Advertisment

ଅମିତ ଶାହଙ୍କ ଦାବି, ୨୦୨୬ରେ ତାମିଲନାଡୁରେ ସରକାର କରିବ ବିଜେପି; ଦେଲେ ଓଡ଼ିଶା ଓ ଦିଲ୍ଲୀର ଉଦାହରଣ

ବିଜେପି ହୁଏତ ଆମେରିକାରେ ନିର୍ବାଚନ ଜିତିବାର କିଞ୍ଚିତ ସମ୍ଭାବନା ଥାଇପାରେ, କିନ୍ତୁ ତାମିଲନାଡୁରେ ଆଦୌ ନୁହେଁ: ଡିଏମ୍‌କେ

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

୨୦୨୬ ବିଧାନସଭା ନିର୍ବାଚନ ପରେ ତାମିଲନାଡୁରେ ସରକାର ଗଠନ କରିବ ବିଜେପି ତେତୃତ୍ୱାଧୀନ ମେଣ୍ଟ। ତାମିଲନାଡୁ ଗସ୍ତରେ ଯାଇ ମଦୁରାଇରେ ଉଦ୍‌ବୋଧନ ଦେବା ଅବସରରେ ଏମିତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ସେ କହିଥିଲେ, ଦୁର୍ନୀତିରେ ବୁଡ଼ି ରହିଥିବା ଡିଏମ୍‌କେକୁ କ୍ଷମତାଚ୍ୟୁତ କରିବା ପାଇଁ ତାମିଲନାଡୁର ଲୋକେ ଅପେକ୍ଷା କରି ରହିଛନ୍ତି। ୨୦୨୬ରେ ବିଜେପି ନିଶ୍ଚିତ ତାମିଲନାଡୁରେ ଶାସନ କରିବ। ତାମିଲନାଡୁ ସହିତ ପଶ୍ଚିମବଙ୍ଗରେ ମଧ୍ୟ ସରକାର ଗଠନ କରିବ ବିଜେପି। ମୋ ଆଖି ଓ କାନ ତାମିଲନାଡୁ ଉପରେ କେନ୍ଦ୍ରିତ ରହିଛି।

ଅମିତ ଶାହ କହିଥିଲେ, ଡିଏମ୍‌କେ ଗତ ବିଧାନସଭା ନିର୍ବାଚନ ବେଳେ ଯେତେ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିରୁ ୧୦% ବି ପୂରଣ କରିନାହିଁ। ବିଷାକ୍ତ ମଦମୃତ୍ୟୁ ଠାରୁ ଆରମ୍ଭ କରି ଟିଏଏସ୍‌ଏମ୍‌ଏସିରେ ହୋଇଥିବା ୩୯ ହଜାର କୋଟି ଟଙ୍କାର ଦୁର୍ନୀତି ପର୍ଯ୍ୟନ୍ତ ସବୁ କଥାଗୁଡ଼ିକୁ ଦେଖିଲେ, ଏହା କୁହାଯାଇପାରିବ ଯେ ଡିଏମ୍‌କେ ସରକାର ଶତ ପ୍ରତିଶତ ବିଫଳ ହୋଇଛନ୍ତି।

Advertisment

ଷ୍ଟାଲିନଙ୍କ ନେତୃତ୍ୱାଧୀନ ସରକାର କେନ୍ଦ୍ର ସରକାର ଦେଉଥିବା ପାଣ୍ଠିର ସଠିକ୍ ବିନିଯୋଗ କରୁ ନାହାନ୍ତି। କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପାଣ୍ଠି ଦେଉଛନ୍ତି, ତାହା ତାମିଲନାଡୁର ଲୋକଙ୍କ ନିକଟରେ ପହଞ୍ଚୁ ନାହିଁ। ସେହି ପାଣ୍ଠିକୁ ଡିଏମ୍‌କେ ଅଲଗା ବାଟରେ ଖର୍ଚ୍ଚ କରୁଛି ବୋଲି ସେ କହିଥିଲେ।

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢ଼େଇ ହେବ ବୋଲି କହି ଶ୍ରୀ ଶାହ କହିଥିଲେ, ଏହା ସମସ୍ତ ବିଜେପି କର୍ମୀଙ୍କ ପାଇଁ ବଡ଼ ଆହ୍ୱାନ ହେବ। ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଏହି ଅବସରରେ ସେ ଓଡ଼ିଶା, ଦିଲ୍ଲୀ ଓ ହରିୟାଣାର ଉଦାହରଣ ଦେଇଥିଲେ। ଦିଲ୍ଲୀରେ ଦଳ ୨୬ ବର୍ଷ ପରେ କ୍ଷମତାକୁ ଫେରିଥିବା ବେଳେ ୨୦୨୪ରେ ଓଡ଼ିଶାରେ ଦଳ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାକୁ ସମର୍ଥନ ହୋଇଛି। ସେହିଭଳି ମୋଦିଙ୍କ ନେତୃତ୍ୱରେ ହରିୟାଣାରେ ଦଳ ଲଗାତାର ଜିତି ପୁଣି ଶାସନ ଭାର ସମ୍ଭାଳିବାରେ ସଫଳ ହୋଇଛି।

ଅନ୍ୟପକ୍ଷରେ ଅମିତ ଶାହଙ୍କ ସ୍ୱପ୍ନ ପୂରଣ ହୋଇପାରିବନି ବୋଲି କହିଛି ଡିଏମ୍‌କେ। ଦଳର ମୁଖ୍ୟପାତ୍ର ଡକ୍ଟର ସୟିଦ ହଫିଜୁଲ୍ଲା କହିଛନ୍ତି, ବିଜେପି ହୁଏତ ଆମେରିକାରେ ନିର୍ବାଚନ ଜିତିବାର କିଞ୍ଚିତ ସମ୍ଭାବନା ଥାଇପାରେ, କିନ୍ତୁ ତାମିଲନାଡୁରେ ଆଦୌ ନୁହେଁ। ବିଜେପି କଳ୍ପନା ରାଜ୍ୟରେ ରହି ୩୯ ହଜାର କୋଟି ଟଙ୍କାର ଦୁର୍ନୀତି କଥା କହୁଛି।

ସୂଚନାଯୋଗ୍ୟ, ତାମିଲନାଡୁରେ ଦଳର ରାଜ୍ୟ ସଭାପତି ବଦଳିବା ପରେ ଓ ଏଆଇଏଡିଏମ୍‌କେ ସହିତ ମେଣ୍ଟ ହେବା ପରେ ଏହା ହେଉଛି ଅମିତ ଶାହଙ୍କର ସେଠାକୁ ଦ୍ୱିତୀୟ ଗସ୍ତ। କେ ଆନ୍ନାମଲାଇଙ୍କ ସ୍ଥାନରେ ସେଠାରେ ଏନ୍‌ ନଗେନ୍ଦ୍ରନଙ୍କୁ କରାଯାଇଛି ବିଜେପି ସଭାପତି।

Tamilnadu Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe