Advertisment

ବାଜପେୟୀଙ୍କ ସ୍ମୃତିରେ ବିଜେପି ପାଳିବ ସେବା ସପ୍ତାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ସେପ୍ଟେମ୍ବର ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି।ଜାତୀୟସ୍ତରରେ ବିଜେପି ନେଇଥିବା ଏହି ନିଷ୍ପତ୍ତି ଏବେ ଓଡ଼ିଶାରେ ଦଳକୁ ଚଳଚଞ୍ଚଳ କରିଛି। ବିଜେଡି ଆସନ୍ତା ଅକ୍ଟୋବର ୨ରୁ ୧୧ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ପାଳିବାକୁ ଯାଉଥିବାବେଳେ ତା’ପୂର୍ବରୁ ବିଜେପିର ଏହି କାର୍ଯ୍ୟକ୍ରମ ବିଜେଡିକୁ ଚିନ୍ତାରେ ପକାଇଛି। ସୂଚନା ଅନୁସାରେ, ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ […]

author-image
Sampad Mahapatra
୧୬୩ଟି ନଦୀରେ ହେବ ବାଜପେୟୀଙ୍କ ଅସ୍ଥି ବିସର୍ଜନ

vajpayee

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ସେପ୍ଟେମ୍ବର ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି।ଜାତୀୟସ୍ତରରେ ବିଜେପି ନେଇଥିବା ଏହି ନିଷ୍ପତ୍ତି ଏବେ ଓଡ଼ିଶାରେ ଦଳକୁ ଚଳଚଞ୍ଚଳ କରିଛି।

Advertisment

ବିଜେଡି ଆସନ୍ତା ଅକ୍ଟୋବର ୨ରୁ ୧୧ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ପାଳିବାକୁ ଯାଉଥିବାବେଳେ ତା’ପୂର୍ବରୁ ବିଜେପିର ଏହି କାର୍ଯ୍ୟକ୍ରମ ବିଜେଡିକୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ, ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଇ ଗ୍ରାମାଞ୍ଚଳ ଓ ବସ୍ତିଗୁଡ଼ିକରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ, ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବ।

Advertisment

ତେବେ ନିର୍ବାଚନୀ ବର୍ଷରେ ବିଜେପିର ଏହି ସେବା ସପ୍ତାହ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାର ଋଣକୌଶଳ ବିଜେଡିକୁ ଚିନ୍ତାରେ ପକାଇଛି। ପଦଯାତ୍ରା କାର୍ଯ୍ୟକ୍ରମରେ ବିଜେଡି ନେତାମାନେ ଗାଁ ଗାଁକୁ ଯାଇ ସାଧାରଣ ଲୋକଙ୍କ ନିକଟରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ସଚେତନ କରିବା ପୂର୍ବରୁ ବିଜେପି ଆଗୁଆ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇସାରିଥିବ।

ତା’ଛଡ଼ା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଦଳ ଉଭୟ ସେବା ସପ୍ତାହ ଓ ମୋଦିଙ୍କ ଗସ୍ତରୁ ଫାଇଦା ଉଠାଇବାକୁ ଚାହୁଁଛି।

ତେଣୁ ବିଜେଡିର ପଦଯାତ୍ରାବେଳେ କେନ୍ଦ୍ର ସରକାରଙ୍କ ବିଫଳତାକୁ ସାଧାରଣ ଲୋକେ କିଭଳି ଗ୍ରହଣ କରିବେ ତାକୁ ନେଇ ରାଜ୍ୟ ରାଜନୀତିକ ମହଲରେ ଚର୍ଚ୍ଚା ସରଗରମ ହୋଇଛି।

ଉଲ୍ଲେଖଯୋଗ୍ୟ, ଖୁବଶୀଘ୍ର ରାଜ୍ୟ ବିଜେପି ନିଜର ଏହି ସେବା ସପ୍ତାହ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବ।