Advertisment

ଫୋକସ୍‌ରେ ୨୪, ହିନ୍ଦୀ ବେଲ୍ଟରେ ୩ ନୂଆ ମୁଖ୍ୟମନ୍ତ୍ରୀ ଦେବ ବିଜେପି

କିଏ ହେବ ମୁଖ୍ୟମନ୍ତ୍ରୀ? ତାକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଚାଲିଥିଲା ବୈଠକ।

author-image
Madhupriya Mistry
PM Modi

PM Modi

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏକତରଫା ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଦଳ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ, ରାଜନୈତିକ ମହଲରେ ଚାଲିଛି ଅଙ୍କକଷା। ବିଜେପିରେ ବି ତଳୁ ଉପର ଯାଏଁ ଲବି ଚାଲିଛି। ରେସ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଓ ମହିଳା ଆଶାୟୀ ଅଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ହିନ୍ଦୀ ହାର୍ଟ ବେଲ୍ଟରେ ଏଥର ଦେଖିବାକୁ ମିଳିପାରନ୍ତି ତିନି ନୂଆ ମୁହଁ। ଅର୍ଥାତ୍‌ ତିନି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ଭାରତୀୟ ଜନତା ପାର୍ଟି।

Advertisment

କିଏ ହେବ ମୁଖ୍ୟମନ୍ତ୍ରୀ? ତାକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଚାଲିଥିଲା ବୈଠକ। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ​​ଯେଉଁଥିରେ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତାକାରୀଙ୍କ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଜାତୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହୋଇଥିଲେ।

ତେବେ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନକୁ ଫୋକସ୍‌ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୁହଁକୁ ଚୟନ କରିବାକୁ ବିଜେପି ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ରାଜ୍ୟରେ ବିଜେପି ଏଥର ପୁରୁଣା ମୁହଁ ନୁହେଁ ନୂଆ ଚେହାରକୁ ଅଧିକ ଗୁରୁତ୍ୱ ଦେଇଛି। ତେଣୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏଥିର ନୂଆ ମୁଖ୍ୟମନ୍ତ୍ରୀ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Advertisment
Chhattisgarh PM Modi Rajasthan Madhya Pradesh