Advertisment

୩ ରାଜ୍ୟ ପାଇଁ ବିଜେପି ବାଛିପାରିନି ମୁଖ୍ୟମନ୍ତ୍ରୀ, କାଲି ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ

ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ରାଜ୍ୟମାନଙ୍କୁ ଯାଇ ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଯୋଗ ଦେବେ। ସେହି ବୈଠକରେ ନେତା ଚୟନ କରାଯିବ ବୋଲି ଜଣାପଡ଼ିଛି।

Nadda, Modi and Shah

Nadda, Modi and Shah

Advertisment

ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ କୌଣସି ନିଷ୍ପତ୍ତି ନେଇ ପାରିନାହିଁ ବିଜେପି। ସେଥିପାଇଁ ବିଚାରବିମର୍ଶ ଜାରି ରହିଛି। ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ବାଛିବାକୁ ଆସନ୍ତାକାଲି ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ବୋଲି ସୂଚନା ମିଳିଛି।

Advertisment

ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ରାଜ୍ୟମାନଙ୍କୁ ଯାଇ ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଯୋଗ ଦେବେ। ସେହି ବୈଠକରେ ନେତା ଚୟନ କରାଯିବ ବୋଲି ଜଣାପଡ଼ିଛି।

ବିଜେପି ନିର୍ବାଚନ ପୂର୍ବରୁ ଏହି ରାଜ୍ୟଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିଲା। ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଶିବରାଜ ସିଂହ ଚୌହାନ ମଧ୍ୟ ଅଛନ୍ତି। ସେ ୪ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ତାଙ୍କ ସହିତ ଏହି ରେସରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ନରେନ୍ଦ୍ର ସିଂହ ତୋମାର ଅଛନ୍ତି ‍ବୋଲି କୁହାଯାଉଛି। 

Advertisment

ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରେସ୍‌ରେ ଅଛନ୍ତି। ତାଙ୍କ ସହିତ ଛତିଶଗଡ଼ ବିଜେପି ସଭାପତି ଅରୁଣ କୁମାର ସାଓ, ବିରୋଧୀ ଦଳ ନେତା ଧରମଲାଲ କୌଶିକ ଓ ପୂର୍ବତନ ଆଇଏଏସ୍ ଅଫିସର ଓପି ଚୌଧୁରୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ରମଣ ସିଂହଙ୍କ ବ୍ୟତୀତ ଅନ୍ୟ ତିନି ନେତା ଓବିସି ବର୍ଗର।

ସେହିପରି ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପୁଣି ରେସ୍‌ରେ ଅଛନ୍ତି। ସୋମବାର ତାଙ୍କୁ ୨୫ରୁ ଅଧିକ ବିଧାୟକ ଭେଟିଥିଲେ। ସେମାନେ ବସୁନ୍ଧରା ରାଜେଙ୍କୁ ସମର୍ଥନ ଜଣାଇ ତାଙ୍କ ବାସଭବନକୁ ଯାଇଥିଲେ ବୋଲି କୁହାଯାଉଛି। ତେବେ ସେମାନେ କହିଛନ୍ତି ଯେ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଦଳୀୟ ନେତୃତ୍ୱ ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିଲେ ସେମାନେ ବି ସମର୍ଥନ କରିବେ। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe