Advertisment

ଦଳିତ ଭୋଟ ଉପରେ ବିଜେପିର ଆଖି, ରବିଦାସ ମନ୍ଦିର ପାଇଁ ଶୋଭାଯାତ୍ରା

ସନ୍ଥ ରବିଦାସ ସମରସତା ଯାତ୍ରା ଆରମ୍ଭ କରିବେ ବିଜେପି ସରକାର। ଚର୍ତୁଦଶ ଶତାବ୍ବୀର କବି ତଥା ସନ୍ଥ ରବିଦାସଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ତିଆରି କରିବା ଉଦ୍ଦେଶ୍ୟରେ ଏପରି ଯାତ୍ରା ଆଜିଠାରୁ ଆରମ୍ଭ ହେବ।

author-image
Hemant Lenka
MP

MP

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୪ ମାସ ସମୟ ଥିବା ବେଳେ କ୍ଷମତାସୀନ ବିଜେପି ଏବେ ଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବିଶେଷ କରି ରାଜ୍ୟରେ ଥିବା ୧୬% ଦଳିତ ଭୋଟ ହାତେଇବାକୁ ବିଜେପି ଯୋଜନା କରିଛି।

Advertisment

ଏଥିପାଇଁ ସନ୍ଥ ରବିଦାସ ସମରସତା ଯାତ୍ରା ଆରମ୍ଭ କରିବେ ବିଜେପି ସରକାର। ଚର୍ତୁଦଶ ଶତାବ୍ବୀର କବି ତଥା ସନ୍ଥ ରବିଦାସଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ତିଆରି କରିବା ଉଦ୍ଦେଶ୍ୟରେ ଏପରି ଯାତ୍ରା ଆଜିଠାରୁ ଆରମ୍ଭ ହେବ। 

ଏହି ଯାତ୍ରା ସିଙ୍ଗରଉଲି, ଧର, ଶେଓପୁର, ବାଲଘାଟ ଓ ନୀମୁଚ ଭଳି ୫ଟି ଜିଲ୍ଲାରୁ ବାହାରିବ। ଉକ୍ତ ରାଜ୍ୟର ୫୨ଟି ଜିଲ୍ଲା ମଧ୍ୟରୁ ୪୬ଟିକୁ ଅତିକ୍ରମ କରିବ। ଅଗଷ୍ଟ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଗର ଜିଲ୍ଲାର ବାଦତୁମାରେ ସନ୍ଥ ରବିଦାସଙ୍କ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେହିଦିନ ହିଁ ଆଜି ଠାରୁ ଆରମ୍ଭ ହେଉଥିବା ଯାତ୍ରା ଶେଷ ହେବ। ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟିର ବଜେଟ ବ୍ୟବସ୍ଥା ହୋଇଛି।

Advertisment

ମଧ୍ୟପ୍ରଦେଶରେ ଦଳିତଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬%। ରାଜ୍ୟ ବିଧାନସଭାର ୨୩୦ରୁ ଆସନରୁ ୩୫ଟି ଏସ୍‌ସି ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷିତ। ବୁନ୍ଦେଲଖଣ୍ଡ, ଗ୍ୱାଲିୟର-ଚମ୍ବଲ ଓ ବିନ୍ଧ୍ୟା ରିଜନରେ ଏହି ସଂରକ୍ଷିତ ଆସନ ଗୁଡ଼ିକ ରହିଛି।

୨୦୧୩ରେ ବିଜେପି ଯେତେବେଳେ ୧୬୫ ଆସନ ଜିତିଥିଲା ସେତେବେଳେ ଦଳ ୩୫ଟି ସଂରକ୍ଷିତ ଆସନରୁ ୨୮ଟିରେ ବାଜିମାତ କରିଥିଲା। କଂଗ୍ରେସ କେବଳ ୪ଟି ଓ ବହୁଜନ ସମାଜ ପାର୍ଟି ୩ଟିରେ ଜିତିବାକୁ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୮ରେ ୩୫ଟି ଆସନରୁ ବିଜେପି ୧୮ଟି ଓ କଂଗ୍ରେସ ୧୭ଟିରେ ବିଜୟ ବାନା ଉଡ଼ାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ୫ମ ଥର ପାଇଁ ମଧ୍ୟପ୍ରଦେଶ ଗସ୍ତରେ ଆସି ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସାଗର ଜିଲ୍ଲାର ଯେଉଁ ସ୍ଥାନରେ ମନ୍ଦିର ପାଇଁ ଶିଳାନ୍ୟାଶ କରାଯିବ ସେଠାରେ ଦଳିତ ଲୋକସଂଖ୍ୟା ୨୦ରୁ ୨୫%। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ ହେବାର ଦିନକ ପରେ ଉକ୍ତ ଅଞ୍ଚଳରେ ସଭା କରିବେ।

ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା ଯାତ୍ରାର ଆୟୋଜନ ମଧ୍ୟପ୍ରଦେଶ ସରକାରଙ୍କ ଜନ ଅଭିଯାନ ପରିଷଦ ପକ୍ଷରୁ କରାଯାଉଛି। ଏହି ସମୟରେ ପରିଷଦ ପକ୍ଷରୁ ୫୫ ହଜାର ଗାଁରୁ ମାଟି ସଂଗ୍ରହ କରାଯିବ। ଏହାକୁ ମନ୍ଦିରର ଶିଳାନ୍ୟାଶ ଓ ନିର୍ମାଣ ବେଳେ ବ୍ୟବହାର କରାଯିବ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫେବୃଆରୀ ମାସରେ ଯାତ୍ରା ସମ୍ପର୍କରେ  ଘୋଷଣା କରିଥିଲେ। ଯାତ୍ରା ବେଳେ ରଥର ବ୍ୟବହାର କରାଯିବ। ଏଥିରେ ସନ୍ଥ ରବିଦାସଙ୍କ ଫଟୋ, ପାଦୁକା ଓ କଳସ ରହିବ। ରଥ ଚାରି ପାଖରେ ସାମାଜିକ ସଦଭାବନା ପାଇଁ ବିଭିନ୍ନ ପ୍ରକାରର ସ୍ଲୋଗାନ ମଧ୍ୟ ଲେଖାଯିବ।

Bjp Madhya Pradesh Dalit