Advertisment

Axis My India exit poll: ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି କାଣ୍ଟେକା ଟକ୍କର

ଓଡ଼ିଶା ବିଧାନସଭାର ୧୪୭ ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।

PM Modi

PM Modi

Advertisment

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରି ଆସୁଥିବା ବିଜେଡିକୁ ଚଳିତ ବିଧାନସଭା ନିର୍ବାଚନରେ ଲାଗିପାରେ ଶକ୍ତ ଝଟକା। ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ କାଣ୍ଟେକା ଟକ୍କର।

Advertisment

ଓଡ଼ିଶା ବିଧାନସଭାର ୧୪୭ ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ଏହାପୂର୍ବରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟରେ ବିଜେପି ଓଡ଼ିଶା ବିଧାନସଭାରେ ଚମକାଇ ଦେବା ଭଳି ରେଜଲ୍ଟ କରିବ। ୧୪୭ ବିଧାନସଭା ଆସନରୁ ଦଳ ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି। ସେହିପରି ନବୀନ ପଟନାୟକଙ୍କ ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ। କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି।

Advertisment

ଯଦି ଏକଜିଟ ପୋଲ ସର୍ଭେ ଠିକ ହୁଏ, ତା’ହେଲେ ରାଜ୍ୟରେ ରୋମାଞ୍ଚକର ସ୍ଥିତି ସୃଷ୍ଟି ହେବ। ଏପରି କି ଓଡ଼ିଶାରେ ଝୁଲା ବିଧାନସଭା ମଧ୍ୟ ଦେଖିବାକୁ ମିଳିପାରେ। ସେହିପରି ୨୦୦୪ ପରେ ବିଜେଡି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହେବ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର କହିଛି ଯେ ବିଜେପି ଓ ବିଜେଡିର ଭୋଟ ପ୍ରତିଶତ ସମାନ ୪୨% ଲେଖାଏ ରହିବ। କଂଗ୍ରେସ ୧୨% ଭୋଟ ପାଇପାରେ। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ ୧ରେ ଭୋଟିଂ ହୋଇଥିଲା।

୨୦୧୯ ବିଧାନସଭା ନିର୍ବାଚନରେ ବିଜେହି ଏକାକୀ ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨୩ଟି ଓ କଂଗ୍ରେସ ଖାତାକୁ ୯ଟି ଆସନ ଯାଇଥିଲା।

୨୦୨୪ରେ ବିଜେଡି ଓ ବିଜେପି ୧୪୭ ଲେଖାଏ ଆସନରେ ପ୍ରାର୍ଥୀ ଦେଇଥିଲେ। କଂଗ୍ରେସ ୧୪୫ ଆସନରେ ଟିକେଟ ଦେଇଥିଲା।

Naveen Patnaik PM Modi 2024 Election General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe