\'ଓଡ଼ିଶାରେ ବିଜେପି ସରକାର ଗଢିବ, ମୁଁ ଶପଥ ଗ୍ରହଣକୁ ଆସିବି’ | Odisha Reporter
‘ଓଡ଼ିଶାରେ ବିଜେପି ସରକାର କରିବ। ମୁଁ ଶପଥ ଉତ୍ସବକୁ ଆସିବି।’ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ସେ କହିଥିଲେ, ୨୦୧୯ରେ ବିଜେପି ୩୮% ଭୋଟ ପାଇଥିଲା। ୪% ବ୍ୟବଧାନ ଥିଲା। ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮% ମିଳିଲା କିପରି? ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତାହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ ଆସିବାକୁ କେତେ ସମୟ ଲାଗିବ? ଓଡ଼ିଶାରେ ଆମ ସରକାର ହେବ ଓ ଶପଥଗ୍ରହଣ ଉତ୍ସବକୁ ମୋତେ ଆସିବାକୁ ପଡ଼ିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
