ଓଡ଼ିଶାରେ ବିଜେପି ସରକାର କରିବ: ହିମନ୍ତ ବିଶ୍ୱଶର୍ମା

  • Published: Saturday, 13 January 2024
  • , Updated: 13 January 2024, 07:58 PM IST

‘ଓଡ଼ିଶାରେ ବିଜେପି ସରକାର କରିବ। ମୁଁ ଶପଥ ଉତ୍ସବକୁ ଆସିବି।’ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ସେ କହିଥିଲେ, ୨୦୧୯ରେ ବିଜେପି ୩୮% ଭୋଟ ପାଇଥିଲା। ୪% ବ୍ୟବଧାନ ଥିଲା। ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ବିଜେପିକୁ ୩୮% ମିଳିଲା କିପରି? ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁ ନାହାନ୍ତି, ତାହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ ଆସିବାକୁ କେତେ ସମୟ ଲାଗିବ? ଓଡ଼ିଶାରେ ଆମ ସରକାର ହେବ ଓ ଶପଥଗ୍ରହଣ ଉତ୍ସବକୁ ମୋତେ ଆସିବାକୁ ପଡ଼ିବ।
 

Related story