Advertisment

ପଞ୍ଜାବରେ ଏକାକୀ ଲଢ଼ିବ ବିଜେପି

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଶିରୋମଣି ଅକାଳି ଦଳ ଏକାଠି ଲଢ଼ିଥିଲେ।

author-image
Jitendra Garnayak
JP Nadda and Sunil Jakhar

JP Nadda and Sunil Jakhar

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ। ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ଆଜି ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ସୂଚନା ଦେଇଛନ୍ତି। 

Advertisment

ସେ ତାଙ୍କ ‘X’ରେ କରିଥିବା ଏକ ପୋଷ୍ଟରେ କହିଛନ୍ତି, ରାଜ୍ୟବାସୀ ଓ ଦଳୀୟ କର୍ମକର୍ତ୍ତାଙ୍କ ମତାମତ ନେଇ ଏହି ନିଷ୍ପତ୍ତି ନିଆଯାଇଛି। କୃଷକ ଓ ବ୍ୟବସାୟୀଙ୍କ ହିତ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। 

ଗତ ସପ୍ତାହରେ ଖବର ଆସିଥିଲା ଯେ ଏଥର ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ଶିରୋମଣି ଅକାଳି ଦଳ ମଧ୍ୟରେ ମେଣ୍ଟ ହେବ। ମେଣ୍ଟ ପାଇଁ ଶିରୋମଣି ଅକାଳି ଦଳ ଅଧିକ ଆଗ୍ରହୀ ଥିଲା।  

Advertisment

ଶିରୋମଣି ଅକାଳି ଦଳ ଥିଲା ବିଜେପିର ଅନ୍ୟତମ ସହଯୋଗୀ ଦଳ। ଶିରୋମଣି ଅକାଳି ଦଳ ଏନ୍‌ଡିଏରେ ଥିଲା। ତେବେ ୨୦୨୦ରେ ଏହା ଏନ୍‌ଡିଏରୁ ଅଲଗା ହୋଇଥିଲା। ପ୍ରତ୍ୟାହାର ହୋଇସାରିଥିବା ନୂଆ କୃଷି ନୀତି ପ୍ରସଙ୍ଗରେ ଏହା ଏନ୍‌ଡିଏରୁ ବାହାରି ଯାଇଥିଲା। ସରକାରଙ୍କ ସେହି ନୀତିକୁ ନେଇ ଉତ୍ତର ଭାରତରେ ବଡ଼ ଆନ୍ଦୋଳନ ହୋଇଥିଲା। 

ପଞ୍ଜାବରେ ୧୩ଟି ଲୋକସଭା ଆସନ ଥିବା ବେଳେ ଜୁନ୍ ୧ ତାରିଖରେ ଏଠାରେ ଭୋଟ୍ ଗ୍ରହଣ ହେବ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଶିରୋମଣି ଅକାଳି ଦଳ ଏକାଠି ଲଢ଼ିଥିଲେ। କିନ୍ତୁ ଆଶା ମୁତାବକ ଫଳ ମିଳି ନଥିଲା। କଂଗ୍ରେସ ୮ଟି ଆସନରେ ବିଜୟୀ ହୋଇଥିଲା। ଅନ୍ୟ ୫ଟିରୁ ଦୁଇଟି ବିଜେପି, ଦୁଇଟି ଶିରୋମଣି ଅକାଳି ଦଳ ଓ ଗୋଟିଏ ଆମ୍ ଆଦ୍‌ମୀ ପାର୍ଟି ଜିତିଥିଲା। 

Bjp Loka Sabha Election 2024