ଗ୍ରାମ ସଭାକୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନନ୍ତି । ରାଜ୍ୟପାଳ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ଆଂଚଳିକ ସଂଯୋଜକ ବିସ୍ମୟ ମହାପାତ୍ର, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସମରେନ୍ଦ୍ର ମିଶ୍ର, ସୁଭାଷ ପ୍ରଧାନ, ଗଣେଶ ସାହୁ, ରଶ୍ମି ମହାପାତ୍ର, ସ୍ୱାଗତିକା ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ସୁଦାମ ପାତ୍ର, ପ୍ରତାପ ପ୍ରଧାନ, ନିରଞ୍ଜନ ଲେଙ୍କା, ନିରଦ ବରଣ ଖୁଂଟିଆ, ପାଣ୍ଡବ କର୍ଣ୍ଣ, ଅବଦୁଲ ସାଜିଦ, ସଂକୁନା କହଁର ପ୍ରମୁଖ ସାମିଲ ଥିଲେ ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe